Valentine Week 2024: ଗୋଲାପ ଦିବସରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ । ଏହି ସପ୍ତାହର ପ୍ରତିଟି ଦିନର ରହିଛି ଅନେକ ସ୍ୱତନ୍ତ୍ରତା । ବର୍ଷକୁ ଥରେ ପ୍ରେମୀ ଜୁଗଳ ଏହି ସପ୍ତାହକୁ ସତେ ଯେମିତି ଅପେକ୍ଷା କରିଥାନ୍ତି । ପ୍ରେମ ସମ୍ପର୍କରେ ଅନେକ ମଧୁରତା ଭରିଦେଇଥାଏ ଭାଲେଣ୍ଟାଇନ୍ । ଏହି ସପ୍ତାହକୁ ପ୍ରତ୍ୟକ ପ୍ରେମୀ ନିଜ ସାଥୀଙ୍କ ସହ ବିତାଇବାକୁ ବିଭିନ୍ନ ପ୍ରକାରର ଯୋଜନା କରିଥାନ୍ତି । ଏହି କ୍ରମରେ ବାଦ୍ ପଡନ୍ତିନି ସେଲିବ୍ରେଟି ତଥା ପ୍ରତିଷ୍ଠିତ ବ୍ୟକ୍ତିବିଶେଷ । ଦୌଡରାଣୀ ଦୂତି ଚାନ୍ଦ ନିଜ ସାଥୀ ମୋନାଲିସା ଦାସଙ୍କ ହାତକୁ ବଢାଇ ଦେଇଛନ୍ତି ଗୋଲାପ ଫୁଲର ତୋଡା ।


COMMERCIAL BREAK
SCROLL TO CONTINUE READING

କେବଳ ଖେଳ ନୁହେଁ ନିଜ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଦୌଡରାଣୀ ଦୂତି । ପୂର୍ବରୁ ଦୂତି ନିଜର ସମଲିଙ୍ଗୀ ସମ୍ପର୍କକୁ ସାର୍ବଜନୀନ କରିସାରିଛନ୍ତି । ଆଗକୁ ମୋନାଲିସାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଗଣମାଧ୍ୟମରେ ମଧ୍ୟ ଦୂତିଙ୍କ ପ୍ରେମ ସମ୍ପର୍କକୁ ନେଇ ନିକଟରେ ଅନେକ ଚର୍ଚ୍ଚା ହୋଇଥିଲା । ଦୂତିଙ୍କ ସହ ମୋନାଲିସାଙ୍କ ଫଟୋ ଅନେକ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ମଧ୍ୟ ସ୍ଥାନ ପାଇଛି । ତେବେ ବିବାହ ପୂର୍ବରୁ ନିଜ ପ୍ରେମ ସହିତ ଖୁବ୍ ସମୟ ଅତିବାହିତ କରୁଛନ୍ତି ଦୂତି । ଆଜି ଗୋଲାପ ଦିବସ ଅବସରରେ ନିଜ ସାଥୀଙ୍କୁ ଖୁସି କରିବାକୁ ସେ ଏକ ଗୋଲାପ ତୋଡା ଧରାଇଛନ୍ତି ମୋନାଲିସାଙ୍କ ହାତରେ । ଦୁହିଁଙ୍କ ଓଠରେ ଥିବା ହସ ହିଁ ଦୁହିଁଙ୍କ ଭିତରେ ଥିବା ସମ୍ପର୍କକୁ ବେଶ୍ ସୁନ୍ଦର ଭାବେ ବଖାଣୁଥିବା ଦେଖିବାକୁ ମିଳିଛି । 


ଗୋଲାପ ଦିବସ ପାଳନ ସମୟର ବିଶେଷ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦୂତି । ଏହି ଫଟୋ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଥିବା ସମୟରେ ଦୂତିଙ୍କ କମେଣ୍ଟ ବକ୍ସରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର କମେଣ୍ଟ୍ ଦେଉଥିବା ଦେଖିବାକୁ ମିଳିଛି । ଦୁହିଁଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛନ୍ତି ଫ୍ୟାନ୍ସ ।


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି