Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ । ମାଘ ହେଉଛି ମୁଣ୍ତ ଫଟା  ଖରା। ଯଦି ଏବେଠୁ ଏତେ ଖରା ତେବେ, ଆସନ୍ତା ମାସରେ ସ୍ଥିତି କିଭଳି ଥିବ ଏଥିରୁ ଅନୁମାନ କରିହେଉଛି। ଏହି କ୍ରମରେ ମଙ୍ଗଳବାର ଦିନ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।  ଦିନରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଥିଲା  ଏହାର ପଛକୁ ବୌଦ୍ଧ ଜିଲ୍ଲାରେ ୩୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ କରାଯାଇଛି।  ଏହି ସ୍ଥାନ ସମେତ ମୋଟ୍ ୧୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ଼ କରାଯାଇଛି।  ଭବାନୀପାଟଣା, ଝାରସୁଗୁଡା, ପାରଳାଖେମୁଣ୍ତିରେ ୩୫.୬, ଟିଟିଲାଗଡ, ନୟାଗଡ ଓ ଜଗତସିଂହପୁରରେ ୩୫.୫, ବଲାଙ୍ଗୀରରେ  ୩୫.୩,  ଅନୁଗୁଳରେ ୩୫.୧,  ଭଦ୍ରକ , ମାଲକାନଗିରି ,ତାଳଚେର, ଚାନ୍ଦବାଲି ଓ ବାଲେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରହିଥିଲା। କଟକରେ  ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।


COMMERCIAL BREAK
SCROLL TO CONTINUE READING

 




ALSO READ: Puri News: ଆଜି ତିନି ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ


ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ।  ୨୧ ଓ ୨୨ ତାରିଖ ପାଗ ଶୁଖିଲା ରହିବ।  ୨୩ ରୁ ୨୭ ତାରିଖ ମଧ୍ୟରେ କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, କୋରାପୁଟ୍ , ମାଲକାନଗିରି, ରାୟଗଡା, ବୌଦ୍ଧ, ନୂଆପଡା,ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ତି, ସୁବର୍ଣ୍ଣପୁର,ଖୋର୍ଧା, ଗଜପତି, ଗଂଜାମ, ନୟାଗଡ, ଢେଙ୍କାନାଳ ଓ ସମ୍ବଲପୁର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।