DA Hike: ଜାନୁଆରୀରୁ ସରକାରୀ କର୍ମଚାରୀଙ୍କର ବଢ଼ିବ ମହଙ୍ଗା ଭତ୍ତା
Advertisement

DA Hike: ଜାନୁଆରୀରୁ ସରକାରୀ କର୍ମଚାରୀଙ୍କର ବଢ଼ିବ ମହଙ୍ଗା ଭତ୍ତା

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର ବଢ଼ାଇଲେ ମହଙ୍ଗା ଭତ୍ତା(DA) ।ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବା ନେଇ ସରକାରଙ୍କ ବଡ଼ ଘୋଷଣା । ଆସନ୍ତା ୨୦୨୪ ଜାନୁଆରୀ ମାସଠାରୁ ପାଖାପାଖି ୭ ଲକ୍ଷ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃ୍ଦ୍ଧି ପାଇବା ନେଇ ସରକାର ଘୋଷଣା କରିବା ପରେ ଏବେ ସରକାରୀ କର୍ମଚାରୀଙ୍କ ମହଲରେ ଖୁସି ଖେଳିଯାଇଛି ।

ସାଙ୍କେତିକ ଫଟୋ: Govt decided to increase DA

ମଧ୍ୟପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ।କେନ୍ଦ୍ରିୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା(Dearness allowance) ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି । ଏବେ କେନ୍ଦ୍ରିୟ କର୍ମଚାରୀଙ୍କ ଭତ୍ତା(DA) ୪ ପ୍ରତିଶତ ରୁ ୪୨ % କୁ ବୃଦ୍ଧି ପାଇବ ।ଏହି ମହଙ୍ଗା ଭତ୍ତା ବୃଦ୍ଧି ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବ। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ  ମଧ୍ୟପ୍ରଦେଶରେ ସାତ ଲକ୍ଷ ସରକାରୀ କର୍ମଚାରୀଙ୍କର ଡିଏ ବୃଦ୍ଧି ପାଇବ।

ମଧ୍ୟପ୍ରଦେଶର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଶାସକ ଦଳର ଜଣେ ସାଂସଦ ଟୁଇଟ୍ କରି କହିଛନ୍ତି ଯେ ‘କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ଅନେକ ବୈପ୍ଳବିକ ପଦକ୍ଷେପ ନେଇଛୁ। ବର୍ତ୍ତମାନ ଆମେ ଜାନୁଆରୀ ମାସରୁ ୪ ପ୍ରତିଶତରୁ ୪୨ ପ୍ରତିଶତ ଡିଏ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛୁ’। ସେ ଟ୍ୱିଟ୍ କରି କହିଛନ୍ତି ଯେ ‘ଆମ ସରକାର ସର୍ବଦା ଜଣେ କର୍ମଚାରୀ ବନ୍ଧୁତ୍ୱପୂର୍ଣ୍ଣ ସରକାର ଭାବରେ କାର୍ଯ୍ୟ କରିଆସୁଛନ୍ତି। କର୍ମଚାରୀଙ୍କ ସ୍ୱାର୍ଥରେ ଆମେ ଅନେକ ବୈପ୍ଳବିକ ନିଷ୍ପତ୍ତି ନେଇଛୁ’ ।

"ପୂର୍ବରୁ ଆମେ ଘୋଷଣା କରିଥିଲୁ ଯେ ଆମେ ରାଜ୍ୟରେ ଥିବା ସରକାରୀ କର୍ମଚାରୀ (Government employees)ଙ୍କୁ କେନ୍ଦ୍ରର ମହଙ୍ଗା ଭତ୍ତା ଖୁବ୍ ଶିଘ୍ର ପ୍ରଦାନ କରିବୁ, ସେହି କ୍ରମରେ, ଜାନୁଆରୀ ଠାରୁ କେନ୍ଦ୍ରର ୪୨%  ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୪ ଜାନୁୟାରୀରୁ ଜୁନ୍  ମଧ୍ୟରେ ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାର ବକେୟା ୩ଟି କିସ୍ତି ପ୍ରଦାନ କରାଯିବ । ସେହି ସମସ୍ତ କର୍ମଚାରୀ ଯେଉଁମାନେ ଷଷ୍ଠ ବେତନ ସ୍କେଲ୍ ପାଇଛନ୍ତି, ସେମାନଙ୍କର ମହଙ୍ଗା ଭତ୍ତା ମଧ୍ୟ ଆନୁପାତିକ ଭାବରେ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ(Shivraj singh Chouhan) କହିଛନ୍ତି ଯେ ୨୦୧୪ ମସିହାରେ ତାଙ୍କ ସରକାର ଏହା ମଧ୍ୟ ପ୍ରତିଶୃତି ଦେଇଥିଲା ଯେ ରାଜ୍ୟର ଯେଉଁ ସରକାରୀ କର୍ମଚାରୀ ୩୦ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ତୃତୀୟ ବେତତନ ସ୍କେଲ ପ୍ରଦାନ କରାଯିବ । ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁମାନେ ଜୁଲାଇ ୧, ୨୦୨୩ ସୁଦ୍ଧା ୩୫ ବର୍ଷ ସେବା ସମାପ୍ତ କରିଛନ୍ତି, ସେମାନଙ୍କୁ ଚତୁର୍ଥ ଥର ସ୍କେଲ ପେ ସ୍କେଲ ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଏହି ନିଷ୍ପତ୍ତିରେ ଦର୍ଶାଯାଇଛି ଯେ ଏହି ଡିଏ ବୃଦ୍ଧି ହେତୁ ଜାନୁଆରୀରୁ ଜୁନ୍ ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ତିନି କିସ୍ତିରେ ପ୍ରଦାନ କରାଯିବ।ସିଏମ୍ କହିଛନ୍ତି ଯେ ଷଷ୍ଠ ପେ ସ୍କେଲ୍ ଅନ୍ତର୍ଗତ ମଧ୍ୟପ୍ରଦେଶର ସମସ୍ତ ସରକାରୀ କର୍ମଚାରୀ ମଧ୍ୟ ସେମାନଙ୍କର ଭତ୍ତାରେ ଆନୁପାତିକ ବୃଦ୍ଧି ପାଇପାରିବେ।ଏକ ଭିଡିଓ ବାର୍ତ୍ତା ଜରିଆରେ ସିଏମ୍ କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ଚଳିତ ବର୍ଷ ଜୁଲାଇ ୧ ସୁଦ୍ଧା ୩୫ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଛନ୍ତି, ସେମାନଙ୍କୁ ଚତୁର୍ଥ ଥର ଦରମା ମଧ୍ୟ ପ୍ରଦାନ କରାଯିବ।