Advertisement
Photo Details/zeeodisha/odisha2389104
photoDetails0hindi

Today Horoscope: କାହା ପାଇଁ ଶୁଭ ଆଜିର ଦିନ, ଜାଣନ୍ତୁ ନିଜର ରାଶିଫଳ

Horoscope Today 18th August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧୮ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ:  ଆଜି ଏହି ରାଶିର ଲୋକଙ୍କୁ ଟିକେ ଜଗିରଖି ଚଳିବାକୁ ପଡି଼ବ। କାହିଁକିନା, ସାଧାରଣ କଥାକୁ ବଡ଼ କରି ନିଜ ଲୋକଙ୍କ ସହ କଳହ ସୃଷ୍ଟି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମନାନ୍ତର ଦେଖା ଦେଇପାରେ।  ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ବିଶେଷ କରି ଗାଡି଼ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

2/12

ବୃଷ:  ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ବିଭିନ୍ନ କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ କରିବେ। ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ଆଶା କରୁଥିବା ଦିଗରୁ ଖବର ପାଇବେ। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗରେ କୌଣସି କାର୍ଯ୍ୟ ପୂରା ହେବ। ନିଜ ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

3/12

ମିଥୁନ: ଶତ୍ରୃମାନେ ସଜାଗ ରହିବେ। ଆପଣଙ୍କ ବିରୋଧରେ ସମାଲୋଚନା କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁଁ ଦିନଟି ଖୁସିରେ କଟିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ସମସ୍ୟା ଦୂର ହୋଇଯିବ।

4/12

କର୍କଟ:  କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ମନ ଭାରାକ୍ରାନ୍ତ ରହିବ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ ।ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବିଶେଷକରି, ଜମିଜମାକୁ ଭାଗବଣ୍ଟାକୁ କେନ୍ଦ୍ର କରି ମଧ୍ୟ ପରିବାରରେ କଳହ ସୃଷ୍ଟି ହୋଇପାରେ।

5/12

ସିଂହ:  ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆକସ୍ମିକ ଧନଲାଭ ହୋଇପାରେ। କାର୍ଯ୍ୟାଳୟରେ ନିଜ ସହକର୍ମୀଙ୍କ ସାହାଯ୍ୟ ପାଇବେ । ଆପଣ ଭଲ କଥା କହିଲେ ବି ଅନ୍ୟମାନେ ତାକୁ ଭୁଲ୍ ବୁଝିବେ। ତେଣୁ ଯାହାକୁ ନେଇ ଆପଣ ଚିନ୍ତିତ ରହିବେ ।

6/12

କନ୍ୟା:  ଆଜିର ଦିନଟି ବ୍ୟବସାୟୀ ମାନଙ୍କ ପାଇଁ ଖୁବ୍ ଅନୁକୂଳ ରହିଛି। ବହୁ ଦିନର ଆଶା ପୂରଣ ହେବ। ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ। କୌଣସି କାମରେ ମନ ଲାଗିବ ନାହିଁ। ନିଜ ପରିବାର ସହ କିଛି ଭଲ ସମୟ ବିତାଇବେ।

7/12

ତୁଳା:  ଆୟ ବ୍ୟୟ ସମାନ ରହିବ । ଆଜି ନିଜ ପରିବାର ଲୋକଙ୍କ ସାହାର୍ଯ୍ୟରେ ଅଧା ରହିଥିବା କାର୍ଯ୍ୟକୁ ଆପଣ ସମାପ୍ତ କରିବାକୁ ପ୍ରୟାସ କରିବେ। ବିଳାସବ୍ୟସନରେ ଦିନଟି ଅତିବାହିତ ହେବ। ବିଦ୍ୟାର୍ଥୀମାନେ ପାଠ ପଢାରେ ମନ ଦେବେ। 

8/12

ବିଛା:  ଦିର୍ଘ ଦିନ ଧରି କୋର୍ଟରେ ଚାଲିଥିବା  ମୋକଦ୍ଦମାରେ ସଫଳତା ପାଇବେ। ଆୟର ନୂଆ ଉତ୍ସ ସୃଷ୍ଟି ହେବା କାରଣରୁ ମନ ପ୍ରଫୁଲ୍ଲିତ ରହିବ। ଆଜି ଦିନରେ କିଛି ନୂଆ ସମ୍ପର୍କ ସୃଷ୍ଟି ହୋଇପାରେ। ପୁରୁଣା ବନ୍ଧୁଙ୍କୁ ଭେଟି ମନ ଖୁସି ରହିବ।

9/12

ଧନୁ:  ପୁରୁଣା ବିନିଯୋଗରୁ ଲାଭ ପାଇବେ। ନିଜ ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମୀଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। କିନ୍ତୁ ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।  

10/12

ମକର: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ। ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ରାଜନୀତିରେ ଜଡି଼ତ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଅନକୂଳ ରହିବ। ନିଜ କାର୍ଯ୍ୟକୁ ନେଇ ପ୍ରଂଶସିତ ହୋଇପାରନ୍ତି।

 

11/12

କୁମ୍ଭ: ଆଜିର ଦିନଟି ଆପଣଙ୍କ ସପକ୍ଷରେ ଯିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । 

 

12/12

ମୀନ:  କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। କାର୍ଯ୍ୟାଳୟରେ ପ୍ରମୋସନ୍ ମିଳିପାରେ। ସାହିତ୍ୟ, ସଙ୍ଗୀତ ଏବଂ ରାଜନୀତି କ୍ଷେତ୍ରରେ ପ୍ରତିନ୍ଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରିବେ। ନିଜ ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ।  

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)