Weather Update: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  ସମ୍ପୂର୍ଣ୍ଣ ଭାବେ ବିଦାୟ (Monsoon Entirely Withdraws From Odisha) ନେଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)ପକ୍ଷରୁ ସୂଚନା ଦିଆଯାଇଛି। ମୌମୁମୀ ଫେରିଛି ସତ କିନ୍ତୁ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat wave)। ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇଯାଉଛି । ମୁଣ୍ତଫଟା ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଅସହ୍ୟ ଗୁଳିଗୁଳି ମଧ୍ୟ ରାଜ୍ୟବାସୀଙ୍କୁ କଲବଲ କରୁଛି । ଏ-ପରିକି ଆଉ କେତେକ ସ୍ଥାନରେ ଆକାଶ ମେଘାଛନ୍ନ ରହୁଥିବା ବେଳେ ପଶ୍ଚିମା ପବନ ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଉଛି। ଏପରିକି ଏକାଧିକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି।  ତେବେ, ଆସନ୍ତା ୫ ଦିନ ଯାଏଁ ପାଗରେ କୌଣସି ପ୍ରକାର ପରିବର୍ତ୍ତନ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

 



Also Read: Puri News: ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା, ଜାଣନ୍ତୁ ଏହାର ମାହାତ୍ମ୍ୟ


Also Read: Today Horoscope: ଘାତଚନ୍ଦ୍ରର ଯୋଗ ହେତୁ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?


ଗତ ଶୁକ୍ରବାର ଦିନ ୧୪ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।  ସବୁଠୁ ଅଧିକ ଦିନ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ା ୩୬.୪,  ଭୁବନେଶ୍ବର ୩୫, ଅନୁଗୋଳ ୩୫.୧, ସମ୍ବଲପୁର ୩୫.୫, ମାଲକାନଗିରି ୩୫.୨, ବାଲେଶ୍ବର ୩୫.୬, ପାରାଦ୍ବୀପ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି, ପାରଳାଖେମୁଣ୍ଡି ୩୫.୬, ସୁବର୍ଣ୍ଣପୁର ଓ ନୟାଗଡ଼ ୩୫, ବୌଦ୍ଧ ୩୫.୫, ଭଦ୍ରକ ୩୫.୪ ଏବଂ ବରଗଡ଼ ୩୫.୩ ଡିଗ୍ରୀ ରହିଛି। ଏବଂ ଭୁବନେଶ୍ବରରେ ବାୟୁମଣ୍ଡଳ ଆର୍ଦ୍ରତା ୮୦ ପ୍ରତିଶତ ଥିବାବେଳେ ଗୋପାଳପୁର ୮୧, ସୁନ୍ଦରଗଡ଼୮୪, ଖୋର୍ଦ୍ଧା ଓ ନବରଙ୍ଗପୁର ୮୯, ଜଗତସିଂହପୁର ୯୨ ଏବଂ କେନ୍ଦ୍ରାପଡ଼ାରେ ୯୦ ପ୍ରତିଶତ ରେକର୍ଡ ହୋଇଛି।


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଚଳିତ ଜୁନ୍ ମାସ ୨୨ ତାରିଖରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିଲା । ଏବଂ ଗୋଟିଏ ସପ୍ତାହ ବିଳମ୍ବରେ ଓଡିଶାକୁ ମୌସୁମୀ ଛୁଇଁଥିଲା।   ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ଜୁନ୍‍, ଜୁଲାଇ ଓ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ସେପ୍ଟେମ୍ବର ମାସରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି।  ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ, କେନ୍ଦ୍ରାପଡ଼ାରେ  ୨୬ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସେହିପରି ଅକ୍ଟୋବର ମାସରେ ପ୍ରଥମ ୩ ଦିନରେ ୫୩.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୫.୯ ମି.ମି ତୁଳନାରେ ୨୩୮ ପ୍ରତିଶତ ଅଧିକ ରହିଛି ।