Gold Rate: ବିବାହ ସିଜିନ୍ ପୂର୍ବରୁ ବଢିଲା ସୁନା ଦର, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର
Advertisement

Gold Rate: ବିବାହ ସିଜିନ୍ ପୂର୍ବରୁ ବଢିଲା ସୁନା ଦର, ଓଡି଼ଶାରେ ଭରି ପିଛା ଏତିକି ରହିଛି ଦର

Gold Silver Price Today In India: ଶେଷ ହୋଇଛି  ପାର୍ବଣ ଋତୁ। ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ବିବାହ ସିଜିନ୍ (Wedding Season)। ଯଦି ଆପଣ ସୁନା ରୂପା କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ  ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ନଜର ପକାଇବା କେଉଁ ସହରରେ ସୁନା -ରୂପା ରେଟ୍ (Gold Silver Price Today In India) କେତେ ରହିଛି । ପଢନ୍ତୁ ପୂରା ରିପୋର୍ଟ...

Also Read: Guru Margi 2023: ନୂଆବର୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ରାଶିଙ୍କ ପାଇଁ ଶୁଭ ଦିନ, ଧନର ବର୍ଷା କରିବେ ବୃହସ୍ପତି

ଆଜି ଭାରତୀୟ ବଜାରରେ ତଥା (Delhi gold Price Today) ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୬ ,୭୦୦ ଟଙ୍କା ରହିଛି। (Delhi gold Price Today) ଏବଂ ୨୪ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ଦର ୬୧, ୮୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୬୦୦ ଓ ୨୪ କ୍ୟାରେଟରେ ୬୫୦ ଟଙ୍କା ସୁନା ଦରରେ ବୃଦ୍ଧି ପାଇଛି। ସେହିପରି ରୂପା କିଲୋ ପିଛା ୭୫, ୦୦୦ ହଜାର ଟଙ୍କା ରହିଛି। ରୂପା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ସେହିପରି  (Mumbai gold Price Today) ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର  ୧୦ ଗ୍ରାମ୍ ମୂଲ୍ୟ ୫୬,୫୫୦ ରହିଥିବା ବେଳେ  ୨୪ କ୍ୟାରେଟ୍ ର ଦାମ୍ ୬୧,୬୯୦ ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୬୦୦ ଓ ୬୫୦ ଟଙ୍କା ସୁନା ଦର ବୃଦ୍ଧି ପାଇଛି। ରୂପା ଦର କିଲୋ ପିଛା ୭୬,୫୦୦ ଟଙ୍କା ରହିଛି । ରୂପା ଦର ୧୫୦୦୦ ଟଙ୍କା ବୃଦ୍ଧି ପାଇଛି। 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ  ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୫୭,୦୦୦ ରହିଛି । ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୨,୧୮୦ ଟଙ୍କା ରହିଛି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୨୨  ଓ ୨୪ କ୍ୟାରେଟ୍ ରେ ୬୫୦ ଓ ୭୧୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ରୂପା କିଲୋ ପିଛା ୭୯,୫୦୦ ଟଙ୍କା ରହିଛି । ରୂପା ଦରରେ ୧୫୦୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି କୋଲକାତାରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ମୂଲ୍ୟ ୫୬,୫୫୦ ଟଙ୍କା ରହିଛି । ସେହିପରି, ୨୪ କ୍ୟାରେଟ୍ ଦାମ୍ ୬୧,୬୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୬୦୦ ଓ ୬୫୦ ବୃଦ୍ଧି ପାଇଛି। 

ଅନ୍ୟପଟେ, (Bhubaneswar Silver Price Today)ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ (22K Gold) ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୬,୫୫୦ ଓ  (24K Gold) ୨୪ କ୍ୟାରେଟ୍ ର ଦାମ୍ ୬୧,୬୯୦ ରହିଛି । ୨୨ କ୍ୟାରେଟ୍ ରେ ୬୦୦ ଓ ୨୪ କ୍ୟାରେଟରେ ୬୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ରୂପା କିଲୋ ପିଛା ୭୯,୫୦୦ ଟଙ୍କା ରହିଛି । ରୂପା କିଲୋପିଛା ୧୫୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି କଟକରେ ସୁନା ଦର ୨୨ କ୍ୟାରେଟ୍ ରେ ୬୦୦ ଓ ୨୪ କ୍ୟାରେଟରେ ୬୫୦ ଟଙ୍କା ବୃଦ୍ଧି ପାଇଛି।