ଏପ୍ରିଲ ୧ରୁ ଆପଣଙ୍କ ଦରମା ପାଇଁ ଲାଗୁ ହେବ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ
Advertisement
Article Detail0/zeeodisha/odisha866486

ଏପ୍ରିଲ ୧ରୁ ଆପଣଙ୍କ ଦରମା ପାଇଁ ଲାଗୁ ହେବ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ

ଯଦି ଏହି ବିଧେୟକ ଆଗାମୀ ମାସରୁ ଲାଗୁ ହୋଇଯାଏ, ତେବେ ମାସିକ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ଗ୍ରାଚ୍ୟୁଇଟି (Gratuity) ଯୋଗଦାନ ମଧ୍ୟ ଏପ୍ରିଲ ୧ରୁ ପରିବର୍ତ୍ତନ ହେବ ।

ଏପ୍ରିଲ ୧ରୁ ଆପଣଙ୍କ ଦରମା ପାଇଁ ଲାଗୁ ହେବ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: 7th Pay Commission: ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ୧ରୁ ଦରମା (Salary) ସହ ଜଡିତ ନିୟମରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଏହି ପରିବର୍ତ୍ତନଗୁଡିକ ଲାଗୁ ହେବ ତେବେ ଏହା ହୋଇପାରେ ଯେ ଆପଣଙ୍କ ଖାତାରେ ଦରମା ପୂର୍ବ ଅପେକ୍ଷା କମ୍ ଆସିବ । ବାସ୍ତବରେ, ଗତ ବର୍ଷ ସଂସଦରେ  ନୂତନ ବେତନ ସଂହିତା ବିଧେୟକ (new wage code) ପାରିତ ହୋଇଥିଲା । ଏବେ ମନେ କରାଯାଉଛି ଯେ ଏହି ବିଲ ଏପ୍ରିଲ ୧ରୁ ଲାଗୁ ହୋଇପାରେ । ଯଦି ଏହି ବିଲ କାର୍ଯ୍ୟକାରୀ ହୁଏ, ତେବେ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପକେଟ ଉପରେ ଏହାର କେତେ ଓ କ’ଣ ପ୍ରଭାବ ପକାଇବ, ଆସନ୍ତୁ ଜାଣିବା ଏହି ବିଷୟରେ...

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତି ମାସରେ ୨୫୦୦ ଟଙ୍କା ନିବେଶ କରି ପ୍ରତି ବର୍ଷ ପାଇପାରିବେ ୨୨,୫୦୦ ଟଙ୍କା, ଶେଷରେ ମିଳିବ ୫ ଲକ୍ଷ ଟଙ୍କା

ଯଦି ଏହି ବିଧେୟକ ଆଗାମୀ ମାସରୁ ଲାଗୁ ହୋଇଯାଏ, ତେବେ ମାସିକ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ଗ୍ରାଚ୍ୟୁଇଟି (Gratuity) ଯୋଗଦାନ ମଧ୍ୟ ଏପ୍ରିଲ ୧ରୁ ପରିବର୍ତ୍ତନ ହେବ । କାରଣ ସରକାର ପ୍ରାବଧାନ କରିଛନ୍ତି ଯେ କର୍ମଚାରୀଙ୍କ ବେସିକ ଦରମା ତାଙ୍କ ମାସିକ CTC ର ୫୦ ପ୍ରତିଶତ ହେବା ଉଚିତ୍ । ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ ହ୍ରାସ ପାଇବ । କିନ୍ତୁ PF ଏବଂ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।

ଅଧିକ ପଢ଼ନ୍ତୁ:-'୫ରୁ ଏହି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହାରିଯିବ ବିଜେପି'

ନୂତନ ସେଲେରୀ ଷ୍ଟ୍ରକଚର କ’ଣ?

ଧରାଯାଉ କୌଣସି କାର୍ଯ୍ୟରତ ବ୍ୟକ୍ତିଙ୍କ ମାସିକ CTC ହେଉଛି ୧୦,୦୦୦ ଟଙ୍କା, ତା’ହେଲେ ତାଙ୍କ ବେତନର ଷ୍ଟ୍ରକଚର କ’ଣ ହେବ? ଆସନ୍ତୁ ବୁଝିବା...

