Leave Application:  ନୂଆଦିଲ୍ଲୀ: ପିଲାମାନେ ସ୍କୁଲରେ କିମ୍ବା ଘରେ ଛୁଟି ପାଇଁ ବିଭିନ୍ନ ବାହାନା କରୁଥିବା ଆପଣ ନିଶ୍ଚୟ ଶୁଣିଥିବେ। ସେମାନଙ୍କ ବାହାନାରେ ଏକ ଭିନ୍ନ ପ୍ରକାରର କୋମଳମତି ପିଲାଳିଆମି ରହିଛି, ଯାହାକୁ ଦେଖି ଆପଣ ମଧ୍ୟ ନ ହସି ରହିପାରିବେ ନାହିଁ। ତେବେ ଆହୁରି କିଛି ଲୋକ ମଧ୍ୟ ନିଜର ରାଗକୁ ପ୍ରକାଶ କରୁଥିବା ଏଠାରେ ଦେଖିବାକୁ ମିଳିଛି। ତେବେ ଏଠାରେ ଆମେ ଏଭଳି ଏକ ଶିଶୁ ସମ୍ପର୍କରେ କହିବାକୁ ଯାଉଛୁ ଯିଏ ଛୁଟି ପାଇଁ କୌଣସି ବାହାନା କରିନାହାଁନ୍ତି। କିନ୍ତୁ ସ୍କୁଲ ନିୟମ ଅନୁଯାୟୀ ତାଙ୍କ ଶିକ୍ଷକଙ୍କୁ ଏକ ଛୁଟି ଆବେଦନ ଲେଖିଛନ୍ତି। ତେବେ ଉକ୍ତ ଶିଶୁ ଦ୍ୱାରା ଲିଖିତ ଏହି ଛୁଟି ଦରଖାସ୍ତ ଦେଖିଲେ ଯେ କେହିବି ହସିବ। ଯଦି ଆପଣ ଏହା ମଧ୍ୟ ପଢନ୍ତି, ତେବେ ଆପଣ ହସିବା ବନ୍ଦ କରି ପାରିବେ ନାହିଁ। ଆଇଏଏସ୍ ଅଧିକାରୀ ଅର୍ପିତ ବର୍ମା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଉକ୍ତ ଆବେଦନ ପତ୍ରକୁ ସେୟାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବୁନ୍ଦେଲଖଣ୍ଡୀ ଭାଷାରେ ଲେଖାଯାଇଥିବା ଏହି ଆବେଦନକୁ ଲୋକମାନେ ବେସ ପ୍ରଶଂସା କରୁଛନ୍ତି। ଉକ୍ତ ଛାତ୍ର ଜଣକ ପୁର ଦେଶୀ ଶୈଳୀରେ ନିଜର ସମସ୍ୟାକୁ ଶିକ୍ଷକଙ୍କ ନିକଟରେ ପ୍ରକାଶ କରିଛନ୍ତି। ଉକ୍ତ ଛାତ୍ର ଜଣକ ଲେଖିଛନ୍ତି କି ସାର ମୁଁ ଦୁଇ ଦିନ ଧରି ଜ୍ୱରରେ ପୀଡ଼ିତ ହୋଇ କାନ୍ଦୁଛି। ଜର ନାକ ଡେଇଁ ମୁଣ୍ଡରେ ପହଞ୍ଚିଲାଣି। ଫଳରେ ମୁଁ ସ୍କୁଲ ଆସିପାରୁନାହିଁ। ଏଥିପାଇଁ ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି କି ଆପଣ ମୋତେ ଦୁଇ ଚାରି ଦିନ ପାଇଁ ଛୁଟି ଦିଅନ୍ତୁ। ମୁଁ ଯଦି ସ୍କୁଲ ନ ଆସିବି ତେବେ କଣ ସ୍କୁଲ ବନ୍ଦ ହୋଇଯିବ କି ବୋଲି ଛାତ୍ର ଜଣକ ଛୁଟି ନିବେଦନ ପତ୍ରରେ ଲେଖିଛନ୍ତି। 


ଏହି ପୋଷ୍ଟକୁ ସେୟାର କରି IAS ଅଧିକାରୀ ଅର୍ପିତ ବର୍ମା ଛୁଟି ପାଇଁ ଆବେଦନ ପତ୍ର ବୋଲି ଲେଖିଛନ୍ତି। ଏହି ବାର୍ତ୍ତା ଶେଷରେ ଏକ ହସିବାର ଇମୋଜି ଦେଇଛନ୍ତି। ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି। ଏହା ସହିତ ଏହାକୁ ୧୪୦୦ରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଏହି ପୋଷ୍ଟରେ ଜଣେ ଉପଭୋକ୍ତା ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ଯେ 'ଓରେ ମେରେ କଲୁଆ ତୁନେ ତୋ କତଇ ହଦ୍ଦ କଦ୍ଦଇ, ଆପ ଝେ ତରିକନ ସେ ହମଉ ଛୁଟି ମଙ୍ଗାଇଏଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି କି କାଏ ସାର, ଛୁଟ୍ଟି ତୋ ଦେନେ ପଡ଼ି ଅବ। 


ଅଧିକ ପଢନ୍ତୁ: FIFA World Cup 2022: Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍


ଅଧିକ ପଢନ୍ତୁ: ଗଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହେବେ ଏହି ମୁସଲିମ ଦେଶର ରାଷ୍ଟ୍ରପତି, ପିଏମ ମୋଦି ପଠାଇଥିଲେ ନିମନ୍ତ୍ରଣ ପତ୍ର