Advertisement
Photo Details/zeeodisha/odisha2329070
photoDetails0hindi

Today Horoscope: ଆଜି ଏହି ଚାରି ରାଶିରେ ରହିଛି ଘାତବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୦ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅ

1/12

ମେଷ: ଘାତଚନ୍ଦ୍ର ହେତୁ ସାମାନ୍ୟ ଯନ୍ତ୍ରଣା ଭୋଗି ପାରନ୍ତି। ଆର୍ଥିକ ସମସ୍ୟା ଚିନ୍ତାର କାରଣ ହୋଇପାରେ। ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ଦୂରଯାତ୍ରା ଠାରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥିଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ।

 

2/12

ବୃଷ: ଦେହ ଓ ମନ ଭଲ ରହିବ। ଦୂରଯାତ୍ରା ସୁଖପୂର୍ଣ୍ଣ ହେବ। ମାଲି ମକଦ୍ଦମାରେ ବିଜୟୀ ହେବେ। ପରିବାରରେ ହସଖୁସିର ଲହରି ଲାଗିରହିବ। ଛାତ୍ରଛାତ୍ରୀ ଖେଳକୁଦରେ ଭଲ ପ୍ରଦର୍ଶନ କରିବେ।

 

3/12

ମିଥୁନ:ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ। ମାନସିକ ଶାନ୍ତି ଫେରିପାଇବେ। ଦୂରଯାତ୍ରାରୁ ଲାଭ ମିଳିବ। କର୍ମକ୍ଷେତ୍ରରେ ପଦନ୍ନୋତିର ସୁଯୋଗ ରହିଛି। ପାରିବାରିକ ଜୀବନରେ ସମସ୍ୟାର ସମାଧାନ ହେବ।

 

4/12

କର୍କଟ: ଘାତବାର ହେତୁ ଜଗିରଖି ଚଳନ୍ତୁ। ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ। ଦୂରଯାତ୍ରା ବିପଦପୂର୍ଣ୍ଣ ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। କ୍ରିଡାବିତ୍ ମାନେ ପଛେଇଯିବେ।

 

5/12

ସିଂହ: ଉଭୟ ସ୍ୱାସ୍ଥ୍ୟ ଓ ମାନସିକ ସ୍ତରରେ ପ୍ରଫୁଲ୍ଲ ରହିବେ। ନକରାତ୍ମକ ଭାବନା ଦୂରେଇଯିବ। ବ୍ୟବସାୟରେ ଲାଭ ମିଳିବ। କୌଣସି ଜରୁରୀ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପ୍ରେମ ସମ୍ପର୍କ ମଜବୁତ ହେବ।

 

6/12

କନ୍ୟା: ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ। ପରିବାରିକ ଚିନ୍ତାରେ ସମୟ କଟିବ। ଅର୍ଥ ସଞ୍ଚୟ ପାଇଁ ଯୋଜନା କରିବେ । ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ। ବନ୍ଧୁଙ୍କ ସହ ଦୂରଯାତ୍ରା ପାଇଁ ଯୋଜନା କରିବେ।

 

7/12

ତୁଳା: ମାନସିକ ସ୍ତରରେ ସାମାନ୍ୟ ଚିନ୍ତା ଲାଗି ରହିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ନିଯୁକ୍ତି କିମ୍ୱା ବ୍ୟବସାୟ ପାଇଁ ମନ ବଳାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ପରିଲକ୍ଷିତ ହେବ। ଆୟ ଅପେକ୍ଷା ବ୍ୟୟ ସାମାନ୍ୟ ବଢିଯିବ। ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ

 

8/12

ବିଛା: ସାମାନ୍ୟ ଥଣ୍ଡା ଜ୍ୱରରେ ପଡିତ ହୋପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ଦୂରଯାତ୍ରା ଶୁଭଙ୍କର ହେବ। ଦେବାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ମନ ବଳାଇବେ। ପାରିବାରିକ ସ୍ନେହ ଓ ଆଦର ପାଇବେ। 

 

9/12

ଧନୁ: ଆଜି ଆପଣଙ୍କ ଦେହ ଭଲ ରହିବ। ମନରେ ସାମାନ୍ୟ ଅଶାନ୍ତି ଉପୁଜିପାରେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପଢାପଢିରେ ଆଗକୁ ବଢିବେ।

 

10/12

ମକର: ଦେହ ଓ ମନ ଭଲ ରହିବ। ବ୍ୟବସାୟରୁ ପ୍ରଚୁର ଲାଭ ହେବ। ଚାକିରୀରେ ପଦୋନ୍ନତୀ ସହ ବଦଳି ହେବାର ଯୋଗ ରହିଛି। ପାରିବାରିକ ସ୍ଥିତି ଭଲ ରହିବ। ଖେଳାଳୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ।

 

11/12

କୁମ୍ଭ: ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହେବ। ତୈଳ ଜନିତ ବ୍ୟବସାୟରୁ ଲାଭ ମିଳିବ। ପଡୋଶୀଙ୍କ ସହ ସାମାନ୍ୟ ମତଭେଦ ଦେଖାଦେଇପାରେ। ଲେଖା ପଢାରେ ରୁଚି ବଢିବ। ଦୂରଯାତ୍ରା ସଫଳ ହେବ।

 

12/12

ମୀନ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଆଳସ୍ୟପଣ ଲାଗି ରହିବ। ଧାତୁ ଜନିତ ବ୍ୟବସାୟରୁ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବେ। ନବଦମ୍ପତି ଦୂରସ୍ଥାନକୁ ଯିବାପାଇଁ ମନ ବଳାଇବେ। ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ।