ମହାନଦୀ ପ୍ରସଙ୍ଗରେ ବିଜେଡିର କାଉଣ୍ଟର ଆଟାକ
Advertisement
Article Detail0/zeeodisha/odisha2311352

ମହାନଦୀ ପ୍ରସଙ୍ଗରେ ବିଜେଡିର କାଉଣ୍ଟର ଆଟାକ

ପୂର୍ବତନ ସରକାରଙ୍କ ମୁଣ୍ଡରେ ଦୋଷ ନଦେଇ ତଥା ବାହାନା ଖୋଜିବା ବଦଳରେ ସମସ୍ୟାର ସମାଧାନ କରିବା ନେଇ ବିଜେଡି ପକ୍ଷରୁ ଦାବି କରାଯାଇଛି । ଆଜି ବିଜେଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ଯେଉଁଥିରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ରାଜସ୍ବ ମନ୍ତ୍ରୀଙ୍କ ବିବୃତିକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ମହାନଦୀ ପ୍ରସଙ୍ଗରେ ବିଜେଡିର କାଉଣ୍ଟର ଆଟାକ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ଆଜି ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ବିଜେଡି ପକ୍ଷରୁ କାଉଣ୍ଟର ଆଟାକ ହୋଇଛି । ପୂର୍ବତନ ସରକାରଙ୍କ ମୁଣ୍ଡରେ ଦୋଷ ନଦେଇ ତଥା ବାହାନା ଖୋଜିବା ବଦଳରେ ସମସ୍ୟାର ସମାଧାନ କରିବା ନେଇ ବିଜେଡି ପକ୍ଷରୁ ଦାବି କରାଯାଇଛି । ଆଜି ବିଜେଜି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ଯେଉଁଥିରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ରାଜସ୍ବ ମନ୍ତ୍ରୀଙ୍କ ବିବୃତିକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ଦେବୀ ପ୍ରସାଦ କହିଥିଲେ ଯେ, ‘ମହାନଦୀ ଆମ ରାଜ୍ୟର ୧୬ଟି ଜିଲ୍ଲାବାସୀଙ୍କ ଜୀବନଧାରା । ହେଲେ ମହାନଦୀକୁ ନେଇ ଛତିଶଗଡ ଦୀର୍ଘଦିନ ହେବ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଏବଂ ତଳମୁଣ୍ଡରେ ଆମ ରାଜ୍ୟ ଓଡ଼ିଶା କେତେ ପାଣି ବ୍ୟବହାର କରିବେ ସେନେଇ ଉଲ୍ଲେଖ ରହିଛି ବୋଲି ମନ୍ତ୍ରୀ କହିଥିଲେ  । କିନ୍ତୁ ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଆସିବା ସହ ବିଭିନ୍ନ ବେଆଇନ କାର୍ଯ୍ୟ କରୁଛି ।’ଛତିଶଗଡର ବେଆଇନ କାର୍ଯ୍ୟ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟୁସିଙ୍କ ନିକଟରେ ବାରମ୍ବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ । ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ଏକ ବୈଠକ ବସିଥିଲା । ଯେଉଁଥିରେ ଛତିଶଗଡର ବେଆଇନ କାମକୁ ରୋକିବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନଥିଲା । ସେତେବେଳେ ରାଜ୍ୟର ସ୍ୱାର୍ଥକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଅଣଦେଖା କରିଥିଲେ ବୋଲି ବିଜେଡି ଅଭିଯୋଗ ଆଣିଛି।’

ଦେବୀ ଏକଥା ମଧ୍ୟ କହିଥଲେ ଯେ, ‘ଛତିଶଗଡର ଅନଧିକାର ବ୍ୟାରେଜ୍ ନିର୍ମାଣ ବିରୋଧରେ ସମସ୍ତ ଫୋରମରେ ଆଲୋଚନା ପରେ ମଧ୍ୟ ସୁଫଳ ମିଳିପାରିନି । ତେବେ ପୂର୍ବତନ ସରକାର ଚୁପ ନବସି ସମାଧାନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଟ୍ରିବ୍ୟୁନାଲ ଗଠନ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବା ସମୟରେ ଓଡ଼ିଶା ପକ୍ଷରୁ ସମସ୍ତ ଦଲିଲ୍ ଉପସ୍ଥାପନ କରାଯିବା ସହ ପକ୍ଷ ରଖାଯାଇଥିଲା । ମହାନଦୀ ପାଇଁ ଓଡ଼ିଶା ନ୍ୟାୟିକ ଲଢେଇ ଲଢିବା ସହ ରାଜରାସ୍ତାରେ ସଂଗ୍ରାମ କରିଛି । ବିଭିନ୍ନ ସମୟରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ହେଲେ କେନ୍ଦ୍ର ସରକାର ନୀରବ ଦ୍ରଷ୍ଟା ସାଜିବା ସହ ସେତେବେଳେ ଛତିଶଗଡରେ ଥିବା ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରିଥିଲେ । ଫଳରେ ମହାନଦୀକୁ ନେଇ ଓଡ଼ିଶା ସରକାର କିଛି ପଦକ୍ଷପ ନେଇପାରିନଥିଲେ । ବର୍ତ୍ତମାନ ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ ନକରି ସମସ୍ୟାର ସମାଧାନ କରିବା ନେଇ ବିଜେପି ସରକାର ଉଦ୍ୟମ କରିବା ଆବଶ୍ୟକ ।’

ଆଜିର ସାମ୍ବାଦିକ ସମ୍ମିଳନୀରେ ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ଉପସ୍ଥିତ ରହି ବିରୋଧିଙ୍କୁ କଡା ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ଦୁଇ ଗୁଣ ହେବ ବୋଲି ନିର୍ବାଚନ ସମୟରେ ବିଜେପି ପକ୍ଷରୁ କୁହାଯାଇଥିଲା  ଏବେ ମହାନଦୀ ପ୍ରସଙ୍ଗରେ ଟ୍ରିପଲ ଇଞ୍ଜିନ ସରକାର ରହିଛି । କେନ୍ଦ୍ର ସମେତ ଛତିଶଗଡ ଏବଂ ଓଡ଼ିଶାରେ ମଧ୍ୟ ବିଜେପି ସରକାର । ତେଣୁ ଏବେ ଆଉ ବାହାନା ନଖୋଜି ମହାନଦୀ ସମସ୍ୟାର ସମାଧାନ କରାଯାଉ ।

Also Read- Lucky Zodiac Sign: ଜୁନ୍ ୨୮ରେ ସୌଭାଗ୍ୟ ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