Advertisement
Photo Details/zeeodisha/odisha2467668
photoDetails0hindi

BSNL Plan: ଦୁଇଟି ଦମଦାର ପ୍ଲାନ ଆଣିଲା ବିଏସଏନଏଲ୍, ଦିନକୁ ମିଳିବ 2GB Data

BSNL Plan: ଭାରତ ସଞ୍ଚାର ନିଗମ ଲିମିଟେଡ୍ 97 ଏବଂ 365 ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ଏହା ବ୍ୟତୀତ କମ୍ପାନୀ 1,999 ଟଙ୍କା ଏବଂ 399 ଟଙ୍କା ପ୍ଲାନକୁ ମଧ୍ୟ ଅପଡେଟ୍ କରିଛି। ଏହାପୂର୍ବରୁ କମ୍ପାନୀ 997 ଟଙ୍କା ପ୍ଲାନ ମଧ୍ୟ ଆରମ୍ଭ କରିଥିଲା

 

1/6

ବିଏସଏନଏଲ 1,699 ଟଙ୍କା ପ୍ରିପେଡ୍ ପ୍ଲାନରେ ପରିବର୍ତ୍ତନ ଆଣି ବୈଧତାକୁ 365 ଦିନରୁ 425 ଦିନକୁ ବୃଦ୍ଧି କରିଛି।

2/6

ବିଏସଏନଏଲର ତାମିଲନାଡୁ ୱେବସାଇଟରେ ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ, 365 ଟଙ୍କା ମୂଲ୍ୟର ନୂତନ ପ୍ରିପେଡ୍ ପ୍ଲାନରେ ଗ୍ରାହକ ପ୍ରତିଦିନ 2 ଜିବି ଡାଟା, ଦିନକୁ 100 ଏସଏମଏସ ଏବଂ ଅସୀମିତ ସ୍ଥାନୀୟ, ଏସଟିଡି ଏବଂ ରୋମିଂ କଲ ସୁବିଧା ପାଇବେ। ଅତିରିକ୍ତ ଭାବରେ, ଏହି ପ୍ରିପେଡ୍ ପ୍ଲାନରେ ବ୍ୟକ୍ତିଗତ ରିଙ୍ଗ ବ୍ୟାକ୍ ଟୋନ୍ (PRBT) କୁ ମଧ୍ୟ ପ୍ରବେଶ ଅନ୍ତର୍ଭୁକ୍ତ କରାଯାଇଛି ।

3/6

କେରଳ ୱେବସାଇଟରେ ଥିବା ତାଲିକା ଅନୁଯାୟୀ, 365 ଟଙ୍କା ପ୍ଲାନର ସମସ୍ତ ବଣ୍ଡଲ ସୁବିଧା 60 ଦିନ ପାଇଁ ବୈଧ ରହିଛି । ତେବେ, ପ୍ଲାନର ବୈଧତା ହେଉଛି ମୋଟ 365 ଦିନ । ଆହୁରି ମଧ୍ୟ, ଏହି ପ୍ରିପେଡ୍ ପ୍ଲାନ ସମସ୍ତ ସର୍କଲ ପାଇଁ ବୈଧ ଅଟେ ।

4/6

365 ଟଙ୍କା ପ୍ଲାନ ବ୍ୟତୀତ କମ୍ପାନୀ 97 ଟଙ୍କା ପ୍ଲାନ ମଧ୍ୟ ଆରମ୍ଭ କରିଛି। ଏଥିରେ ଗ୍ରାହକମାନେ 18 ଦିନ ପାଇଁ ଦୈନିକ 2GB ଡାଟା ଏବଂ 100 SMS ସୁବିଧା ପାଇବେ ।

5/6

399 ଟଙ୍କା ପ୍ଲାନରେ ବିଏସଏନଏଲ ପରିବର୍ତ୍ତନ କରିଛି। ଏଥିରେ ଗ୍ରାହକମାନେ 80 ଦିନର ବୈଧତା ସମୟରେ ପ୍ରତିଦିନ 1GB ଡାଟା ଏବଂ 100SMS ପାଇବେ । ପୂର୍ବରୁ ଏହି ପ୍ଲାନରେ 74 ଦିନର ବୈଧତା ରହିଥିଲା ।

6/6

କମ୍ପାନୀ 1,999 ଟଙ୍କା ପ୍ଲାନକୁ ଅପଡେଟ୍ କରିଛି। ବର୍ତ୍ତମାନ ଆପଣ ପ୍ରତିଦିନ 3GB ଡାଟା ଏବଂ 365 ଦିନ ପାଇଁ 100 ଟି SMS ପାଇବେ । ଏହି  ପ୍ଲାନରେ ସୋନି ଲିଭ୍ କଣ୍ଟେଣ୍ଟ ମଧ୍ୟ ମିଳିବ । ପୂର୍ବରୁ ଏହି ପ୍ଲାନରେ ପ୍ରତିଦିନ 2GB ଡାଟା ଦିଆଯାଉଥିଲା ।