Weather Update: ରାଜ୍ୟରେ ମୌସୁମୀ ସକ୍ରିୟ ଥିଲେ ମଧ୍ୟ ବର୍ଷାର ଦେଖାନାହିଁ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି ୨୩ଟି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ମେଷ- ମିଥୁନ ସହ ଏହିସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ମଙ୍ଗଳବାର?



ଦଶହରାରେ କିନ୍ତୁ ପାଗ ଶୁଖିଲା ରହିବ। ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ନାହିଁ। ୧୧ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ  ଓଡିଶାରେ ପାଗ ସମ୍ପୁର୍ଣ୍ଣ ଶୁଖିଲା ରହିବ। ୧୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ସଂଲଗ୍ନ  ପଶ୍ଚିମ ଓଡିଶାର ଜିଲ୍ଲା ୧୩ ଓ ୧୪ ତାରିଖରେ  ଦକ୍ଷିଣ ଓଡିଶା ବ୍ୟତିତ ସାରା ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ଓ କଟକର ଆକାଶ ମେଘାଛନ୍ନ ରହିବାର ଆଶଙ୍କା ରହିଛି। ଆସନ୍ତା କାଲି ପୂର୍ବାହ୍ନରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ମୟୂରଭଂଜ ଜିଲ୍ଲାର ଚନ୍ଦନପୁରରେ ସର୍ବାଧିକ ୭୭.୬ ମିମି ବର୍ଷା ହୋଉଛି। ବାଙ୍ଗିରିପୋଷିରେ ୬୬, କେନ୍ଦୁଝରର ଯୋଡାରେ ୩୩.୬, ଅନୁଗୁଳ ଛେଣ୍ତିପଦାରେ ୩୧.୪ ମିମି ବର୍ଷା ହୋଇଛି। ସେହିପରି ପାରଳାଖେମୁଣ୍ତିରେ  ସର୍ବୋର୍ଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ଼ ହୋଇଛି।  ଯେତେବେଳେ କି ପାରାଦୀପରେ ୩୫.୨, ବୌଦ୍ଧରେ ୩୫.୨, ସମ୍ବଲପୁର ଓ ଝାରସୁଗୁଡାରେ ୩୫, ପୁରୀରେ ୩୪.୭, ବରଗଡରେ ୩୪.୬, ମାଲକାନଗିରିରେ ୩୪.୫ ଡିଗ୍ରୀ ରେକର୍ଡ଼ ହୋଇଛି।