Snake stops Train: ବିଭିନ୍ନ କାରଣକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ ଭାରତୀୟ ରେଳବାଇ। ସଦ୍ୟ ଏପରି ଏକ ମାମାଲା ସାମ୍ନାକୁ ଆସିଛି। ଯେଉଁଠି ଗୋଟିଏ ସାପ ପାଇଁ  ଯାତ୍ରା ବେଳେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଛି ଏକ ଟ୍ରେନ।  କେରଳ ରାଜଧାନୀ ତିରୁଅନନ୍ତପୁରମ ଠାରୁ ନୂଆଦିଲ୍ଲୀ ହଜରତ ନିଜାମୁଦ୍ଦିନ ପର୍ଯ୍ୟନ୍ତ ଚଳାଚଳ କରୁଥିବା ତିରୁଅନନ୍ତପୁରମ୍-ହଜରତ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ଏକ ସାପକୁ ଦେଖିଥିଲେ। ଯାତ୍ରା ବେଳେ ସାପକୁ ଦେଖି ଭୟଭୀତ ହୋଇଉଠିଥିଲେ। ଏହି ସାପକୁ ଖୋଜାଖୋଜି କରିବା ପାଇଁ କୋଝିକୋଡ ଠାରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଅଟକି ରହିଥିଲେ ମଧ୍ୟ ଏହି ସାପ ମିଳିନଥିଲା। 


COMMERCIAL BREAK
SCROLL TO CONTINUE READING

ଟ୍ରେନ ମଧ୍ୟରେ ସାପ ରହିଥିବା ନେଇ ଖବର ପାଇବା ମାତ୍ରେ ଭୟଭୀତ ହୋଇଉଠିଥିଲେ ରେଳଯାତ୍ରୀ। ସାପକୁ ବାହାର କରିବା ପାଇଁ ଟ୍ରେନ ରାସ୍ତାରେ ଏକ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ଏହି ସାପକୁ ତନ୍ନ ତନ୍ନ କରି  ଖୋଜା ଯାଉନଥିଲେ ମଧ୍ୟ ସପ ମିଳିନଥିଲା। ରେଳବାଇ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଟ୍ରେନ ମଧ୍ୟରେ ସାପ ଦେଖିବା ପରେ ଭୟଭୀତ ହୋଇଉଠିଥିବା ଯାତ୍ରୀ ଏହି ଘଟଣା ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତିରୁର ଷ୍ଟେସନ ଛାଡିବାର କିଛି ସମୟ ପରେ ତିରୁଅନନ୍ତପୁରମ୍-ହଜରତ ଏକ୍ସପ୍ରେସ (Thiruvananthapuram Nizamuddin Express) ର  S5 କୋଚ ଲୋୟର ବର୍ଥ (S5 Coach Lowyer Berth) ତଳେ ରଖାଯାଇଥିବା ଲଗେଜ (Luggage) ମଧ୍ୟରେ ଏହି ସାପ ଦେଖିବାକୁ ମିଳିଥିଲା। ସାପ କଥା ଜଣାପଡିବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣା କୋଝିକୋଡେ ରେଳ ଷ୍ଟେସନ (Kozhikode Railway Station) ଅଧିକାରୀଙ୍କ ନିକଟରେ ପହଞ୍ଚିବା ମାତ୍ରେ ସେମାନେ ଜଙ୍ଗଲ ବିଭାଗର ବିଶେଷଜ୍ଞ ଦଳର ବ୍ୟବସ୍ଥା କରିଥିଲେ।


ବୁଧବାର ରାତି ଦଶଟା ୧୫ ମିନିଟ ସମୟରେ ଟ୍ରେନ୍ କୋଝିକୋଡେ ଠାରେ ପହଞ୍ଚିବା ବେଳକୁ ଯାତ୍ରୀ ସେହି କୋଚ ମଧ୍ୟରେ ରହିଥିଲେ ଯେଉଁଠାରେ ସାପ ଦେଖାଯାଇଥିଲା। ଦୁଇ ଜଣ ସାପ ଧରାଳୀ ସାପକୁ ଧରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସେମାନେ ସାପକୁ ଧରିପାରି ନଥିଲେ। ରେଳବାଇ ସୂତ୍ରରୁ ପ୍ରକାଶ ଯେ ଯାତ୍ରୀ ଯେଉଁ ସାପ ଦେଖିଥିଲେ ତାହା ଏକ ମୂଷା ଖାଉଥିବା ସାପ। ଏହି ସାପ କୋଚ ମଧ୍ୟରେ ରହିଥିବା ଏକ ଗର୍ତ୍ତରେ ପ୍ରବେଶ କରିଥିଲା। ଟ୍ରେନ୍ ସେଠାରୁ ଚାଲିଯିବା ପରେ ସେହି ଗର୍ତ୍ତକୁ ବନ୍ଦ କରାଯାଇଥିଲା।


Also Read: Bihar Sharif: ସାପ କାମୁଡିବା ପରେ ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ବ୍ୟକ୍ତି