Weather Update: ମୌମୁମୀ (Monsoon) ସକ୍ରିୟ ଥିବାରୁ ରାଜ୍ୟରେ ଗତ କିଛି ଦିନ ହେଲାଣୀ ବର୍ଷା (rainfall) ଲାଗି ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ, କିଛି ସ୍ଥାନରେ ଜଳବନ୍ଧୀ ସମସ୍ୟା ଦେଖାଦେଇଥିବା ବେଳେ ଆଉ କିଛି ସ୍ଥାନରେ କ୍ରୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସହ ପଛକୁ ପଛ ଲଘୁଚାପ ପ୍ରଭାବରେ ରାଜ୍ୟ ବ୍ୟାପୀ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି (yellow alert) କରିଛି ଆଞ୍ଚଳିକ ପାଣିପାଗ ବିଭାଗ(IMD) । ରାଜ୍ୟରେ ୨୫ ତାରିଖରୁ ବର୍ଷାର ପରିମାଣ ବଢିବ  । ଏହା ସହ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ, ଆସନ୍ତାକାଲି (ସୋମବାର) ୧୦ଟି ଜିଲ୍ଲା ଓ ମଙ୍ଗଳବାର ୧୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । 


COMMERCIAL BREAK
SCROLL TO CONTINUE READING

Also Read: Horoscope Today 23 July 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?


Also Read: Road Accident: ବସକୁ ପଛରୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ


 



ଶନିବାର ଉତ୍ତର ପଶ୍ଚିମ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ ଦୁର୍ବଳ ହୋଇଛି। ତେବେ ଏହା ସହ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ପୂର୍ବ ବିଦର୍ଭ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଜଡ଼ିତ ରହିଛି।ଆଉ ଏକ ଘୂର୍ଣ୍ଣିବଳୟ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ବ୍ୟାପିଛି। ଅନ୍ୟପଟେ, ୨୪ ତାରିଖରୁ ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ବର୍ଷା (heavy rainfall) ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ମୌସୁମୀ ସକ୍ରିୟ ରହିବା ପରେ ରାଜ୍ୟରେ ବର୍ତ୍ତମାନ ୧୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।


Also Read: Odisha Train Accident: ରାଜ୍ୟରେ ଥମୁନି ଟ୍ରେନ୍ ଦୁର୍ଘଟଣା, ସୋର ଷ୍ଟେସନରେ ଟ୍ରେନରୁ ଅଲଗା ହେଲା ବଗି


Also Read: Guru vakri 2023: ଏହି ଦିନ ମେଷ ରାଶିରେ ପ୍ରବେଶ କରିବେ ଦେବ ଗୁରୁ ବୃହସ୍ପତି, ୩ ରାଶିଙ୍କ ବଦଳିବ ଭାଗ୍ୟ!


ମୌସୁମୀ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳସ୍ତର । ଆଜି ହୀରାକୁଦର ୫ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ବାମ ପାର୍ଶ୍ବର ୩ଟି ଏବଂ ଡାହାଣ ପାର୍ଶ୍ବର ୨ଟି ଗେଟ୍‌, ସର୍ବମୋଟ ୫ଟି ଗେଟ୍ ପ୍ରାୟ ୭୫ ହଜାର କ୍ୟୁସେକ୍ ବନ୍ୟାଜଳ ମହାନଦୀରେ ନିଷ୍କାସନ କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।