ଯଦି ଆମେ ନିୟମ ଅନୁସାରେ ଦେଖିବା, ବେତନର ବେସିକ ଅଂଶକୁ ଅତି କମରେ ୫୦ ପ୍ରତିଶତ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ରଖିବା ଆବଶ୍ୟକ ହେବ । ଏହା ପରେ ୧୨ ପ୍ରତିଶତ ବେସିକ ଅର୍ଥାତ୍ ୬୦୦ ଟଙ୍କା PF ରେ କଟାଯିବ ।

ଯଦି କମ୍ପାନୀ ୫ ପ୍ରତିଶତ ଗ୍ରାଚ୍ୟୁଇଟିର ପରିମାଣକୁ କାଟିବ, ତେବେ ପାଞ୍ଚ ହଜାର ଟଙ୍କାର ୫ ପ୍ରତିଶତ ଅର୍ଥାତ୍ ୨୫୦ ଟଙ୍କା ପାଇଁ ଏହା ପାଇଁ ହ୍ରାସ ପାଇବ । ବର୍ତ୍ତମାନ ୪,୧୫୦ ଟଙ୍କା ବେସିକ ରାଶି ରହିଯାଇଛି । ଏପରି ପରିସ୍ଥିତିରେ ୧୦ ହଜାର ଟଙ୍କା ପାଉଥିବା ବ୍ୟକ୍ତିଙ୍କ ଇନ୍ ହ୍ୟାଣ୍ଡ ଦରମା ୫୦୦୦ +୪,୧୫୦= ୯୧୫୦ ଟଙ୍କା ହେବ ।

ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍

ପୁରୁଣା ସେଲେରୀ ଷ୍ଟ୍ରକଚର

ପୁରୁଣା ସେଲେରୀ ଷ୍ଟ୍ରକଚର ଅନୁଯାୟୀ, ବେସିକ ୩୦ ପ୍ରତିଶତ ଅର୍ଥାତ ୩,୦୦୦ ଟଙ୍କା ଏବଂ ଅବଶିଷ୍ଟ ୭୦ ପ୍ରତିଶତ ଆଲାଉନ୍ସ ଭାବରେ ମିଳିଥାଏ । ବେସିକ ୧୨ ପ୍ରତିଶତ ଅର୍ଥାତ୍ ୩୬୦ ଟଙ୍କା PF ଭାବରେ କଟାଯାଇଥାଏ ।

ଯଦି କମ୍ପାନୀ ଗ୍ରାଚ୍ୟୁଇଟି ରାଶି ପାଞ୍ଚ ପ୍ରତିଶତ କାଟିଥାଏ, ତେବେ ୧୫୦ ଟଙ୍କା ଏଥିରେ ଚାଲିଯାଇଥାଏ । ଏହିପରି ଏହି ବ୍ୟକ୍ତିଙ୍କ ଦରମା ୫୧୦ ଟଙ୍କା କମ୍ ହୋଇଯାଇଥାଏ । ବେସିକ ରାଶି ୨,୪୯୦ ଟଙ୍କା ରହିଥାଏ । ଏହି ପରିପ୍ରେକ୍ଷୀରେ ତାଙ୍କ ଇନ୍ ହ୍ୟାଣ୍ଡ ଦରମା ୭୦୦୦+ ୨୪୯୦=୯,୪୯୦ ଟଙ୍କା ମିଳିଥାଏ ।

ସେହିପରି ନୂତନ ଡ୍ରାଫ୍ଟ ଆଇନ୍ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । OSCH କୋଡ୍ର ଡ୍ରାଫ୍ଟ ନିୟମାବଳୀରେ ୧୫ରୁ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ କାର୍ଯ୍ୟ ସମୟକୁ ମଧ୍ୟ ୩୦ ମିନିଟ ମାନି ଓଭରଟାଇମରେ ସାମିଲ କରିବାର ପ୍ରାବଧାନ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ୍ ସମୟକୁ ଓଭରଟାଇମ୍ ଯୋଗ୍ୟ ବିବେଚିତ ହୁଏ ନାହିଁ । ଡ୍ରାଫ୍ଟ ନିୟମରେ କୌଣସି କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ନିରନ୍ତର କାର୍ଯ୍ୟ କରାଇବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ପ୍ରତି ପାଞ୍ଚ ଘଣ୍ଟା ପରେ ଅଧ ଘଣ୍ଟା ବିଶ୍ରାମ ଦେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଡ୍ରାଫ୍ଟ ନିୟମରେ ଅନ୍ତର୍ଭୂକ୍ତ କରାଯାଇଛି ।