Bharat Mandapam Cost: ଦେଶର ରାଜଧାନୀ ଦିଲ୍ଲୀରେ ଜି-20 ସମ୍ମିଟ ବା ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ରଖାଯାଇଥିଲା। ଏଥିରେ ବିଶ୍ୱର ୨୦ ଟି ଦେଶରୁ ରାଷ୍ଟ୍ର ମୁଖ୍ୟ ମାନେ ଯୋଗ ଦେଇଥିଲେ। ତେବେ ଏହି ଦୁଇଦିନିଆ ସମ୍ମିଳନୀ କୁ ନେଇ କେନ୍ଦ୍ର ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଇଣ୍ଡୋନେସିଆ ରାଷ୍ଟ୍ରପତି, ବ୍ରିଟେନ ପିଏମ ଋଷି ସୁନକ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଙ୍କ ସହ ଅନେକ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀରେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। କୁହାଯାଉଛି ଏଥିରେ ପାଖାପାଖି ୧୦୦୦ ପ୍ରତିନିଧି ଯୋଗ ଦେଇଥିଲେ। ଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମ (Bharat Mandapam) ରେ ଏହି ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଏଥିରେ ପାଖାପାଖି ୨ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୧୨୩ ଏକର କ୍ଷେତ୍ରଫଳରେ ଏହି ବିଶାଳ ମଣ୍ଡପ ଟି ଛିଡ଼ା ହୋଇଛି। ସେମିତି ଦେଖିବାକୁ ହେଲେ ୨୬ ଟି ଫୁଟବଲ ଷ୍ଟାଡିୟମର ବରାବର ଏହି ଭାରତ ମଣ୍ଡପମ (Bharat Mandapam Cost) । ଏଥିରେ ପାଖାପାଖି ୧୦ ହଜାର ଲୋକ ଏକାସାଥୀରେ ବସିବା ପରି ଜାଗା ଅଛି। ତେବେ ଏହି ମଣ୍ଡପର ତିଆରି ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ଅଭିଭାଷଣ ରେ କହିଥିଲେ ଯେ ଏହି ମଣ୍ଡପ ଦେଶର ପରିଚୟ ହେବ। ଆଉ ଏହି ମଣ୍ଡପର ପ୍ରତିଟି ପିଲାର, ପ୍ରତିଟି ରୁମ୍ ଓ ପ୍ରତିଟି କାନ୍ଥରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଯାଇଛି। ଭାରତ ମଣ୍ଡପରେ ୭ ଟି ନୂଆ ଏକଜିବିସନ ହଲ୍, ୭ ଟି ଓପନ ଏମ୍ପିଥିଏଟର ରହିଛି। ଯେଉଁଠି ଏକାସାଥୀରେ ୩ ହଜାର ଲୋକ ବସିପାରିବେ। ଏହାର ତୃତୀୟ ମହଲାରେ ଏକ ବଡ ହଲ୍ ରହିଛି ଯେଉଁଠି ୭ ହଜାର ଲୋକ ଗୋଟିଏ କାର୍ଯ୍ୟକ୍ରମ ଦେଖିବାକୁ ଗଲେ ଏକାସାଥୀରେ ବସିପାରିବେ। 


ହେଲେ ସବୁଠାରୁ ବଡ଼ କଥା ହେଲା ଏହି ମଣ୍ଡପ ପଛରେ ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଗତକାଲି ହୋଇଥିବା ଅସରାଏ ବର୍ଷାରେ ପାଣି ପଶିଯାଇଥିଲା। ଏହାର ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତ ମଣ୍ଡପମ ଭିତରେ ପାଣି ପଶିଯାଇଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି।  ଏହାର ଏକ ଭିଡିଓ ଭାରତୀୟ ଯୁବ କଂଗ୍ରେସ (Youth Congress) ସେୟାର କରିବା ସହ ଲେଖିଛି ଯେ, ଅତିଥିଙ୍କ ଚର୍ଚ୍ଚାରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସରକାରଙ୍କ ବିକାଶ ଏବେ ପାଣିରେ ପହଁରୁଛି। ତେବେ ଏହାକୁ ନେଇ ବିଜେପି କୌଣସି ପ୍ରତିଉତ୍ତର ଦେଇନାହିଁ। 


ଭାରତ ମଣ୍ଡପମରେ ଲେଖାଗଲା ନୂଆ ଇତିହାସ
ଜି -20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ଭରତ ମଣ୍ଡପମରେ ଇତିହାସ ସୃଷ୍ଟି ହୋଇଥିଲା। ଆଫ୍ରିକୀୟ ୟୁନିଅନ୍ ମଧ୍ୟ ଭାରତର ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଭାବରେ ଏହି ଦଳରେ ପ୍ରବେଶ କରିଥିଲା। ଏହା ସହିତ ନୂଆଦିଲ୍ଲୀ ମାନିଫେଷ୍ଟୋ ଗ୍ରହଣ କରାଯାଇଥିଲା। ଏହାର ସବୁଠୁ ବଡ ସଫଳତା ହେଉଛି ଋଷ-ୟୁକ୍ରେନର ସମ୍ବେଦନଶୀଳ ପ୍ରସଙ୍ଗରେ ମିଳିତ ବିବୃତ୍ତିରେ ସମସ୍ତ ନେତାଙ୍କ ସହମତ ହେବା। ୧୦୦ରୁ ଅଧିକ ପ୍ରସଙ୍ଗରେ ସହମତି ପ୍ରକାଶ କରି ଭାରତ ଏହି ପ୍ଲାଟଫର୍ମରେ ଗ୍ଲୋବାଲ ସାଉଥ ର  ଏକ ଅଗ୍ରଣୀ ସ୍ୱର ଭାବରେ ନିଜକୁ ପ୍ରମାଣିତ କରିଛି । 


Also Read: G20 Summit 2023: ଶାନ୍ତି ବାର୍ତ୍ତା ସହ ଶେଷ ହେଲା ଜି-୨୦ ଶିଖର ସମ୍ମିଳନୀ, ବ୍ରାଜିଲ ହେଲା ଅଧ୍ୟକ୍ଷ