Rules Change On 1st September: ପ୍ରତି ମାସରେ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ନିୟମଗୁଡିକୁ ଅପଡେଟ୍ କରାଯାଏ। ସେହିପରି ଅନ୍ୟାନ୍ୟ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଥାଏ, ଯାହା ଆମ ଜୀବନ ସମେତ ପକେଟ୍ ଉପରେ ମଧ୍ୟ ସିଧାସଳଖ ପ୍ରଭାବିତ ପକାଇଥାଏ। ଏଥର ମଧ୍ୟ ଗୁଗୁଲ ସହିତ ଅନଲାଇନ୍ UPI ପେମେଣ୍ଟ ଓ ଆଧାର କାର୍ଡ ଅପଡେଟ୍ ସହିତ ଜଡିତ ଅନେକ ନିୟମ ୧ ସେପ୍ଟେମ୍ବରରୁ ପରିବର୍ତ୍ତନ ହେବାକୁ ଯାଉଛି। ଆମେ ଏହି ନିୟମ ଗୁଡ଼ିକ ବିଷୟରେ ସଚେତନ ହେବା ଉଚିତ୍। ଏହା ଦ୍ୱାରା ଆମେ ସମୟ ପୂର୍ବରୁ ନିଜକୁ କୌଣସି କ୍ଷତିରୁ ରକ୍ଷା କରିପାରିବା। ତେବେ ଆସନ୍ତୁ ସେପ୍ଟମ୍ୱରରେ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ତାହା ଜାଣିବା।


COMMERCIAL BREAK
SCROLL TO CONTINUE READING

ଅନଲାଇନ୍ ପେମେଣ୍ଟକୁ ନେଇ ରହିଛି ଏହି ଅପଡେଟ୍
ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅନଲାଇନ୍ ପେମେଣ୍ଟ ଏକ ଆବଶ୍ୟକତା ପାଲଟି ଯାଇଛି। ଏହା ବିନା ଆପଣ ସାଧାରଣ ଜୀବନ ବିତାଇବା କଷ୍ଟକର। ଏପରି ପରିସ୍ଥିତିରେ, ମୋବାଇଲ୍ ଆପରୁ ବାରକୋଡ୍ ସ୍କାନ୍ କରି ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ଯଥା ୟୁପିଏ ପେମେଣ୍ଟର ସୁବିଧା ପ୍ରଦାନ କରୁଥିବା NPCI ମଧ୍ୟ କିଛି ନିୟମ ପରିବର୍ତ୍ତନ କରିଛି। NPCI ଘୋଷଣା କରିଛି ଯେ ୧ ସେପ୍ଟେମ୍ବରରୁ ରୁପେ କ୍ରେଡିଟ କାର୍ଡ ଏବଂ UPI ଉପରେ କାରବାର ଶୁଳ୍କ ଆପଣଙ୍କ ରୁପେ ରିୱାର୍ଡ ପଏଣ୍ଟରୁ କଟାଯିବ ନାହିଁ।


ସ୍ପାମ୍ SMS ଓ କଲ୍ ଉପରେ ଲଗାଯିବ ପ୍ରତିବନ୍ଧକ 
ଟେଲିକମ୍ ଅଥରିଟି ଅଫ୍ ଇଣ୍ଡିଆ (TRAI) ସ୍ପାମ୍ କଲ୍ ଓ SMS ବନ୍ଦ କରିବାର ନିୟମକୁ ପରିବର୍ତ୍ତନ କରିଛି। ଏଥିରେ ଟେଲିକମ୍ କମ୍ପାନୀଗୁଡିକ ଯେପରିକି JIO, ଏୟାରଟେଲ୍, ଭୋଡାଫୋନ୍, ବିଏସ୍ଏନ୍ଏଲ୍ ଇତ୍ୟାଦି ଏପରି ମେସେଜ୍ ଏବଂ କଲ୍ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ପଞ୍ଜୀକୃତ ହୋଇନଥିବା କିମ୍ବା ୱେବ୍ URL, APK ଏବଂ କଲ୍ ବ୍ୟାକ୍ ନମ୍ବର ଭଳି SMS ଦେଖାଇବ। ଏହା ପରେ ସେଗୁଡିକୁ ବ୍ଲକ୍ କରାଯିବ। ଏହି କମ୍ପାନୀଗୁଡିକ ୧ ସେପ୍ଟେମ୍ବରରୁ ଏହି କାର୍ଯ୍ୟ ଆରମ୍ଭ କରିବାକୁ ପଡିବ ଏବଂ ୩୦ ସେପ୍ଟେମ୍ବର ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ। TRAI ର ଆଦେଶ ଆପଣଙ୍କ ଅନଲାଇନ୍ ବ୍ୟାଙ୍କିଙ୍ଗ୍ କିମ୍ବା ପେମେଣ୍ଟ ଉପରେ ପ୍ରଭାବ ପକାଇପାରେ, କାରଣ ଏହା ଆପଣଙ୍କର ଆବଶ୍ୟକ ୱାନ୍ ଟାଇମ୍ ପାସୱାର୍ଡ (OTP) ପାଇବାକୁ ବିଳମ୍ବିତ କରିପାରେ।


