Weather Update: ରାଜ୍ୟରେ ୧୬ରୁ ବଢିବ ଶୀତ, ଏହିସବୁ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା
Weather Update: ରାଜ୍ୟରେ ଏବେ ହାଲୁକା ବର୍ଷା ଓ ଶୀତର ଲୁଚକାଳି ଖେଳ ଚାଲିଛି । କିଛି ସ୍ଥାନରେ ହାଲୁକା ବର୍ଷା ହେଉଥିବା ବେଳେ ଆଉ କିଛି ସ୍ଥାନରେ ଶୀତ ଅନୁଭବ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ରାଜ୍ୟରେ ୧୬ ତାରିଖରୁ ଶୀତ ଅନୁଭୂତ ହେବ।
Weather Update: ରାଜ୍ୟରେ ଏବେ ହାଲୁକା ବର୍ଷା ଓ ଶୀତର ଲୁଚକାଳି ଖେଳ ଚାଲିଛି । କିଛି ସ୍ଥାନରେ ହାଲୁକା ବର୍ଷା ହେଉଥିବା ବେଳେ ଆଉ କିଛି ସ୍ଥାନରେ ଶୀତ ଅନୁଭବ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ରାଜ୍ୟରେ ୧୬ ତାରିଖରୁ ଶୀତ ଅନୁଭୂତ ହେବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଥିବା କହିଛି ବିଭାଗ। ତେବେ, ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା। ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ଓ ସ୍କୁଷ୍କ ବାୟୁ ପ୍ରବାହ ହୋଇ ନଥିବାରୁ ଥଣ୍ଡା ଆସି ନଥିଲା।
ଚଳିତ ବର୍ଷ ରାଜ୍ୟରେ ଶୀତର ଆରମ୍ଭ ବିଳମ୍ବରେ ହୋଇଥିବା କିଛି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି। ରାଜ୍ୟରେ ଉତ୍ତରା ଲହରୀ ପ୍ରଭାବିତ ହେଉ ନାହିଁ । ତେଣୁ ରାଜ୍ୟରେ ଶୀତ ଅନୁଭୂତ ହେଉ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ଶୀତ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ପ୍ରକୋପ ବର୍ତ୍ତମାନ ଅନୁଭୂତ ହେଉ ନାହିଁ । କେବଳ କନ୍ଧମାଳ, ସମେତ ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିରେ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି । ତେବେ ଶୀତ ଅନୁଭୂତ ହେଉନଥିଲେ ମଧ୍ୟ ଅନେକ ସ୍ଥାନରେ କୁହୁଡିର ଚାଦର ଦେଖାଯାଇଛି ।