Operation Cactus: 


COMMERCIAL BREAK
SCROLL TO CONTINUE READING

ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତୀୟ ସେନାକୁ ତାଙ୍କ ଦେଶରୁ ବିତାଡିତ କରିବା କଥା କହିଛନ୍ତି । ମାଳଦ୍ୱିପରେ ନିୟୋଜିତ ଥିବା ପାଖାପାଖି ୮୦ ଜଣ ଭାରତୀୟ ସୈନିକଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଭାରତୀୟ ସେନାର ଉପସ୍ଥିତି ମାଳଦ୍ୱିପ ନିର୍ବାଚନରେ ଗୋଟିଏ ପ୍ରସଙ୍ଗ ଥିଲା । ଚୀନ ପ୍ରତି ଅଧିକ ଅନୁରୁକ୍ତ ମୁଇଜୁ ଡ୍ରାଗନକୁ ଖୁସି କରିବାକୁ ଏମିତି କଥା କହୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ,ଭାରତୀୟ ସେନା ଗୋଟିଏ ସମୟରେ ମାଳଦ୍ୱିପରେ ଗଣତନ୍ତ୍ରର ରକ୍ଷାକର୍ତ୍ତା ସାଜିଥିଲା । ବିଦ୍ରୋହୀଙ୍କ କବଳରୁ ମାଳଦ୍ୱିପର ରାଷ୍ଟ୍ରପତିଙ୍କୁ ଭାରତୀୟ କମାଣ୍ଡୋ ଉଦ୍ଧାର କରିଥିଲେ । ଆସନ୍ତୁ ଜାଣିବା ସେହି ଆପରେସନ୍ ବାବଦରେ ଯାହାର ନାମ ଥିଲା ଅପରେସନ୍ କାକଟସ ।


ଅପରେସନ୍ କାକଟସର କାହାଣୀ


ଭାରତୀୟ ସେନା ଅନେକ ବିଦେଶୀ ଦେଶରେ ଅପରେସନ୍ କରିଛି । ମାଲଦ୍ୱୀପ ମାଟିରେ ମଧ୍ୟ ସେହିଭଳି ଗୋଟିଏ  ଅପରେସନ୍ କରାଯାଇଥିଲା। ଯାହା ଅପରେସନ୍ କାକଟସ୍ ଭାବରେ ପରିଚିତ । ଏହି ଅପରେସନ୍ ପରେ ସମଗ୍ର ବିଶ୍ୱ ଭାରତୀୟ ସେନାର ଶକ୍ତି ସ୍ୱୀକାର କରିଥିଲା। ମାଲଦ୍ୱୀପ ଏସିଆର ସବୁଠାରୁ ଛୋଟ ଦେଶ । ଭାରତର ଅଧିକାଂଶ ସାମୁଦ୍ରିକ ବାଣିଜ୍ୟ ମାଲଦ୍ୱୀପ ନିକଟରେ ଯାଇଥାଏ ।


 


ମାଳଦ୍ୱିପରେ ବିଦ୍ରୋହ,ଆକାଶରେ କମାଣ୍ଡୋ


୧୯୭୮ ମସିହାରେ ମାଲଦ୍ୱୀପରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଏହା ପୂର୍ବରୁ ମାଳଦ୍ୱିପ ବ୍ରିଟିଶମାନଙ୍କ ଅଧିନରେ ଥିଲା । ଏହା ପରେ ନିର୍ବାଚିତ ସରକାର ହଟାଇବାକୁ ଅନେକ ଚେଷ୍ଟା କରାଯାଇଥିଲା। ୧୮୮୮ ମସିହାରେ ଏକ ବିଦ୍ରୋହ ଦ୍ୱାରା ନିର୍ବାଚିତ ରାଷ୍ଟ୍ରପତି ଅବଦୁଲ ଗୟୋମଙ୍କୁ କ୍ଷମତାଚ୍ୟୁତ କରିବାକୁ ଉଦ୍ୟମ ହୋଇଥିଲା । ରାଷ୍ଟ୍ରପତି ଏକ ସରକାରୀ ଗସ୍ତରେ ଯାଉଥିବା ବେଳେ ବିଦ୍ରୋହ ହୋଇଥିଲା । ସ୍ଥାନୀୟ ବିଦ୍ରୋହୀଙ୍କ  ଷଡଯନ୍ତ୍ରରେ ଶ୍ରୀଲଙ୍କାର ଉଗ୍ରବାଦୀ ସଂଗଠନ LTTE ମଧ୍ୟ ଭାଗ ନେଇଥିଲା। ହଜାର ହଜାର ଆତଙ୍କବାଦୀ ମାଲଦ୍ୱୀପରେ ପର୍ଯ୍ୟଟକ ଭାବରେ ପହଞ୍ଚି କରି ଆକ୍ରମଣ କରିଥିଲେ।


ବିଦ୍ରୋହ କାଳର ରାଷ୍ଟ୍ରପତି ଅବଦୁଲ ଗୟୋମ ଭାରତ ଗସ୍ତରେ ଯିବାର ଥିଲା ।  ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କ ଗସ୍ତ ବାତିଲ ହୋଇଯାଇଥିଲା ।   ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେବା ପରେ ଆତଙ୍କବାଦୀମାନେ ସମସ୍ତ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣ କରିଥିଲେ।


ଭାରତୀୟ କମାଣ୍ଡୋଙ୍କ ଅପରେସନ୍ କାକଟସ


ଏହି ଆକ୍ରମଣର ମୁକାବିଲା ପାଇଁ ମାଲଦ୍ୱୀପ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲା। ସେଥିପାଇଁ ଅନେକ ଦେଶରୁ ସାହାଯ୍ୟ ଲୋଡିଥିଲେ, କିନ୍ତୁ ଅଧିକାଂଶ ଦେଶ ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ଶେଷରେ ଭାରତରୁ ସହାୟତା ଲୋଡା ଯାଇଥିଲା । ଭାରତ ସରକାର ଭାରତୀୟ ସେନାକୁ ମାଳଦ୍ୱିପ ଯିବାକୁ ଆଦେଶ ଦେଇଥିଲେ ।  ଭାରତୀୟ ସେନା କମାଣ୍ଡୋମାନଙ୍କର ଏକ ଟିମ୍ ମାଳଦ୍ୱିପ ଅଭିମୁକେ ଯାତ୍ରା କରିଥିଲା ଓ  ଅପରେସନ୍ କାକଟସ୍ ଆରମ୍ଭ ହୋଇଥିଲା ।  ଭାରତୀୟ ସେନାରାଷ୍ଟ୍ରପତି ଗୟୋମଙ୍କୁ ଉଦ୍ଧାର କରି ତାଙ୍କୁ ଜାତୀୟ ସେବା ମୁଖ୍ୟାଳୟକୁ ନେଇଥିଲେ। ଏହାପରେ ଭାରତୀୟ ସେନା ବିଦ୍ରୋହୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ । ମାତ୍ର ୧୮ ଘଣ୍ଟା ଭିତରେ ପୁରା ମାଳଦ୍ୱିପ ଭାରତୀୟ ସେନା ନିୟନ୍ତ୍ରଣକୁ ଆସିଥିଲା । ଆଉ ମାଳଦ୍ୱିପର ଗଣତନ୍ତ୍ର ବଂଚିଯାଇଥିଲା ।