ଗୁଗୁଲ୍ ପ୍ଲେ ଷ୍ଟୋରରୁ ଅପସାରଣ କରିବ ହଜାର ହଜାର ଆପ୍ 
ଗୁଗୁଲ ଏହାର ପ୍ଲେ ଷ୍ଟୋର ପାଇଁ ଏକ ନୂତନ ପିଲିସି ମଧ୍ୟ ସ୍ଥିର କରିଛି, ଯେଉଁଥିରେ ହଜାର ହଜାର ଆପ୍ ଷ୍ଟୋରରୁ ଅପସାରିତ ହେଉଛି। ୧ ସେପ୍ଟେମ୍ବରରୁ ଏହି ପଲିସି ମଧ୍ୟ ପ୍ରଯୁଜ୍ୟ ହେବ। ଗୁଗୁଲର ଗୁଣବତ୍ତା ନିୟନ୍ତ୍ରଣ ୱିଙ୍ଗ ବିଶ୍ୱାସ କରେ ଯେ ଏହିପରି ଆପ୍ସରେ ମାଲୱେର୍ ଉତ୍ସ ରହିପାରେ, ଯାହା ବ୍ୟବହାରକାରୀଙ୍କ ଫୋନ୍ ହ୍ୟାକ୍ କରିପାରେ। ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ଲାଗୁ ହୋଇଥିବା ଏହି ନିୟମ ଦ୍ୱାରା ସମଗ୍ର ବିଶ୍ୱରେ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ପ୍ରଭାବିତ ହୋଇପାରନ୍ତି।


୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ କରନ୍ତୁ ମାଗଣାରେ ଆଧାର ଅପଡେଟ୍ 
ଆପଣ ଯଦି ଆପଣଙ୍କର ଆଧାର କାର୍ଡରେ କୌଣସି ସୂଚନା ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଆପଣ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ଏହା କରିପାରିବେ। ଆଧାର କାର୍ଡ ପ୍ରଦାନ କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ମାଗଣା ଆଧାର କାର୍ଡ ଅପଡେଟ୍ ପାଇଁ ସମୟ ସୀମାକୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି। ଯଦି ଆପଣଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା ତେବେ ଆପଣଙ୍କୁ ଯେକୌଣସି କ୍ଷେତ୍ରରେ ଏହାକୁ ଅପଡେଟ୍ କରିବାକୁ ପଡିବ।


Also Read: ବେଙ୍ଗଲରେ ରହୁଥିବା ବାହାରି ଲୋକ ଠିକ୍ ଭାବେ ରୁହ, ନଚେତ୍ ...; ମମତା ବାନାର୍ଜୀ କାହକୁ ଦେଲେ ଚେତାବନୀ?


Also Read: 'ଭାରତ ଯାହା କରୁଛି ତାକୁ କେବେଳ କପି କର', ନିଜ ଦେଳକୁ ପରାମର୍ଶ ଦେଲେ ପାକିସ୍ତାନ ଭେଟେରାନ୍