'ଭାରତ ଯାହା କରୁଛି ତାକୁ କେବେଳ କପି କର', ନିଜ ଦେଳକୁ ପରାମର୍ଶ ଦେଲେ ପାକିସ୍ତାନ ଭେଟେରାନ୍
Advertisement
Article Detail0/zeeodisha/odisha2405454

'ଭାରତ ଯାହା କରୁଛି ତାକୁ କେବେଳ କପି କର', ନିଜ ଦେଳକୁ ପରାମର୍ଶ ଦେଲେ ପାକିସ୍ତାନ ଭେଟେରାନ୍

PAK vs BAN: ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଭାରତ କ’ଣ କରୁଛନ୍ତି ତାହା କପି କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଆପଣ ଏହା ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ କପି କରିଆସୁଛ। ଏଥର ଭାରତର ସିଷ୍ଟମକୁ କପି କର।

 

PAK vs BAN Test Series

PAK vs BAN Test Series: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଦଳ ନିରାଶାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ସେବେଠାରୁ ପାକିସ୍ତାନ କ୍ରିକେଟ୍ ଦଳକୁ କଡ଼ା ସମାଲୋଚନା କରାଯାଉଛି। ଟେଷ୍ଟ କ୍ରିକେଟରେ ପାକିସ୍ତାନ ଦଳ ପ୍ରଥମ ଥର ପାଇଁ ବାଂଲାଦେଶ ଠାରୁ ହାରିଥିଲା। ପାକିସ୍ତାନ ପ୍ରଶଂସକ ଏବଂ କ୍ରିକେଟ୍ ବିଶେଷଜ୍ଞମାନେ ଏହାକୁ ନେଇ ରାଗିଛନ୍ତି। ଏହି ସମୟରେ ପୂର୍ବତନ ଭେଟେରାନ ପାକିସ୍ତାନୀ କ୍ରିକେଟର ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଭାରତୀୟ କ୍ରିକେଟ୍ କପି କରିବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତି ଅଲି ଖେଳାଳିଙ୍କ ଏକ ବୃହତ ପୁଲ ସୃଷ୍ଟି ପାଇଁ ଅଧିକ ରେଡ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଭାରତ ପାଖରୁ ଧାରଣା ନେବାକୁ କହିଛନ୍ତି।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ଦିନିକିଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନରେ କ୍ରିକେଟରଙ୍କ ଦୃଢ଼ ପୁଲ ନ ଥିବାରୁ ରେଡ୍ ବଲ୍ କ୍ରିକେଟ୍ ପ୍ରତି ଅଧିକ ଧ୍ୟାନ ଦିଆଯିବା ଉଚିତ ବୋଲି ବାସିତ୍ ଅଲି ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାସିତ୍ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ସିଷ୍ଟମକୁ କପି କରିଛି, କିନ୍ତୁ ବର୍ତ୍ତମାନ ସେମାନେ ଭାରତକୁ ଦେଖିବା ଉଚିତ୍ ଏବଂ ସେମାନଙ୍କ ଘରୋଇ ବ୍ୟବସ୍ଥାକୁ କପି କରିବାକୁ ଚେଷ୍ଟା କରିବା ଉଚିତ୍।

ବାସିତ୍ ଅଲି ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, "ଟେଷ୍ଟ ସିରିଜ ପରେ ଚାମ୍ପିଅନ୍ସ କପ୍ ନାମକ ଏକ ଦିନିକିଆ ଟୁର୍ଣ୍ଣାମେଣ୍ଟ ହେବ। ପାକିସ୍ତାନ ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ସିଷ୍ଟମକୁ କପି କରିଛି। ଭାରତ ଆମ ପାଖରେ ଅଛି, ଦୟାକରି ସେମାନଙ୍କ ସିଷ୍ଟମକୁ ମଧ୍ୟ କପି କରନ୍ତୁ। ଆପଣକୁ କପି କରିବାକୁ ମଧ୍ୟ ବୁଦ୍ଧି ଦରକାର। ଭାରତ କଣ କରୁଛି ତାହା କପି କର।" ଡୁଲିପ୍ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହା ଏକ T20 କିମ୍ବା ODI ଟୁର୍ନାମେଣ୍ଟ କି? ଏହା ଏକ ଚାରି ଦିନିଆ ଟୁର୍ଣ୍ଣାମେଣ୍ଟ। ସେମାନେ ଏକ ଶକ୍ତିଶାଳୀ ଆଧାର ନିର୍ମାଣ ଉପରେ ଧ୍ୟାନ ଦେଇଛନ୍ତି, ଯେଉଁଥିପାଇଁ ସେମାନେ ଏତେ ସଫଳ ଅଟନ୍ତି।"

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନ ନିଜ ଟେଷ୍ଟ ଦଳରୁ ରିଲିଜ୍ କରିଥିବା ଆବ୍ରାର ଅହମ୍ମଦ ଏବଂ କାମରନ ଗୁଲାମଙ୍କୁ ୩୦ଅଗଷ୍ଟରୁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ସାମିଲ କରିଛି। ଉଭୟ ଖେଳାଳି ୨୦ ରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଇସଲାମାବାଦ କ୍ଲବରେ ବାଂଲାଦେଶ 'ଏ' ବିପକ୍ଷରେ ପାକିସ୍ତାନ ଶାହିନ୍ସ ପାଇଁ ଖେଳୁଥିଲେ। ଆବ୍ରାର ଜଣେ ଲେଗ୍ ସ୍ପିନର ହୋଇଥିବାବେଳେ କାମରାନ୍ ଗୁଲାମ ଜଣେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍। ଉଭୟଙ୍କଠାରୁ ଆଶା କରାଯାଏ ଯେ, ସେମାନଙ୍କର ନିଜସ୍ୱ ଅବଦାନ କରି ପାକିସ୍ତାନ ଦ୍ୱିତୀୟ ଟେଷ୍ଟ ଜିତିବା ଓ ସିରିଜକୁ ଟାଇ କରିବାରେ ସଫଳ ହେବେ।

Also Read: ICC ଜାରି କଲା ଲଟେଷ୍ଟ ଟେଷ୍ଟ ର଼୍ୟାଙ୍କିଙ୍ଗ; ବାବର ଆଜମକୁ ପଛରେ ପକାଇଲେ ଯଶସ୍ୱୀ ଜୈସୱାଲ