Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି । ମଙ୍ଗଳବାର  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ।  ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ  ଗତି କରି ୨୪ ତାରିଖ ସୁଧା  କେନ୍ଦ୍ରୀୟ ବଙ୍ଗୋପସାଗରରେ  ଅବପାତର ରୂପ ନେବ।  ପରେ ଘନୀଭୂତ ହୋଇ ଆହୁରି  ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ  ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବର ସମୁଦ୍ର ଅଶାନ୍ତ ରହିବା ସହ ୨୩ ତାରିଖରୁ  ଦକ୍ଷିଣ ଏବଂ କେନ୍ଦ୍ରୀୟ  ବଙ୍ଗୋପସାଗରକୁ  ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାବତ୍ କୌଣସି ଆକଳନ କରାଯାଇନାହିଁ।  ବାତ୍ୟା ନୁହେଁ ଲଘୁଚାପ କେବଳ  ଅବପାତର ରୂପ ନେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ  ସଂଜୀବ ଦ୍ବୀବେଦି କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Shani Jayanti 2024: ଶନି ଜୟନ୍ତୀରେ ପଞ୍ଚଗ୍ରାହୀ ଯୋଗ, ଏହି ସବୁ ରାଶିଙ୍କ ଖୋଲିବ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ହେବ ଧନ ବର୍ଷା!


ALSO READ: June Grah Gochar 2024: ଜୁନରେ ଏକା ସାଙ୍ଗରେ ୩ ରାଜଯୋଗ, ଲାଭରେ ରହିବେ ତିନି ରାଶି, ଧନଧାନ୍ୟରେ ଭରିଯିବ ଜୀବନ!


ସେପଟେ, ରାଜ୍ୟରେ ୪ ଦିନ କାଳବୈଶାଖି ବର୍ଷା ନେଇ ଓ୍ବାର୍ଣ୍ଣିଂ ଥିବା ବେଳେ  ଆଉ ୨୪ ଘଣ୍ଟା ତାତି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆଜି  ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡା ଓ କଳାହାଣ୍ତି ଜିଲ୍ଲାକୁ  ବିଜୁଳି ଘଡ଼ଘଡି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି  ବିଭାଗ । ସେହିପରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତି ଜିଲ୍ଲାକୁ ଗ୍ରୀଷ୍ମ ପ୍ରଭାବ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 


ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଗୁରୁବାର ଠାରୁ ରାଜ୍ୟରେ ତାତି କମିବ।  ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି,କନ୍ଧମାଳ,ରାୟଗଡା ଓ କଳାହାଣ୍ତି ଜିଲ୍ଲାକୁ  ବିଜୁଳି ଘଡ଼ଘଡି଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର  ଦକ୍ଷିଣ ଓଡ଼଼ିଶାର  ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ସର୍ବାଧିକ ପ୍ରଭାବ ନଜରକୁ ଆସିବ।  ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ସହ ମୟୂରଭଂଜ , କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ  ବର୍ଷା ହେବ। ଏହାସହ ବାଲେଶ୍ବରରେ ଭାରି ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।