Weather Update: ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ସକ୍ରିୟ ରହିଛି। ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି।  କୋରାପୁରରେ ସର୍ବାଧିକ ବର୍ଷା ୫୧.୬ ମିମି ରେକର୍ଡ଼ ହୋଇଥିବା ବେଳେ ଆଉ ୨୪ ଘଣ୍ଟା ରାଜ୍ୟରେ ଏହି ସ୍ଥିତି ନଜରକୁ ଆସିବ। ୧୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ କୌଣସି ଓ୍ବାର୍ଣ୍ଣିଂ ନ ଥିବା ବେଳେ ୧୩ରୁ ବର୍ଷା ଫେରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

Also Read: Today Horoscope: ଆଜି ଏହି ଚାରି ରାଶିରେ ରହିଛି ଘାତବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?


ଆସନ୍ତା ୫ ଦିନ ଯାଏଁ ରାଜ୍ୟର କିଛି କିଛି ସ୍ଥାନକେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଗାମୀ ୨୪ ଘଣ୍ଟା ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡି ନେଇ ସତର୍କ ରହିବା ନେଇ ପରାମର୍ଶ ଜାରି  ହୋଇଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି , ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ପରେ ୪୮ ଘଣ୍ଟା ରାଜ୍ୟରେ ବର୍ଷା ମାତ୍ରା କମିବ।  ପୁଣି ୧୩ ତାରିଖ ଠାରୁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।