Today Petrol Diesel Price: ଗାଡିରେ ତେଲ ଭରିବା ପୂର୍ବରୁ ଦେଖି ନିଅନ୍ତୁ ନୂଆ ତୈଳଦର
ନୂଆଦିଲ୍ଲୀ: ଆଜି ଗୁରୁବାର ସେପ୍ଟେମ୍ବର ମାସ ୫ ତାରିଖରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛ
Petrol Diesel Price: ନୂଆଦିଲ୍ଲୀ: ଆଜି ଗୁରୁବାର ସେପ୍ଟେମ୍ବର ମାସ ୫ ତାରିଖରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
ଭୁବନେଶ୍ୱରରେ ତୈଳଦରରେ ହ୍ରାସ ପାଇଛି। ଗୁରୁବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦.୮୮ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୪.୯୫ ଟଙ୍କା, ମୁମ୍ବାଇରେ ୧୦୩.୪୪ ଓ ଚେନ୍ନାଇରେ ୧୦୦.୮୫ ଟଙ୍କାରେ କାରବାର କରୁଛି। ଗୁଡଗାଓଁରେ ୯୫.୧୧ ଟଙ୍କା ଓ ନୋଏଡାରେ ୯୪.୮୩ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦରରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୨.୪୬ ଟଙ୍କାରେ କାରବାର କରୁଥିବା ବେଳେ ନୂଆଦିଲ୍ଲୀରେ ୮୭.୬୨ ଟଙ୍କା, କୋଲକାତାରେ ୯୧.୭୬ ଟଙ୍କା, ମୁମ୍ବାଇ ୮୯.୯୭ ଟଙ୍କା, ଚେନ୍ନାଇ ୯୨.୪୪ କାରବାର କରୁଥିବା ଦେଖିବାକୁ ମିଳିଛି।
ସେପଟେ ବିଗତ ୩୪ ବର୍ଷ ମଧ୍ୟରେ ୧୦ ପ୍ରତିଶତ ତୈଳ ଦର ବୃଦ୍ଧି ଘଟିଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି। ୧୯୯୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପେଟ୍ରୋଲ ଦରରେ ୧୦ ଗୁଣା ବୃଦ୍ଧି ଘଟିଛି। ୧୯୯୦ ମସିହାରେ ଦିଲ୍ଲୀରେ ପେଟ୍ରେଲ ଲିଟର ପିଛା ୯.୮୪ ଟଙ୍କା ରହିଥିଲା। ଏହା ଆଜିକା ଦିନରେ ୯୪.୭୨ ଟଙ୍କାରେ ପହଞ୍ଚିଛି। ଗତ ୩ ଦଶନ୍ଧିରେ ପେଟ୍ରୋଲ ଦର ବଢିବାର ଅନେକ କାରଣ ରହିଛି। ଏଥିରେ ଅନେକ ପ୍ରକାର ଟିକସ ଯୋଡ଼ାଯାଇଛି। ଭାରତରେ ପେଟ୍ରୋଲର ଖୁଚୁରା ଦରରେ ଟିକସ ଭାଗ ପ୍ରାୟ ୫୫ ଟଙ୍କା ରହିଛି। କେନ୍ଦ୍ର ଓ ରାଜ୍ୟ ପେଟ୍ରୋଲ ଉପରେ ଟିକସ ଆଦାୟ କରିଥାଆନ୍ତି। ଭାରତ ତୁଳନାରେ ଆମେରିକାରେ ପେଟ୍ରୋଲ ଦର ୧୯୯୦ ପରେ କେବଳ ୩ ଗୁଣା ବଢିଛି। ଆମେରିକାରେ ୧୯୯୦ ମସିହାରେ ଗୋଟିଏ ଗ୍ୟାଲନ ପେଟ୍ରେ ଦର ୧.୧4 ଡଲାର ରହିଥିଲା। ଯାହା ଏବେ ୩.୩୩ ଡଲାରରେ ପହଞ୍ଚିଛି।
ଏମିତି ଭାବେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ:
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।
ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।