Weather Update: ବର୍ଷାରେ ଭିଜିବ ଦଶହରା। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ -ବାଲାଂଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪ ତାରିଖ ସୁଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଇଏମଡି  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ । ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଥିବା ବିଭାଗ ପକ୍ଷରୁ କୁହାଯାଉଛି। 

 


 


 

ଆଇଏମଡି  ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର , ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏବେ ପ୍ରଶାନ୍ତ ମହାସାଗରରେ  ନିଉଟ୍ରାଲ ଏଲ ନିନୋ ସ୍ଥିତି ରହିଛି।  ଅକ୍ଟୋବର ବା ନଭେମ୍ବର ସୁଧା ଲା- ନିନା ସ୍ଥିତି ରହିପାରେ। ଫଳରେ ଉତ୍ତର ଭାରତରେ ତାପମାତ୍ରା  ଭାରତରେ  ସ୍ବାଭାବିକ ଠାରୁ  କମ୍ ରହିବ । ଚଳିତ ଥର ଅଧିକ ଥଣ୍ତା ଅନୁଭୂତ ହୋଇପାରେ। 

 

ସେହିପରି, ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ପୁଣି ଆଉ ଏକ ଲଘୁଚାପ ଆଶଙ୍କା କରାଯାଉଛି । ଅକ୍ଟୋବର ୪ରୁ ୧୦ ଭିତରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି । ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ ଅଧିକ ଘନିଭୂତ ହେବ । ଲଘୁଚାପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ତେବେ ରାଜ୍ୟରେ ପ୍ରବଳ ବର୍ଷା ପରେ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି । ଆଜିଠାରୁ ରାଜ୍ୟରେ କେତେକ ଜିଲ୍ଲାରେ  ବିଜୁଳି ଘଡ଼ଘଡି଼ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।