Weather Update: ରାଜ୍ୟରେ ଜାରି ରହିଛି ବର୍ଷା।  ଆସନ୍ତା ୧୭ ତାରିଖ ଯାଏଁ  ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।  ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  ନିଅଣ୍ଟିଆ ବର୍ଷା ସ୍ଥିତି ବଢିବ। ପାଣିପାର ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ  ପୂର୍ବାନୁମାନ କରିଛନ୍ତି ଯେ,  ମଙ୍ଗଳବାର ସକାଳେ  ପଶ୍ଚିମବଙ୍ଗ ଓ ସଂଲଗ୍ନ  ଅଞ୍ଚଳରେ ଏକ ଦୁର୍ବଳ  ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଆସନ୍ତା ୧୯ ତାରିଖ ଯାଏଁ ଏହା ପଶ୍ଚିମବଙ୍ଗ  ଓ ସଂଲଗ୍ନ ଝାଡଖଣ୍ତ ଉପରେ  ରହିପାରେ। ଏହା ମୌମୁମୀ  ଟ୍ରପ୍ ର ଏକ ଅଂଶ ବିଶେଷ ହେବ।  



COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?


ALSO READ: Janmashtami 2024: ଜନ୍ମାଷ୍ଟମୀରେ ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!


ଏ-ହାଦ୍ବାରା ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ।  ଆଜି ଓ ଆସନ୍ତାକାଲି  ଦକ୍ଷିଣ ପଶ୍ଚିମ ଓଡି଼ଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ଆକଳନ କରୁଛି ଯେ, ଆଜି ଭଦ୍ରକ,ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର,ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା,ଝାରସୁଗୁଡା ଓ ସମ୍ବଲପୁରରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି, ଆସନ୍ତାକାଲି ବାଲେଶ୍ବର, ମୟୂରଭଂଜ,କେନ୍ଦୁଝର, ସୁନ୍ଦରଗଡ ଓ ଦେବଗଡ ରେ ଅଧିକ ବର୍ଷା ହୋଇପାରେ।  



ସେହିପରି, ୧୭ ତାରିଖ ଭିତରେ  ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବ।  ଭଦ୍ରକ, ଯାଜପୁର ଓ ସଂଲଗ୍ନ ଅଞ୍ଚଳରେ ବିକ୍ଷିପ୍ତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ପତ୍ତନ ଠାରୁ ୫୦ କିମି ଭିତର ଅଞ୍ଚଳରେ  ପ୍ରତିଦିନ  ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।  ୧୪ରୁ ୧୬ ତାରିଖ ଭିତରେ ଭୁବନେଶ୍ବରରେ ମଧ୍ୟମ ଧରଣର ବର୍ଷା ହେବ।  ୧୬ ଓ ୧୭ ତାରିଖରେ ଝାଡଖଣ୍ତ ସଂଲଗ୍ନ  ଅଞ୍ଚଳରେ  ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ଭାରି ବର୍ଷା ନ ହେଲେ ବି  ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।