Shocking Video: ଗତ ଶନିବାର ହିମାଚଳ ପ୍ରଦେଶ ରାଜଧାନୀ ଶିମଲା ଠାରେ ଏକ ଚାରି ମହଲା ଘର ତାସ ମୁଠା ଭଳି ଭୁଶୁଡିଯାଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ବାବଦରେ ଜଣାଇଛନ୍ତି। ଶନିବାର ଦ୍ୱିପ୍ରହର ସମୟରେ ଶିମଲା ଚୌପାଲ ବଜାର ଠାରେ ଏକ ଚାରି ମହଲା ଘର ତାସ ମୁଠା ଭଳି ଭୁଶୁଡି ଯାଇଥିଲା। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୁଶୁଡି ଯାଇଥିବା ଘରକୁ ପୂର୍ବରୁ ଖାଲି ଦିଆଯାଇଥିଲା।


COMMERCIAL BREAK
SCROLL TO CONTINUE READING

ତାସ ମୁଠା ଭଳି ଭୁଶୁଡି ଯାଇଥିବା ଏହି ଘରେ ଏକ UCO ବ୍ୟାଙ୍କ ଶାଖା, ଗୋଟିଏ ଢାବା, ଗୋଟିଏ ବାର ଏବଂ ଅନ୍ୟ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିଲା। ଦ୍ୱିତୀୟ ଶନିବାର ହୋଇଥିବାରୁ ଏହି ଘରର ଉପର ମହଲାରେ ରହିଥିବା ବ୍ୟାଙ୍କ ସାପ୍ତାହିକ ଛୁଟି କାରଣରୁ  ବନ୍ଦ ରହିଥିଲା। ଏହି ଘଟଣା ଘଟିବା ସମୟରେ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ୭ ଜଣ କର୍ମଚାରୀଙ୍କ ମଧ୍ୟରୁ କେହି ସେଠାରେ ଉପସ୍ଥିତ ନଥିଲେ।


 



ଏନେଇ ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ସେଠାରେ ନିୟୋଜିତ ରହିଥିବା ଜଣେ କର୍ମଚାରୀ ମୋତେ କହିଛନ୍ତି ଯେ ଏହି ଘରର ତଳ ମହଲାରେ ରହିଥିବା ବାର ଠାରେ ବସିଥିବା କିଛି ଲୋକ ହଠାତ୍ ଝରକାରେ ଫାଟ ସୃଷ୍ଟି ହୋଇଥିବାର ଦେଖିଲେ। ଏହି ଘଟଣା ଦେଖିବା ବିଲଡିଂ, ବାର ଏବଂ ଢାବାରେ ବସିଥିବା ଅନ୍ୟ ଲୋକଙ୍କୁ ସତର୍କ କରାଯାଇଥିଲା। ପ୍ରବଳ ବର୍ଷା ମଧ୍ୟରେ ଏହି ଚାରି ମହଲା ଘର ତାସ ମୁଠା ଭଳି ଭୁଶୁଡି ଯାଇଥିଲା।


Also Read: Himachal Pradesh Bus Accident: ଖାଇରେ ଖସି ପଡ଼ିଲା ବସ, ୨୦ ମୃତ