Bengaluru Double murder: କମ୍ପାନୀ କାର୍ଯ୍ୟାଳୟରେ ପଶି CEO ଓ MD ଙ୍କୁ ଖଣ୍ଡାରେ ହାଣିଲେ ପୂର୍ବତନ କର୍ମଚାରୀ; ଉଭୟଙ୍କର ମୃତ୍ୟୁ
Advertisement
Article Detail0/zeeodisha/odisha1775563

Bengaluru Double murder: କମ୍ପାନୀ କାର୍ଯ୍ୟାଳୟରେ ପଶି CEO ଓ MD ଙ୍କୁ ଖଣ୍ଡାରେ ହାଣିଲେ ପୂର୍ବତନ କର୍ମଚାରୀ; ଉଭୟଙ୍କର ମୃତ୍ୟୁ

Aronics Internet Company CEO Murder: ବେଙ୍ଗାଲୁରୁର ପମ୍ପା ଏକ୍ସଟେନ୍ସନ୍ ଅମ୍ରିତାହଲ୍ଲୀରେ ଅବସ୍ଥିତ ଟେକ୍ କମ୍ପାନୀ ଏରୋନିକ୍ସ ଇଣ୍ଟରନେଟର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜଣେ ପୂର୍ବତନ କର୍ମଚାରୀଙ୍କ ଦ୍ୱାରା ଖଣ୍ଡା ଦ୍ୱାରା ଆକ୍ରମଣ କରାଯାଇଛି । ହସ୍ପିଟାଲ ନିଆଯିବା ସମୟରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଧନୀନ୍ଦ୍ର ସୁବ୍ରମଣ୍ୟମ ଓ ସିଇଓ ଭେନୁ କୁମାରଙ୍କ ମୃତ୍ୟୁ ଘଟିଛି ।

 

ସୌ: ସୋସିଆଲ ମିଡିଆ

Bengaluru Crime News: କର୍ଣ୍ଣାଟକର ରାଜଧାନୀ ତଥା ଆଇଟି ହବ୍ ଭାବରେ ପ୍ରସିଦ୍ଧ ବେଙ୍ଗାଲୁରୁରୁ ଡବଲ ମର୍ଡର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବର୍ଷ ପୁରୁଣା ଟେକ୍ ଆରୋନିକ୍ସ ଇଣ୍ଟରନେଟ କମ୍ପାନୀର (Aronics Internet Company) ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ (CEO) ତାଙ୍କର ଜଣେ ପୂର୍ବତନ କର୍ମଚାରୀ କାର୍ଯ୍ୟାଳୟରେ ପଶି ଖଣ୍ଡା ଦ୍ୱାରା ଆକ୍ରମଣ କରିଛନ୍ତି । ଏହି ସୂଚନା ଦେବାବେଳେ ପୋଲିସ କହିଛି ଯେ ହସ୍ପିଟାଲ ନିଆଯିବାବେଳେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଧନୀନ୍ଦ୍ର ସୁବ୍ରମଣ୍ୟମ (Phanindra Subramaniam) ଓ ସିଇଓ ଭେନୁ କୁମାରଙ୍କ (Venu Kuma) ମୃତ୍ୟୁ ଘଟିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅଭିଯୁକ୍ତ ଫେଲିକ୍ସ ପୂର୍ବରୁ ଆରୋନିକ୍ସ ଇଣ୍ଟରନେଟରେ କାମ କରୁଥିଲେ । ସେ ପରେ ଚାକିରି ଛାଡି ନିଜର ଏକ ଟେକ୍ କମ୍ପାନୀ ଆରମ୍ଭ କରିଥିଲେ । ତେବେ ଏହି ଉଭୟ ବ୍ୟକ୍ତି ତାଙ୍କ ବ୍ୟବସାୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା । ଏହି କାରଣରୁ ଫେଲିକ୍ସ ତାଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇ ରହିଥିଲେ । ବର୍ତ୍ତମାନ ସେ କ୍ରୋଧରେ ମଙ୍ଗଳବାର ଦିନ ଖଣ୍ଡା ଧରି କମ୍ପାନୀର କାର୍ଯ୍ୟାଳୟରେ ପ୍ରବେଶ କରି ଫନୀନ୍ଦ୍ର ଓ ଭେନୁଙ୍କୁ ସାଂଘାତିକ ଆକ୍ରମଣ କରିବା ପରେ ଫେରାର ହୋଇ ଯାଇଛନ୍ତି ।

ଆକ୍ରମଣ ପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ
ଡିସିପି ଉତ୍ତର ପୂର୍ବ, ବେଙ୍ଗାଲୁରୁ, ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଯେ ଏହି ଘଟଣା ବେଙ୍ଗାଲୁରୁର ପମ୍ପା ଏକ୍ସଟେନ୍ସନ୍ ଅମ୍ରିତାହଲ୍ଲୀ ଷଷ୍ଠ କ୍ରସରେ ଘଟିଛି । ଅଭିଯୁକ୍ତ ଫେଲିକ୍ସ ଏରୋନିକ୍ସ ଇଣ୍ଟରନେଟ କମ୍ପାନୀର ପୂର୍ବତନ କର୍ମଚାରୀ ବୋଲି କୁହାଯାଉଛି । ତାଙ୍କ ପୂର୍ବତନ ମାଲିକଙ୍କ ଉପରେ ହୋଇଥିବା ହତ୍ୟାକାଣ୍ଡ ପରେ ସେ କ୍ରାଇମସ୍ପଟରୁ ଫେରାର ହୋଇ ଯାଇଥିଲେ । ପୋଲିସ ବର୍ତ୍ତମାନ ତାଙ୍କୁ ଖୋଜୁଛି ।

ଏହି ଘଟଣାରେ ଆଉ ଦୁଇଜଣ ଲୋକ ଫେଲିକ୍ସଙ୍କୁ ସାହାଯ୍ୟ କରିଛନ୍ତି ବୋଲି ପୋଲିସ କହିଛି । ପ୍ରସାଦ କହିଛନ୍ତି, 'ରାତି ପ୍ରାୟ ୪.୩୦ ସମୟରେ ତିନିଜଣ ଲୋକ ଏହି ଆକ୍ରମଣ କରିଥିଲେ । ତିନିଜଣ ବ୍ୟାନରଘାଟ ରୋଡରେ ଥିବା ଏକ କମ୍ପାନୀରେ ଏକାଠି କାମ କରୁଥିଲେ । ଆକ୍ରମଣ କରିବା ପୂର୍ବରୁ ସେ କ୍ୟାବିନକୁ ଆସି ପ୍ରାୟ ୩୦ ମିନିଟ୍ କଥା ହୋଇଥିଲେ । CEO ଓ MD ଙ୍କୁ ମୁଣ୍ଡ ଓ ପେଟରେ ଛୁରୀ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଛି ।

ଏହା ବି ପଢନ୍ତୁ: Saira Banu କହିଲେ- ଅଭିନେତା ଦିଲୀପ କୁମାର ତାଙ୍କୁ କାହିଁକି ସାଲୱାର-କାମିଜ ପିନ୍ଧିବାକୁ କରୁଥିଲେ ବିରୋଧ?

ଏହା ବି ପଢନ୍ତୁ: Seema Sachin Love Story: ସୀମା ହାୟଦରଙ୍କ ଚାଲିଚଳଣିକୁ ନେଇ ସନ୍ଦେହ କରୁଛି ଯାଞ୍ଚକାରୀ ସଂସ୍ଥା, ପାକିସ୍ତାନୀ ସଂଯୋଗକୁ ନେଇ କରାଯାଉଛି ଯାଞ୍ଚ​