Advertisement
Photo Details/zeeodisha/odisha1775742
photoDetails0hindi

Horoscope Today 12 July 2023: ମାଲେମାଲ ହେବେ ଏହି ରାଶି, ୨ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିୟରରେ ଅଗ୍ରଗତି ନେଇ ନୂତନ ସୁଯୋଗ ମିଳିବ । ଓକିଲ ପୁରୁଣା ମକଦ୍ଦମାରେ ସଫଳ ହେବେ । ବେପାରରେ କ୍ଷତି ସହିବାକୁ ପଡ଼ିପାରେ ।

2/12

ବୃଷ ରାଶି: ଆର୍ଥିକ୍ ସ୍ଥିତି ମଜଭୁତ ହେବ । ସନ୍ତାନ ସନ୍ତତିଙ୍କ ପକ୍ଷରୁ କୌଣସି ଖୁସି ସମାଚାର ପାଇ ଖୁସି ହେବେ । ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

3/12

ମିଥୁନ ରାଶି: ପଦୋନ୍ନତି ନେଇ ଯୋଗ ରହିଛି । କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଶୁଭ ରହିବ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।

4/12

କର୍କଟ ରାଶି: ବ୍ୟବସାୟରେ ସଫଳତା ମିଳିବା ସହ ବ୍ୟାପାରରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ସ୍ବାସ୍ଥ୍ୟ ଭଲ ରହିବ ।

5/12

ସିଂହ ରାଶି: ଆଜି ମନ ପ୍ରସନ୍ନ ରହିବ। ଆର୍ଥିକ୍ ସହାୟତା ଲାଭ କରିବେ । ଗଣମାଧ୍ୟମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।

6/12

କନ୍ୟା ରାଶି: ଆର୍ଥିକ୍ ଲାଭ ମିଳିଲେ ବି ଅର୍ଥହାନୀ ନେଇ ଯୋଗ ରହିଛି। ନୂଆ ପରିଯୋଜନାରେ କାମ କରିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ ରହିବ ।  

7/12

ତୁଳା ରାଶି: ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟ ସିଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ହଠାତ୍ ଦୂରସ୍ଥାନକୁ ଭ୍ରମଣ କରିବାକୁ ପଡ଼ିପାରେ। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।

8/12

ବିଛା ରାଶି: ଆଜି ଦିନ ନୂତନ କାର୍ଯ୍ୟାରମ୍ଭ ଲାଗି ଅତ୍ୟନ୍ତ ଶୁଭ ଅଟେ । ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ୍ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ଓଲଟା କଥା କହି ଯୁକ୍ତି ତର୍କର ଆଶ୍ରୟ ନେଇପାରନ୍ତି।

9/12

ଧନୁ ରାଶି: କାମ ପ୍ରତି ଉତ୍ସାହ ବୃଦ୍ଧି ହେବ। ଅର୍ଥ ନେଇ ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ସହଯୋଗ ମିଳିବ । ପ୍ରିୟ ବନ୍ଧୁଙ୍କ ସହ ଭେଟ ହୋଇପାରେ ।  

10/12

ମକର ରାଶି: ମନୋବଳ ଦୃଢ଼ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ । ପ୍ରେମୀଙ୍କ ଲାଗି ଦିନଟି ଭଲ ରହିବ ।

11/12

କୁମ୍ଭ ରାଶି: କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ଡ଼ିଲ ହେବାର ସମ୍ଭାବନା ରହିଛି । ପରିବାରରେ ସମସ୍ୟା ଦେଖାଦେଲେ ମଧ୍ଯ ଏହାର ସମାଧାନ ହେବ ।

12/12

ମୀନ ରାଶି: ଦିନ ତମାମ୍ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ଛୋଟ ଦିନର ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ହେବେ । ବୈବାହିକ ଜୀବନ ସୁଖମୟ ହେବ ।