Vegetables Price Drop: ଶୀତର ଆଗମନ ସହିତ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ମୂଲ୍ୟ ହ୍ରାସ ପାଇଛି ।  ବଜାରରେ ପନିପରିବା ଆମଦାନୀରେ ବୃଦ୍ଧି କାରଣରୁ କିଛି ପନିପରିବାର ମୂଲ୍ୟ ହ୍ରାସ ପାଇଥିବାବେଳେ କେତେକ ପରିବାର ଦର ଏବେ ମଧ୍ୟ ଅଧିକ ରହିଛି । ଆଜି ଆପଣଙ୍କୁ କହିବୁ ଶୀତଦିନେ ପନିପରିବା ମୂଲ୍ୟରେ ଏମିତି ପରିବର୍ତ୍ତନ କାହିଁକି ଘଟୁଛି ଏବଂ ଏହା ଗ୍ରାହକଙ୍କ ଉପରେ କି ପ୍ରଭାବ ପକାଉଛି ।


COMMERCIAL BREAK
SCROLL TO CONTINUE READING

ବିଶେଷକରି ଶୀତ ଋତୁ ପୂର୍ବରୁ ରସୁଣ ଏବଂ ଟମାଟୋର ମୂଲ୍ୟ ଅଧିକ ରହିଥିଲା ଯାହା ବର୍ତ୍ତମାନ ହ୍ରାସ ଘଟିଛି। ପୂର୍ବରୁ ଏହି ପନିପରିବା ଗୁଡିକ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା, ବର୍ତ୍ତମାନ ବଜାରରେ ଯୋଗାଣ ବୃଦ୍ଧି କାରଣରୁ ମୂଲ୍ୟ ହ୍ରାସ ପାଇଛି । ଆଗାମୀ ଦିନରେ ପନିପରିବା ମୂଲ୍ୟରେ ଆହୁରି ହ୍ରାସ ହେବାର ସମ୍ଭାବନା ରହିଛି । ଯେଉଁ କାରଣରୁ ଗ୍ରାହକଙ୍କୁ ଆହୁରୀ ଆଶ୍ୱସ୍ତି ମିଳିପାରେ ।


ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଶୀତଦିନେ ସବୁଜ ପନିପରିବା ଯୋଗାଣ ବୃଦ୍ଧି ପାଇଛି। ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଆସୁଥିବା ସବୁଜ ପନିପରିବା ବର୍ତ୍ତମାନ ବଜାରରେ ପହଞ୍ଚୁଛି । ଯେଉଁ କାରଣରୁ ଆଳୁ, ପିଆଜ, ଟମାଟୋ ଭଳି ମୁଖ୍ୟ ପନିପରିବାର ମୂଲ୍ୟ ହ୍ରାସ ପାଇଛି । ଏହି ବର୍ଦ୍ଧିତ ଯୋଗାଣ କାରଣରୁ ଆସନ୍ତା ସମୟରେ ମଟର ଏବଂ ଡାଲିର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।


ତେବେ ବଜାରରେ କେତେକ ପନିପରିବା ମୂଲ୍ୟ ବର୍ତ୍ତମାନ ମଧ୍ୟ ଅଧିକ ରହିଥିବା ଦେଖାଯାଇଛି। ମଟର ମୂଲ୍ୟ କିଲୋଗ୍ରାମ ପିଛା ୯୦ରୁ ୧୦୦ ଟଙ୍କା ମଧ୍ୟରେ ରହିଛି । ପାଣିପାଗ ପ୍ରଭାବ ଏବଂ ଉତ୍ପାଦନରେ ହ୍ରାସ କାରଣରୁ ଏହି ବୃଦ୍ଧି ହୋଇଛି ବୋଲି ବ୍ୟବସାୟୀ କହିଛନ୍ତି ।


ପନିପରିବା ମୂଲ୍ୟ ପରିବର୍ତ୍ତନ କାରଣରୁ ଗ୍ରାହକମାନେ ଆରାମ ପାଇବାକୁ ଯାଉଛନ୍ତି । କେତେକ ପନିପରିବା ମୂଲ୍ୟ କମ ହୋଇଥିବା କାରଣରୁ ଖାଉଟିଙ୍କ ମନ ଖୁସି ହୋଇଥିବା ସମୟରେ ଆଉ କିଛି ପରିବାର ମୂଲ୍ୟ ବୃଦ୍ଧି ସେମାନଙ୍କୁ ଅସୁବିଧାରେ ପକାଉଛି। ବଜାର ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ, ଏହି ପରିବର୍ତ୍ତନଗୁଡ଼ିକର ମୁଖ୍ୟ କାରଣ ହେଉଛି ଋତୁ ପରିବର୍ତ୍ତନ, ଯୋଗାଣରେ ବୃଦ୍ଧି କିମ୍ବା ହ୍ରାସ ଏବଂ ଆନ୍ତର୍ଜାତୀୟ ବଜାରର ପ୍ରଭାବ । ଗ୍ରାହକମାନେ ଏହିପରି ପରିବର୍ତ୍ତନ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ । ଏଥିସହ ସେହି ଅନୁଯାୟୀ ନିଜ ଖର୍ଚ୍ଚ ଯୋଜନା କରିବା ଆବଶ୍ୟକ ।


Also Read- Weekly Finance Horoscope: ନୂଆ ସପ୍ତାହରେ କିପରି ରହିବ ଆର୍ଥିକ ସ୍ଥିତି ? ଜାଣନ୍ତୁ ରାଶିଫଳ


Also Read- ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