Sex Toy News In Odia: ଏକଥା ସମସ୍ତଙ୍କୁ ଜଣା ଯେ, ଆମେ ଏକ ଆଧୁନିକା ଯୁଗରେ ବସବାସ କରୁଛେ। ୨୧ ଶତାବ୍ଦୀରେ ଲୋକମାନେ ବହୁତ ଆଗକୁ ଗଲେଣି । ମଣିଷ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ରହିବାକୁ ଯୋଜନା ମଧ୍ୟ କଲାଣି। ମାତ୍ର ଶାରୀରିକ ସମ୍ପର୍କ ବା ଯୌନ ସମ୍ପର୍କର ଧାରଣାକୁ ନେଇ ସେମିତି କିଛି ନୂଆ ପରିବର୍ତ୍ତନ ଘଟିନାହିଁ। ଏବେର ଯୁଗର ମଣିଷ ଯେ, ସେକ୍ସ ଟୟ ବ୍ୟବହାର କରୁଛନ୍ତି ତାହା ନୁହେଁ ଏହା ପୂର୍ବରୁ ଅର୍ଥା ୨ ହଜାର ବର୍ଷ ପୂର୍ବେ ବି ଲୋକ ମାନେ ସେକ୍ସ ଟୟ ବ୍ୟବହାର କରୁଥିଲେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨ ହଜାର ବର୍ଷ ପୂର୍ବେ ବି ଲୋକମାନେ ମାନେ ଯୌନ ସମ୍ପର୍କକୁ ନେଇ ପାଗଳ ପରି ହେଉଥିଲେ । ତେବେ ୱଣ୍ଡୋଲ୍ୟାଣ୍ଡର ଏମିତି କିଛି ସ୍ଥାନରୁ କାଠ ପରି କିଛି ଜିନିଷ ହସ୍ତଗତ ହୋଇଛି । ଏବଂ ଏହା ସମ୍ପୂର୍ଣ୍ଣ ରୂପେ ପୁରୁଷ ଯୌନାଙ୍ଗ ପରି ଦିଶୁଛି । ତେବେ ଅଧ୍ୟୟନ କାରୀ କହିଛନ୍ତି ଯେ, ଏହି କାଠକୁ ଯୌନ ସମ୍ପର୍କ ସ୍ଥାପନ ସମୟରେ ବ୍ୟବହାର କରାଯାଉଥିବା ଅନୁମାନ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଡେଲିମେଲ ରିପୋର୍ଟ ଅନୁଯାୟୀ, ଅଧ୍ୟୟନର ଅନ୍ୟତମ ଲେଖକ ଡ. ରୋବ୍ କଲିନ୍ସ କହିଛନ୍ତି, 'ଯଦି ଏହି ୬.୩ ଇଞ୍ଚ ଲମ୍ବା କାଠ ବସ୍ତୁ ପରି ହୋଇଛି ତେବେ ଏହା ଏକ ଯୌନ ସମ୍ପର୍କ ସ୍ଥାପନା ବେଳେ ବ୍ୟବହାର କରାଯାଉଥିବ ।  ତେବେ ଆମର ବିଶ୍ୱାସ୍ ଯେ ଏହା ବ୍ରିଟେନର ସର୍ବ ପୁରାତନ ସେକ୍ସ ଟୟ ହୋଇଥାଇ ପାରେ । ଏହା ୧୯୯୨ ମସିହାରେ ଖୋଜା ଯାଇଥିଲା। ଉତ୍ତର ଇଂଲଣ୍ଡର ହାଡ୍ରିଆନ୍ ୱାଲର ଦକ୍ଷିଣରେ ଅବସ୍ଥିତ ଭିଣ୍ଡୋଲାଣ୍ଡା ଠାରେ ରୋମାନ୍ ଦୁର୍ଗ (Roman Fort) ରହିଛି। ତେବେ ବସ୍ତୁର ଆକୃତି ଏବଂ ଆକାର ଗବେଷକମାନଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କଲା ଯେ, ଏହି କାଠରେ ତିଆରି ବସ୍ତୁଟି ଏକ 'ଯୌନ ଖେଳନା' ବା Sex Toy ହୋଇପାରେ । 



