Accident News: ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଗଙ୍ଗୋତ୍ରୀ ପରିଦର୍ଶନ କରିବା ପରେ ଫେରୁଥିବା ତୀର୍ଥଯାତ୍ରୀ ଭରା ଏକ ବସ୍ ହଠାତ୍ ଖାଇରେ ଖସିପଡିଥିଲା। ବସ୍‌ରେ ୨୯ ଜଣ ଯାତ୍ରୀ ଥିବା ନେଇ ସୂଚନା ରହିଛି। ତେବେ ଏହି ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ ସମସ୍ତେ ମହିଳା ରହିଛନ୍ତି। ଏହି ଦୁର୍ଘଟଣାରେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ଉତ୍ତରାଖଣ୍ଡର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ୧୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ AIIMS ଋଷିକେଶକୁ ପଠାଇ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ବସ୍ ୨୯ ଜଣ ଯାତ୍ରୀଙ୍କ ସହ ଗଙ୍ଗୋତ୍ରୀ ଯାଇଥିଲା। ତେବେ ଅପରାହ୍ନ ୪ଟାରେ ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଗଙ୍ଗୋତ୍ରୀରୁ ଉତ୍ତରକାଶୀକୁ ଫେରିଆସିଥିଲା। କିନ୍ତୁ ରାତି ପ୍ରାୟ ୯ଟା ସମୟରେ ଗଂଗନାନୀ ଠାରୁ ୫୦ ମିଟର ଦୂରରେ ବସଟି ଅଚନାକ ନିୟନ୍ତ୍ରଣ ହରାଇ ଏକ ବଡ଼ ଖାଇରେ ଖସି ପଡ଼ିଥିଲା। ଗଣମାଧ୍ୟମର ସୂଚନା ଅନୁଯାୟୀ ଏକ ଗଭୀର ଗାତ ମଧ୍ୟକୁ ଖସି ପଡ଼ି ଏକ ଗଛରେ ଝୁଲି ରହିଥିଲା। ସେହି ଖାଇ ତଳେ ଭାଗିରଥୀ ନଦୀ ପ୍ରବାହିତ ହେଉଛି। ତେବେ ବସରୁ ଝୁଲିବା ରହିବା କାରଣରୁ ଅଧିକାଂଶ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିଲା। 


ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କଲେ ଟ୍ୱିଟ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ବସ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି କି ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଗଂଗନାନୀ ନିକଟରେ ବସ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଁ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। 


ସେହିପରି ଉତ୍ତର ପ୍ରଦେଶର ହରଦୋଇ ନିକଟରେ ଏକ ଟ୍ରକ ଓଲଟି ପଡ଼ିବାରୁ ଘର ବାହାରେ ଶୋଇଥିବା ଗୋଟିଏ ପରିବାରର ୮ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ପିଲା ରହିଥିବା ଜଣାପଟଡ଼ିଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣା ହରଦୋଇ ଜିଲ୍ଲାର ମାଲୱାନ ଟାଉନ ୦୨ ନମ୍ବର ନିକଟରେ ଘଟିଛି। ଗୋଟିଏ ପରିବାର ସେମାନଙ୍କ ଘର ବାହାରେ ଶୋଇଥିଲେ। ହାଟଠାରୁ ଅଳ୍ପ ଦୂରରେ ଅବସ୍ଥିତ ରାସ୍ତାରୁ ଗଙ୍ଗା କୂଳରୁ ବାଲି ବୋଝେଇ ଟ୍ରକ ହରଦୋଇକୁ ଯାଉଥିଲା। ସକାଳେ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ଟ୍ରକଟି ପରିବାର ଉପରେ ଓଲଟି ପଡିଥିଲା। ଟ୍ରକ ତଳେ ପରିବାରକୁ ଟାଣି ନିଆଯିବା ବେଳକୁ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।