Odisha Train Accident: ରାଜ୍ୟରେ ଥମୁନି ଟ୍ରେନ୍ ଦୁର୍ଘଟଣା, ସୋର ଷ୍ଟେସନରେ ଟ୍ରେନରୁ ଅଲଗା ହେଲା ବଗି
Advertisement
Article Detail0/zeeodisha/odisha1791596

Odisha Train Accident: ରାଜ୍ୟରେ ଥମୁନି ଟ୍ରେନ୍ ଦୁର୍ଘଟଣା, ସୋର ଷ୍ଟେସନରେ ଟ୍ରେନରୁ ଅଲଗା ହେଲା ବଗି

Odisha train Accident: ଏହି ସମୟରେ ସୋର ରେଳ ଷ୍ଟେସନଠାରେ ଗାର୍ଡ଼ ବଗିଟି ଟ୍ରେନରୁ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିଲା । ଷ୍ଟେସନ ମାଷ୍ଟରଙ୍କଠାରୁ ସୂଚନା ପାଇବା ମାତ୍ରେ ଉକ୍ତ ଲାଇନରେ ଆସୁଥିବା ସମସ୍ତ ଟ୍ରେନକୁ ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା । ପ୍ରାୟ ୨୫ ମିନିଟ୍ ପରେ ମାଲବାହୀ ଟ୍ରେନଟି ସମାନ ରେଳ ଧାରଣାରେ ଫେରିଥିଲା ।  ।  

ସୌ(ସୋସିଆଲ ମିଡିଆ)

Odisha train Accident: ରାଜ୍ୟରେ ଥମିବାର ନାଁ ନେଉନି ଟ୍ରେନ୍ ଦୁର୍ଘଟଣା । ଗତ ଜୁନ୍ ମାସରେ ବାହାନଗା ରେଳ ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ଏହା ପରେ ରାଜ୍ୟରେ ଅନେକ ଟ୍ରେନ୍ ଦୁର୍ଘଟଣା ଘଟଣା ଦେଖିବାକୁ ମିଳିଛି । ତେବେ ଶନିବାର ଦିନ ଏପରି ଆଉ ଘଟଣା ସାମ୍ନାକୁ ଆସିଛି । ସୋର ଷ୍ଟେସନ (Soro Railway Station) ନିକଟରେ ଗାର୍ଡ଼ ବଗିକୁ ଛାଡ଼ି ଏକ ମାଲବାହୀ ଟ୍ରେନ ପଳାଇଥିବା ସୂଚନା ମିଳିଛି ।ସୂଚନା ଅନୁଯୀୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ ଏକ ମାଲବାହୀ ଟ୍ରେନ୍ ୨ ନମ୍ବର ଡ଼ାଉନ ଲାଇନରେ ଭଦ୍ରକରୁ କଲିକତା ଯାଉଥିଲା । ଏହି ସମୟରେ ସୋର ରେଳ ଷ୍ଟେସନଠାରେ ଗାର୍ଡ଼ ବଗିଟି ଟ୍ରେନରୁ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିଲା । ଷ୍ଟେସନ ମାଷ୍ଟରଙ୍କଠାରୁ (Station Master) ସୂଚନା ପାଇବା ମାତ୍ରେ ଉକ୍ତ ଲାଇନରେ ଆସୁଥିବା ସମସ୍ତ ଟ୍ରେନକୁ ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା । ପ୍ରାୟ ୨୫ ମିନିଟ୍ ପରେ ମାଲବାହୀ ଟ୍ରେନଟି ସମାନ ରେଳ ଧାରଣାରେ ଫେରିଥିଲା । ରହିଯାଇଥିବା ବଗିକୁ ସଂଯୋଗ କରାଯିବା ପରେ ଏହା ଗନ୍ତବ୍ୟସ୍ଥଳକୁ ଯାଇଥିଲା ।  

ସେହିପରି ନିକଟରେ ଖଡ଼ଗପୁରରୁ ଭଦ୍ରକ (Kharagpur Bhadrak Passenger Train )ଅଭିମୁଖେ ଯାତ୍ରା କରୁଥିବା ଏକ ପାସେଞ୍ଜର ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା (Passenger Train Catches Fire)। ବାଲେଶ୍ୱରର (Balasore) ଲକ୍ଷ୍ମଣନାଥ ରୋଡ଼ (Laxmannath Road station) ନିକଟରେ ଏହି ଅଘଟଣ ଘଟିଥିଲା । ଖଡ଼ଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନରେ ନିଆଁ ଲାଗି ହଠାତ୍ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଯାତ୍ରୀମାନ ଚିକ୍କାର କରିବାକୁ ଲାଗିଥିଲେ, ଏନେଇ ଟ୍ରେନ୍ ପାଇଲଟଙ୍କୁ ସୂଚନା ଦିଆଯାଇଥିଲା।  ଲକ୍ଷ୍ମଣନାଥ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟ୍ରେନରେ ନିଆଁ ଲାଗିଥିବା ନେଇ ଜଣାପଡି଼ଥିଲା । ଏହି ସମୟରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଲୋକୋ ପାଇଲଟ୍ ଟ୍ରେନ୍ ଇଞ୍ଜିନକୁ ତୁରନ୍ତ ବାହାର କରି ଦେବାରୁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ।  ଇଞ୍ଜିନ୍ ଚକାରେ ଲାଗିଥିବା ସ୍ପ୍ରିଂ ବକ୍ସରେ ମୋବିଲ୍‌ ଲିକ୍‌ରୁ ନିଆଁ ଲାଗିଥିବା ଜଣାପଡିଥିଲା। ନିଆଁକୁ ଆୟତ୍ତ କରାଯିବାର ପ୍ରାୟ ଦେଢଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା ।

ସୂଚନା ଅନୁସାରେ, ଜୁନ୍ ୨ ତାରିଖରେ ବାଲେଶ୍ବର ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ (coromandel train accident) । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ସେହିପରି ଜୁଲାଇ ମାସ ୧୮ ତାରିଖ ଦିନ ଇଣ୍ଟର୍‌ଲକିଂ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ଯୋଗୁଁ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ଟି ନୀଳଗିରି ରୋଡ୍‌ ଷ୍ଟେସନ୍‌ଠାରେ ମେନ୍‌ ଲାଇନ୍‌ରେ ଯିବା ପରିବର୍ତ୍ତେ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା।  ସନ୍ଦେହ ହେବାରୁ ଦୁଇ ଲୋକୋ ପାଇଲଟ୍‌ ଟ୍ରେନ୍‌ର ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯିବା ସହ ବହୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା । ସେହିପରି ଗତକାଲି ସଂଧ୍ୟାରେ ଭଦ୍ରକରୁ ଟାଟା ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ର ପଛ ୧୦ଟି ବଗି ସୋର ଷ୍ଟେସନ୍‌ର ୧ ନମ୍ବର ଲୁପ୍‌ ଲାଇନ୍‌ରେ ଅନ୍ୟ ବଗିରୁ ଅଲଗା ହୋଇଯାଇଥିଲା।