Jual Oram Wife Dies: ପରଲୋକରେ ସୁନ୍ଦରଗଡ଼ ସାଂସଦ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ୍। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପତ୍ନୀ ଝିଙ୍ଗିଆ। ହେଲେ ଶନିବାର ବିଳମ୍ବିତ ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ଘଟିଥିବା ନେଇ ସୂଚନା ରହିଛି। ମୋଦି ସରକାରର ଏହି କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ନିଜେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଝିଙ୍ଗିଆଙ୍କ ବିୟୋଗ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(Odisha Chief Minister Mohan Majhi), ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟ ବିଜେପି ନେତା ବିଳମ୍ବିତ ରାତିରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଜୁଏଲ ଓରାମ ଓ ତାଙ୍କ ପତ୍ନୀ ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ଯାଇଥିଲେ। ଏହାପରେ ସେଠୁ ଫେରିବା ପରେ ଉଭୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ।


ସେପଟେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମ ଙ୍କ(Jual Oram Wife Jhingia Oram) ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା।


ମୁଖ୍ୟମନ୍ତ୍ରୀ ଶ୍ରୀ ଓରାମ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମ ଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । । ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।


ସୂଚନାଯୋଗ୍ୟ, ୧୯୮୭ ମସିହା ମାର୍ଚ୍ଚ ୮ରେ ଜୁଏଲଙ୍କୁ ଝିଙ୍ଗିଆ ବିବାହ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ଉଭୟ ଦୁଇ ଝିଅର ଅଭିଭାବକ। ତେବେ ଆଜି ଶେଷ ଦର୍ଶନ ସରିବା ପରେ ଅନ୍ତିମ ସଂସ୍କାର ନିମନ୍ତେ ସୁନ୍ଦରଗଡ଼ ଅଭିମୁଖେ ମରଶରୀର ଯାତ୍ରା କରିଥିବା ଜଣାପଡିଛି।


Also Read: Today Horoscope: କାହା ପାଇଁ ଶୁଭ ଆଜିର ଦିନ, ଜାଣନ୍ତୁ ନିଜର ରାଶିଫଳ


Also Read: Gouri Shankar Yog: ଏହିଦିନରୁ ଗୌରୀଶଙ୍କର ଯୋଗରୁ ମହାସଂଯୋଗ, ୩ରାଶିର ଫିଟିବ ଭାଗ୍ୟ!