Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ତାଜା ସୂଚାନ ଅନୁସାରେ,  ଆଜି ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡି଼ଶାର ବର୍ଷା ଅଧିକ ରହିପାରେ।  ବାଲେଶ୍ବର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ରାଜ୍ୟର  ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି।  ଶନିବାର ଠାରୁ ରାଜ୍ୟରେ ବର୍ଷାର ପ୍ରକୋପ କମିବ।  ରବିବାର ଠାରୁ କାଁ-ଭାଁ  ବର୍ଷା ହୋଇପାରେ।  ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

 

 



 

ବୁଧବାର ଘୂର୍ଣ୍ଣିବଳୟ ଛତିଶଗଡ ଓ ଆଖପାଖ ଅଞ୍ଚଳ ଉପରେ ଥିଲା।  ଏହା ପ୍ରଭାବରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ  ବହୁ ସ୍ଥାନରେ ଲଗାଣ ବର୍ଷା ହୋଇଛି।  ବୁଧବାର ସକାଳେ ସାଢେ ୮ଟାରୁ ସଂନ୍ଧ୍ୟା ୫ଟା ଭିତରେ ତାଳଚେରରେ ୧୫୫ ମିଲିମିଟର  ବର୍ଷା ହୋଉଛି।  କେନ୍ଦୁଝରରେ ୮୪.୪ ମିମି, ଅନୁଗୁଳରେ ୬୦, ଭଦ୍ରକରେ ୪୨.୨,  ପାରାଦ୍ବୀପରେ ୩୧.୩,  ବାରିପଦାରେ ୩୦.୨,  ଢେଙ୍କାନାଳରେ ୨୭.୪, ରାଉରକେଲାରେ  ୨୬.୪ ମିମି ବର୍ଷା ରେକର୍ଡ଼ ହୋଇଛି। ପାଣିପାଗ ବିଶେଷଜ୍ଞ ଡ. ଶରତ  ଚନ୍ଦ୍ର ସାହୁଙ୍କ  ପୂର୍ବାନୁମାନ କରିଛନ୍ତି ଯେ, ବର୍ତ୍ତମାୱ ୨ ଦିନ ପାଣ ଆଂଶିକ ମେଘୁଆ ରହିବ। ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଶୁକ୍ରବାର ଠାରୁ ବର୍ଷାର ପରିମାଣ କମିବ। ପରେ ବେଳେବେଳେ ପାଗ ଖରାଟିଆ ସହ କିଛି ବର୍ଷା ହୋଇପାରେ।