Puri News: ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା, ଜାଣନ୍ତୁ ଏହାର ମାହାତ୍ମ୍ୟ
Advertisement
Article Detail0/zeeodisha/odisha1914410

Puri News: ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା, ଜାଣନ୍ତୁ ଏହାର ମାହାତ୍ମ୍ୟ

Puri News: ଶାରଦୀୟ ଦୂର୍ଗ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା ଆରମ୍ଭ ହୋଇଛି (Gupta Gundicha Rituals Of Lord Jagannath) । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Puri News: ଶାରଦୀୟ ଦୂର୍ଗ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା ଆରମ୍ଭ ହୋଇଛି (Gupta Gundicha Rituals Of Lord Jagannath) । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି । ମା ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନେଇନଥିବା ବେଳେ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ( Lord Jagannath)। ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ଗବେଷକ ମତ ଦେଇଛନ୍ତି ।

Also Read: Puri News: ପବିତ୍ର ମହାଳୟା ଅମାବାସ୍ୟା, ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ତିଳତର୍ପଣ କଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି!

Also Read: Today Horoscope: ଘାତଚନ୍ଦ୍ରର ଯୋଗ ହେତୁ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ( Lord Jagannath),ବଡ଼ଭାଇ ଶ୍ରୀବଳଭଦ୍ର(balabhadra) ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ (subhadra)ନେଇ ରଥାରୁଢ଼ ହୋଇ ଗୁଣ୍ଡିଚା ଯାତ୍ରା କରିଥାନ୍ତି । ଏହି ସମୟରେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି । ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରବେଶ ସମୟରେ ରୋଷରେ ଥିବା ମାତା ଲକ୍ଷ୍ମୀଙ୍କୁ ଶାରଦୀୟ ପୂଜା ଅବସରରେ ଗୁଣ୍ଡିଚା ଯାତ୍ରାରେ ନେବାକୁ ପ୍ରତିଶୃତି ଦେଇଥାନ୍ତି ମହାପ୍ରଭୁ । ସେହି ପ୍ରତିଶୃତିକୁ ରକ୍ଷାକରି ଆଜିର ଦିନରେ ପରମ୍ପରା ଅନୁସାରେ ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ପାଳନ କରାଯାଇଛି ବୋଲି ଗବେଷକ କହିଛନ୍ତି ।

ଦୁର୍ଗାମାଧବ ଉପାସନାର ଏକ ବିଶେଷ ଲୀଳା ଏହି ସମୟରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି । ମାତା ମହାଲକ୍ଷ୍ମୀ ମାଆ ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି । ଏହି ସ୍ୱତନ୍ତ୍ର ନୀତିକାନ୍ତି ଓ ପରମ୍ପରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ । ଏହି ନୀତିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ରର ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଏହି ନାରାୟଣୀ ମନ୍ଦିରକୁ ଆସନ୍ତି। 

ଶାରଦୀୟ ଦୁର୍ଗାପୂଜା ପରିପ୍ରେକ୍ଷୀରେ ଗଇଁଠାଳ ପଡ଼ି ଦୁର୍ଗାମାଧବ ଏକତ୍ର ପୂଜା ପାଇବା ଏହି ମନ୍ଦିର ଭିନ୍ନ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ସେଥିପାଇଁ ଏହା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ। ଶ୍ରୀମନ୍ଦିରରୁ ଦୁର୍ଗା ମାଧବ ଏହି ମନ୍ଦିରକୁ ଷୋଳପୂଜା ସମୟରେ ଶେଷ ଆଠଦିନ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି । ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଥାନ୍ତି । ଏହା ଗୁପ୍ତ ଗୁଣ୍ଡିଚା ଭାବେ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ଆଠଦିନ ମହାପ୍ରଭୁ ରଥାକୃତି ବିମାନରେ ଶ୍ରୀମନ୍ଦିରରୁ ଆସିଥିବା ବେଳେ ସନ୍ଧ୍ୟାଧୂପ ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥାନ୍ତି।