Ratan Tata Funeral: ମୁମ୍ବାଇର ୱର୍ଲିରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶେଷକୃତ୍ୟ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ । ଜଣେ ସାଧୁଙ୍କ ପରି ଜୀବନ ବିତାଇଥିବା ଶିଳ୍ପପତି ରତନ ଟାଟା ସମଗ୍ର ଦେଶକୁ କନ୍ଦାଇ ବିଦାୟ ନେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରୀୟ ମୁମ୍ବାଇର ୱର୍ଲିରେ ପ୍ରସିଦ୍ଧ ଶିଳ୍ପପତି ତଥା ଚାଣକ୍ୟ ରତନ ଟାଟାଙ୍କ ଶେଷକୃତ୍ୟ ପୂର୍ଣ୍ଣ ରୀତିନୀତି ଅନୁଯାୟୀ କରାଯାଇଥିଲା । ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଏବଂ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ ସମେତ ଟାଟାଙ୍କ ଭାଇ ନୋଏଲ୍ ଟାଟା, ତାଙ୍କ ପରିବାର ସଦସ୍ୟ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଶବଦାହ ସମୟରେ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।


ଶବଦାହରେ ଉପସ୍ଥିତ ଜଣେ ଧାର୍ମିକ ନେତା କହିଛନ୍ତି ଯେ, ପାର୍ସୀ ପରମ୍ପରା ଅନୁଯାୟୀ ଶେଷ ରୀତିନୀତି କରାଯାଇଥିଲା। ସେ କହିଛନ୍ତି ଯେ, ଶେଷ ରୀତିନୀତି ପରେ ଦକ୍ଷିଣ ମୁମ୍ବାଇର କୋଲାବା ସ୍ଥିତ ଶିଳ୍ପପତିଙ୍କ ବଙ୍ଗଳା ଠାରେ ତିନି ଦିନ ଧରି ରୀତିନୀତି କରାଯିବ। ଆପଣଙ୍କୁ କହିରଖୁଛୁ ଯେ, ବୁଧବାର ରାତିରେ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ।


Also Read- Dhanteras 2024: ୨୯ ଅକ୍ଟୋବରରୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଆର୍ଥିକ ଲାଭ


Also Read- BSNL Plan: ଦୁଇଟି ଦମଦାର ପ୍ଲାନ ଆଣିଲା ବିଏସଏନଏଲ୍, ଦିନକୁ ମିଳିବ 2GB Data