Weather Update: ବଙ୍ଗୋପସାଗରରେ (Bay of Bengal) ସୃଷ୍ଟି ହେଲା ବାତ୍ୟା (Cyclone)। ତେବେ, ଏହି ବାତ୍ୟାର ନାଁ ରହିଛି ‘ମିଧିଲି’(Cyclone Mithili)। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ସୃଷ୍ଟି ହୋଇଛି । ମିଧିଲି ବଙ୍ଗୋପସାଗରରେ ଉତ୍ତର ଉତ୍ତର ପୂର୍ବ ଦିଗରେ ବର୍ତ୍ତମାନ ଗତି କରୁଛି। ଖାସ୍ କରି ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳ ମୁହାଁ ହେଉଛି ବାତ୍ୟା।  ବାତ୍ୟା ପାରାଦୀପ ଉପକୂଳରୁ ଏବେ ୧୯୦ କିଲୋମିଟର ପୂର୍ବ ଓ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ଅଛି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ବାତ୍ୟା ମୀଧିଲି ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସମୟର ବାଂଲାଦେଶ ଉପକୂଳର ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ।  ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୭୦ କିଲୋମିଟର ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

 



Also Read: Gold Rate: ବିବାହ ସିଜିନ୍ ପୂର୍ବରୁ ବଢିଲା ସୁନା ଦର, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର


ତେବେ, ସାମ୍ଭାବ୍ୟ ବାତ୍ୟା‘ମିଧିଲି’ର ପ୍ରଭାବ ବିଶେଷ କରି ଓଡି଼ଶା ଉପରେ ରହିବ ନାହିଁ। ବାତ୍ୟା ଓଡି଼ଶା ଉପକୂଳରୁ ଦୂରରେ ଦୂରରେ ସମୁଦ୍ରରେ ଗତି କରିବ। ଏହା ପ୍ରଭାବରେ ଶୁକ୍ରବାର(ଆଜି) ରାଜ୍ୟରେ ପାଗ କୋହଲା ରହିବ। ଉପକୂଳ ଓଡି଼ଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆଜି ଭଦ୍ରକ,ମୟୂରଭଞ୍ଜ, କେନ୍ଦୁଝର,ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 



ବାକି ଅନ୍ୟ ଜିଲ୍ଲା ଗୁଡିକରେ ପାଗ ସୁଖିଲା ରହିବ। ସେହିପରି ଶନିବାର ଓ ରହିବାର ପାଗ ସୁଖିଲା ରହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି,୨୦ ତାରିଖ ବେଳକୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନ ଯେ ପରିକି, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି।