ବଢ଼ି ଚାଲିଥିବା ପନିପରିବା ଦରକୁ ନେଇ ଏବେ ଚିନ୍ତାରେ ଖାଉଟି(Consumer)। ପରିବା(Vegetable) କିଣିବାକୁ ବଜାରକୁ ଗଲେ ବ୍ୟାଗ୍ ଭରିବା ପୂର୍ବରୁ ପକେଟ ଖାଲି ହୋଇଯାଉଛି।ଏମିତି ଲାଗୁଛି ଯେପରି ପନିପରିବା ସବୁ ସାଧାରଣ ଖାଉଟିଙ୍କୁ ଦେଖି ଟାହି ଟାପରା କରୁଛନ୍ତି ।ବିଶେଷ ଭାବରେ ଆମେ ଯଦି ଦେଖିବା ଟମାଟୋ ଦର ଏବେ ଆକାଶ ଛୁଆଁ ହୋଇଛି। ଆମେ ଭାରତୀୟ ପ୍ରତ୍ୟେକ ତରକାରୀ,ଶାଗରେ ଟମାଟେ ବ୍ୟବହାର କରିଥାଉ, ହେଲେ ଏବେ ଟମାଟୋ(Tomato)କୁ ଖାଇବା ତ ଦୂରର କଥା ଦେଖିବାକୁ ବି ଡର ଲାଗୁଛି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନ ଧରି ଲାଗି ରହିଥିବା ଖାଉଟିଙ୍କ ସମସ୍ୟାକୁ ଆଖି ଆଗରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।କେନ୍ଦ୍ର ସରକାର(Central Government) ସବସିଡିଯୁକ୍ତ ମୂଲ୍ୟରେ ବିକ୍ରି ହେଇଥିବା ଟମାଟୋର ମୂଲ୍ୟ ଆଜିଠାରୁ ଠାରୁ କିଲୋ ପିଛା ୭୦ ଟଙ୍କାକୁ ହ୍ରାସ କରିଛନ୍ତି। ନ୍ୟାସନାଲ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (NCCF) ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (NAFED) ମାଧ୍ୟମରେ କେନ୍ଦ୍ର ସରକାର ଗତ ସପ୍ତାହରୁ ଦିଲ୍ଲୀ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରର ଲୋକଙ୍କୁ ସବସିଡି ହାରରେ ଟମାଟୋ ବିକ୍ରି କରିବାକୁ ଯାଉଛନ୍ତି ।


ଏବେ ଦେଶରେ ଟମାଟୋର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୨୦ ଟଙ୍କା ରହିଛି ।ଯଦିଓ କେତେକ ସ୍ଥାନରେ ଏହି ପନିପରିବା କିଲୋଗ୍ରାମ ପିଛା ୨୪୫ ଟଙ୍କାରେ ମଧ୍ୟ ବିକ୍ରି ହେଉଛି ।ଦେଶର ରାଜଧାନୀ ଦିଲ୍ଲୀରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ଖସି ଆସିଛି।


ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଟମାଟୋ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଜୁଲାଇ ୨୦, ୨୦୨୩ ରୁ କିଲୋଗ୍ରାମ ପିଛା ୭୦ ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରି କରିବାକୁ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦେଇଛି।


NCCF ଏବଂ NAFED ଦ୍ୱାରା କିଣାଯାଇଥିବା ଟମାଟୋକୁ ପ୍ରଥମେ କିଲୋଗ୍ରାମରେ ୯୦ ଟଙ୍କାରେ ବିକ୍ରି କରାଯାଇଥିଲା | ଏହା ପରେ, ଜୁଲାଇ ୧୬, ୨୦୨୩ରୁ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା।


ବିବୃତ୍ତି ଅନୁଯାୟୀ, ମୂଲ୍ୟ ହ୍ରାସ କରି କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି କଲେ ସାଧାରଣ ଖାଉଟିଟି ଅଧିକ ଲାଭବାନ ହୋଇପାରିବ ।


ଏହି ବିବୃତ୍ତିରେ କୁହାଯାଇଛି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏନସିସିଏଫ୍ ଏବଂ ନାଫେଡ୍ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ବିଭିନ୍ନ ମଣ୍ଡିରୁ ଟମାଟୋ କିଣିବା ଆରମ୍ଭ କରିଦେଇଛନ୍ତି, ଯେଉଁଠାରେ ଖୁଚୁରା ମୂଲ୍ୟ ଗତ ଏକ ମାସ ମଧ୍ୟରେ ସର୍ବାଧିକ ବୃଦ୍ଧି ରେକର୍ଡ କରିଛି, ଏକାସାଙ୍ଗରେ ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇବ।


ସେହିପରି ଦିଲ୍ଲୀରେ ଟମାଟୋର ଖୁଚୁରା ବିକ୍ରି ଜୁଲାଇ ୧୪, ୨୦୨୩ରୁ ଆରମ୍ଭ ହୋଇଥିଲା। ଜୁଲାଇ ୧୮, ୨୦୨୩ ପର୍ଯ୍ୟନ୍ତ, ଉଭୟ ଏଜେନ୍ସିରୁ ମୋଟ ୩୯୧ ଟନ୍ ଟମାଟୋ କ୍ରୟ କରାଯାଇଥିଲା | ଏହା କ୍ରମାଗତ ଭାବରେ ଖୁଚୁରା ଗ୍ରାହକଙ୍କ ପାଇଁ ମୁଖ୍ୟତଃ ଦିଲ୍ଲୀ ଏବଂ ନିକଟବର୍ତ୍ତୀ ସହର, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିହାରର ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେଉଛି ।


Also read: DA Hike: ଜାନୁଆରୀରୁ ସରକାରୀ କର୍ମଚାରୀଙ୍କର ବଢ଼ିବ ମହଙ୍ଗା ଭତ୍ତା