Weather Update: ରାଜ୍ୟରେ ଏବେ ହାଲୁକା ଥଣ୍ତା ଅନୁଭବ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡି଼ଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। କିନ୍ତୁ ରାଜ୍ୟରେ ଏହାର ଅଧିକ ପ୍ରଭାବ ରହିବ ନାହିଁ। ବିଶେଷକରି ଆଜି କୋରାପୁଟ , ମାଲକାନଗିରି,  ପୁରୀ ,ଗଂଜାମ ,ଗଜପତି ଓ ରାୟଗଡାରେ ଗୋଟିଏ ଦୁଇଟି  ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବଂ ଆଗାମୀ ୭ ଦିନ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ କୁହାଯାଇଛି। ମଙ୍ଗଳବାର ଦିନ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ରାତିର ତାପମାତ୍ରା ୨୨.୮ ଡିଗ୍ରୀ ଥିବା ବେଳେ କଟକରେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି।


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?


ALSO READ: Gold Rate Today: ସୁନା ଦରରେ ବୃହତ ହ୍ରାସ, ରାଜ୍ୟରେ ୧୦ ଗ୍ରାମ୍-କୁ ରହିଛି ମାତ୍ର ଏତିକି ଟଙ୍କା



ସେପଟେ,  ୨ ଦିନ ପରେ ରାଜ୍ୟରେ  ପାରଦ ଖସିବା ସାଙ୍ଗକୁ ରାଜ୍ୟରେ ଶୀତ ବଢିବ। ଏହାସହ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବାନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ସହ ପାଗର ଶୁଷ୍କତା ଯୋଗୁ ଆଗକୁ ଧୀରେ ଧୀରେ ତାପମାତ୍ରା କମିବ ଓ ଶୀତ ପଡ଼ିବ ।ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଏବଂ ଦିନର ତାପମାତ୍ରା ସ୍ବାଭାବିକ କୁ ଫେରୁଛି। ଆଦ୍ରତାର ମାତ୍ରା କମିଲେ ତାପମାତ୍ରା  ହ୍ରାସ ହେବ।