ତେବେ ନ୍ୟୁ କେନସଲ ୟୁନିଭରସିଟି ଓ ୟୁନିଭରସିଟି କଲେ ଡବାଲିନ ର ଏକ୍ସପର୍ଟ ମାନେ ପ୍ରଶ୍ନ କରିଛନ୍ତି ଯେ, ବସ୍ତୁର ଲିଙ୍ର ପ୍ରବୃତିକୁ ଦେଖି ବା ଦୃଷ୍ଟିରେ ରଖି ଏହାକୁ ବିଚାରକୁ ନିଆଯାଇଛି କି? ସେମାନଙ୍କ ଅନୁଯାୟୀ, ରୋମାନ ସାମ୍ରାଜ୍ୟର ଲୋକମାନେ ମଧ୍ୟ ଦୁର୍ଭାଗ୍ୟକୁ ଏଡାଇବା ପାଇଁ ଏପରି କାଠ ବସ୍ତୁ (Wooden) ବ୍ୟବହାର କରିଥିଲେ। କିନ୍ତୁ ବସ୍ତୁର ଆକାରକୁ ଦେଖି ଅନୁସନ୍ଧାନକାରୀମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଏହା କେବଳ ଯୌନ ସମ୍ବନ୍ଧ ସମୟରେ ବ୍ୟବହୃତ ହୋଇଛି। ଏହାକୁ ଏପରି ଆକଳନ କରିବା ଭୁଲ ବୋଲି ଦର୍ଶାଯାଇଛି। 


ବସ୍ତୁର ବିଶ୍ଳେଷଣ ଅନୁଯାୟୀ, ଏହାର ଉଭୟ ପଟ ଯଥେଷ୍ଟ ଚିକ୍କଣ ଥିଲା, ତେବେ ଏହା ସମୟ ସହିତ ବାରମ୍ବାର ଯୋଗାଯୋଗକୁ ସୂଚାଇଥାଏ । ଡକ୍ଟର କଲିନ୍ସ କହିଛନ୍ତି, 'ଲିଙ୍ଗର ଆକାର ଏବଂ ଏହା କାଠରୁ ଖୋଦିତ ହୋଇଛି। ଏହାର ବ୍ୟବହାର ସମ୍ବନ୍ଧରେ ଅନେକ ସମ୍ଭାବନା ଥାଇପାରେ । ତାଙ୍କ କହିବାନୁସାରେ, ଏହା ପ୍ରସାଧନ ସାମଗ୍ରୀ କିମ୍ବା ଫାର୍ମାସ୍ୟୁଟିକାଲ୍ ଉପାଦାନକୁ ଗ୍ରାଇଣ୍ଡ୍ କରିବା ପାଇଁ ଏକ ପୋକ ଭାବରେ ବ୍ୟବହୃତ ହୋଇଥାଇପାରେ କିମ୍ବା ଏକ ପ୍ରତିମା ଭିତରେ ରଖାଯାଇପାରିଥାଏ, ଯାହାକୁ ଲୋକମାନେ ଭାଗ୍ୟ ପାଇଁ ସ୍ପର୍ଶ କରିପାରିବେ ।  ତେବେ ରୋମାନ ଦୁର୍ଗରୁ ଏଭଳି ପ୍ରତିମୂର୍ତ୍ତିର ପ୍ରମାଣ ସେମାନେ ପାଇ ନାହାଁନ୍ତି ବୋଲି ଦଳ କହିଛି।


ଅଧ୍ୟୟନର ଅନ୍ୟ ଜଣେ ଲେଖକ ଡକ୍ଟର ରୋବ ସେଣ୍ଡସ କହିଛନ୍ତି ଯେ ପ୍ରାଚୀନ କାଳରେ କାଠ ଜିନିଷ ସାଧାରଣ ଥିଲା। କିନ୍ତୁ ସେମାନେ କେବଳ ବିଶେଷ ପରିସ୍ଥିତିରେ ସୁରକ୍ଷିତ ରହିପାରିବେ ।ବିଶେଷ କରି ଅନ୍ଧାର, ଆର୍ଦ୍ର ଏବଂ ଅମ୍ଳଜାନ ମୁକ୍ତ ସ୍ଥାନରେ। କିନ୍ତୁ ଭିଣ୍ଡୋଲାଣ୍ଡାଠାରେ ମିଳିଥିବା ଏହି ଲିଙ୍ଗ ଭଳି ଜିନିଷ ଏକ ବିରଳ ଘଟଣା । ଏହି ବସ୍ତୁ ବର୍ତ୍ତମାନ ନର୍ଥମ୍ବର୍ଲାଣ୍ଡର ଭିଣ୍ଡୋଲାଣ୍ଡା ସଂଗ୍ରହାଳୟରେ (Museaum) ପ୍ରଦର୍ଶିତ ହେବ । 


Also Read: Sainik School Recruitment: ସୈନିକ ସ୍କୁଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ମିଳିବ ୩୫ ହଜାରରୁ ଅଧିକ ଦରମା


Also Read: Parsi Population: ୩୦ ପ୍ରତିଶତ ଯୁବକଙ୍କୁ ମିଳୁନାହାନ୍ତି କନ୍ୟା, ଲିଭିଯିବ ଗୋଟିଏ ସମ୍ପ୍ରଦାୟ