Jharsuguda News: ମୃତଦେହର କରଗଲା ରକ୍ତ ପରୀକ୍ଷା ଆଉ ଅକ୍ସିଜେନ ବି ଲଗାଇଲେ ଡାକ୍ତର। କଥାଟି ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଗରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Jharsuguda District Hospital )। ଜଣେ ମୃତବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କରାଯିବା ସହ ସାଲାଇନ ମଧ୍ୟ ଲଗାଯାଇଛି । ମୃତକ ହେଲେ ବ୍ରଜରାଜନଗରର ଆରତି ଘୋଷ (୫୨)। ଚିକିତ୍ସାରେ ଅବହେଳା ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

Also Read: Rath Yatra 2023: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଆଜି ରଥଯାତ୍ରା, ବାରିପଦାରେ କାହିଁକି ମାଆ ସୁଭଦ୍ରାଙ୍କ ରଥକୁ ଟାଣନ୍ତି ମହିଳା ଭକ୍ତ, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?


Also Read: Ravindra Jadeja: ଏମିତି ଫିଟ୍ ରୁହନ୍ତି ଜାଡେଜା, ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌ ବିଷୟରେ...


 


କଣ ଥିଲା ପୂରା ଘଟଣାକ୍ରମ?
ମୃତକଙ୍କ ଝିଅ ସୁସ୍ମିତାଙ୍କ କହିବା ଅନୁସାରେ, ଶୁକ୍ରବାର ଦିନ ହଠାତ୍ ତାଙ୍କ ମାଆ ଆରତିଙ୍କର ରକ୍ତ ଶର୍କରା ସ୍ତରରେ ସମସ୍ୟା ଦଖାଦେଇଥିଲା । ପରେ ପରିବାର ଲୋକେ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବଂ ଚିକିତ୍ସା ପରେ ଅବସ୍ଥା ସ୍ଥିର ଥିଲା। ଡାକ୍ତର ଆଜି ତାଙ୍କ ମାଆଙ୍କର ରକ୍ତ ନମୁନା ପରୀକ୍ଷା ବି କରିଥିଲେ। କିନ୍ତୁ ରିପୋର୍ଟର କୌଣସି ଅପଡେଟ୍ ପରିବାର ଲୋକଙ୍କୁ ଜଣା ଯାଇ ନଥିଲା । ଗତକାଲି କିନ୍ତୁ ସଂନ୍ଧ୍ୟା ସମୟରେ ଆରତିଙ୍କୁ ସାଲାଇନ ଦିଆଯିବାର ଥିଲା। କିନ୍ତୁ ସାଲାଇନ ଦେଇ ନଥିଲେ ନର୍ସ । ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ତାଙ୍କୁ ସାଲାଇନ୍ ଦିଆଯାଇ ଥିଲା। ପରେ ଡାକ୍ତର ଆସି ପରିବାର ଲୋକଙ୍କୁ କହିଥିଲେ ଯେ, ଆରତୀଙ୍କର ମୃତ୍ୟୁ ଘଟିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ,  ରାତି ପ୍ରାୟ ୧୧ଟା ୩୦ ସମୟରେ ମୃତକଙ୍କୁ ଅକ୍ସିଜେନ୍ ମାକ୍ସ ବି (oxygen mask ) ବି ଲଗାଇଥିଲେ ଡାକ୍ତର। ଯାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସେ ମୃତ ତେବେ,ତାଙ୍କୁ ଅକ୍ସିଜେନ୍ ମାକ୍ସ କାହିଁକି ଲାଗାଯାଇଥିଲା। କାହିକି ରକ୍ତ ନମୁନା ପୁରର୍ବାର ପରୀକ୍ଷା କରାଯାଉଥିଲା। । ତେବେ ଏ-ନେଇ ମେଡିକାଲେର ଉତ୍ତେଜନା ପ୍ରକାଶ ପାଇଛି । 


ନିକଟରେ ଏଭଳି ଏକ ଘଟଣା ବଲାଙ୍ଗୀରରେ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ। ସାପ କାମୁଡ଼ାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ବଞ୍ଚାଇବାକୁ ହସ୍ପିଟାଲ ଭିତରେ ଚାଲିଛି ଗୁଣି ଗାରେଡ଼ି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହସ୍ପିଟାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୃତକଙ୍କ ପାଖରେ ଗୁଣିଆ ଜଣକ ଦୀର୍ଘ ସମୟ ଧରି ମନ୍ତ୍ର ପାଠ ସହ ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି । ମାତ୍ର ଶେଷରେ ପଳାଇ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସିଲିଣ୍ଡା ଗାଁର ପିଙ୍କୁରାଜ ନାଗ୍‌ ବିଲରେ କାମ କରୁଥିବାବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ପିଙ୍କୁ ଚିତ୍କାର କରିବାରୁ ପାଖରେ କାମ କରୁଥିବା ଅନ୍ୟମାନେ ତାଙ୍କୁ ଟିଟିଲାଗଡ଼ ହସ୍ପିଟାଲକୁ ନେଇଯାଇଥିଲେ। ତେବେ ଚିକିତ୍ସା ବେଳେ ସେଠାରେ ପିଙ୍କୁଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଏହାକୁ ବିଶ୍ୱାସ କରି ପାରିଲେ ନାହିଁ। ସେମାନେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା।