Weather Update in Odia: ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ତେବେ ଉତ୍ତର ଭାରତର ଅନେକ ରାଜ୍ୟ ପାଇଁ ଏହି ବର୍ଷା (Heavy Rain) ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶେଷ କରି ଉତ୍ତର ଭାରତରେ (North India) ହିମାଚଳ ପ୍ରଦେଶ (Himachal Pradesh), ଉତ୍ତରପ୍ରଦେଶ (Uttar Pradesh) ଏବଂ ଜାମ୍ମୁ କାଶ୍ମୀରରେ (Jammu Kashmir) ବର୍ଷା ହେତୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହିମାଚଳ ପ୍ରଦେଶରେ (Himachal Pradesh) ସ୍ଥିତି ସବୁଠାରୁ ସଂକଟାପନ୍ନ ହୋଇ ପଡ଼ିଛି। ଯେଉଁଠାରେ ଲୋକମାନେ ବର୍ଷା ସମ୍ବନ୍ଧୀୟ ଘଟଣାରେ ଉଭୟ ଜୀବନ ଏବଂ ସମ୍ପତ୍ତି ହରାଇଛନ୍ତି। ଏଥି ସହିତ ଜାମ୍ମୁ କାଶ୍ମୀରରେ ବର୍ଷା ହେତୁ ଭୂସ୍ଖଳନ ହେତୁ ଅନେକ ମୁଖ୍ୟ ରାସ୍ତାରେ ଯାତାୟାତ ଖରାପ ପ୍ରଭାବିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ସମତଳ ଅଞ୍ଚଳ ବିଷୟରେ କହିବାକୁ ଗଲେ ଜାତୀୟ ରାଜଧାନୀ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ବର୍ଷା ହେତୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ ଯମୁନା ନଦୀର ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଏହି ସପ୍ତାହ ପାଇଁ ବର୍ଷା ହେବାର ସମ୍ଭାବନା ପ୍ରକାଶ ପାଇଛି। ଏଥି ସହିତ ପଞ୍ଜାବର ଅନେକ ସହର ଜଳମଗ୍ନ ହୋଇଛି। ପଞ୍ଜାବରେ ସର୍ବାଧିକ ସଂଖ୍ୟକ NDRF ଦଳ ନିୟୋଜିତ ହୋଇଛନ୍ତି। ହରିୟାଣାରେ ଉପସ୍ଥିତ ନଦୀର ଜଳସ୍ତର ବୃଦ୍ଧି ହେତୁ ବନ୍ୟା ପରିସ୍ଥିତି ଆହୁରି ଗଭୀର ହୋଇଛି। ଏଥି ସହ ବିହାରର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ, ଝାଡଖଣ୍ଡରେ ରାଜ୍ୟର ୮ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ହଳଦିଆ ସତର୍କ ସୂଚନା ଜାରି କରିଛି। ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୧୩ ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ।


ସେପଟେ ବେସରକାରୀ ପାଣିପାଗ ସଂସ୍ଥା ସ୍କାଇମେଟ ଆଜି ପୂର୍ବୋତ୍ତର ରାଜ୍ୟ ଗୁଡ଼ିକରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଉତ୍ତରାଖଣ୍ଡ, ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର କିଛି ଅଂଶ ଏବଂ ବିହାରରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ରାଜସ୍ଥାନ, ବିଦର୍ଭ, ଝାଡଖଣ୍ଡ, ଓଡିଶା, ପଶ୍ଚିମ ତଟରେ ମଧ୍ୟ ଭଲ ବର୍ଷା ହୋଇପାରେ। ସେପଟେ ଦିଲ୍ଲୀରେ କିନ୍ତୁ ଝିପଝିପ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ରାଜଧାନୀ ଦିଲ୍ଲୀରେ ସୋମବାର ପ୍ରବଳ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ଲୋକଙ୍କୁ ଦିନସାରା ବର୍ଷା ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଆଜି ମଧ୍ୟ ଦିଲ୍ଲୀ, ନୋଏଡା ସମେତ ଏନସିଆର ଅଞ୍ଚଳରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଯଦିଓ ପ୍ରବଳ ବର୍ଷାରେ ଦିଲ୍ଲୀରେ ସ୍ଥିତି ସଂଗୀନ ହୋଇପଡ଼ିଥିଲା। କିନ୍ତୁ ଆସନ୍ତା ସପ୍ତାହରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସୋମବାର ଦିନ ଦିଲ୍ଲୀର ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ପହଞ୍ଚିଛି। ଦିଲ୍ଲୀରେ ବନ୍ୟା ହେବାର ଆଶଙ୍କା ରହିଛି।


ପାଣିପାଗ ବିଭାଗ ଅନୁଯାୟୀ ସୋମବାର ରାଜଧାନୀର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଗାଜିଆବାଦରେ ୮୧.୫ ମିଲିମିଟର, ନୋଏଡାରେ ୧୫ ମିଲିମିଟର, ପୁତମପୁରାରେ ୧୪ ମିଲିମିଟର, ପୁସାରେ ୪୦ ମିଲିମିଟର, CWG ସ୍ପୋର୍ଟସ କମ୍ପ୍ଲେକ୍ସରେ ୧୪ ମିଲିମିଟର ଏବଂ ମୟୂର ବିହାରରେ ୩୭ ମିଲିମିଟର, ଦିଲ୍ଲୀ (ସଫଦରଜଙ୍ଗ) ୨.୯ ମିଲିମିଟର, ପାଲାମରେ ୩.୨ ମିଲିମିଟର, ଲୋଧି ରୋଡ୍ ୬.୭ ମିଲିମିଟର, ରିଜ୍ ୨୩.୫ ମିଲିମିଟର, ଆୟାନାଗର ୨ ମିମି, ଗୁରୁଗ୍ରାମ ୧.୫ ଏବଂ ଡିୟୁରେ ୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଗକୁ ଦିଲ୍ଲୀ ଆହୁରି ଗୋଟିଏ ସପ୍ତାହ ବର୍ଷା ଭିଜିବ ବୋଲି ପାଣିପାଗ ଅନୁମାନ କରିଛି। 


Also Read: Horoscope Today 12 July 2023: ମାଲେମାଲ ହେବେ ଏହି ରାଶି, ୨ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


Also Read: India vs West Indies 1st Test: ଟିମ୍ ଇଣ୍ଡିଆରେ ବଦଳିଯିବ ଶୁଭମନଙ୍କ ବ୍ୟାଟିଂ ପୋଜିସନ, ଗିଲ୍ ଏହି ନମ୍ବରରେ ଖେଳିବେ ଡୋମିନିକା ଟେଷ୍ଟ


Also Read: Bengaluru Double murder: କମ୍ପାନୀ କାର୍ଯ୍ୟାଳୟରେ ପଶି CEO ଓ MD ଙ୍କୁ ଖଣ୍ଡାରେ ହାଣିଲେ ପୂର୍ବତନ କର୍ମଚାରୀ; ଉଭୟଙ୍କର ମୃତ୍ୟୁ