କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି! ଜାନୁଆରୀରୁ ହିଁ ମିଳିବ ବର୍ଦ୍ଧିତ ଦରମା-ପେନସନର ଲାଭ
Advertisement
Article Detail0/zeeodisha/odisha830729

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି! ଜାନୁଆରୀରୁ ହିଁ ମିଳିବ ବର୍ଦ୍ଧିତ ଦରମା-ପେନସନର ଲାଭ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାର ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ୪ ପ୍ରତିଶତ ଡିଏ ବୃଦ୍ଧି ପରେ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୧ ପ୍ରତିଶତକୁ ବୃଦ୍ଧି ପାଇବ ।

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି! ଜାନୁଆରୀରୁ ହିଁ ମିଳିବ ବର୍ଦ୍ଧିତ ଦରମା-ପେନସନର ଲାଭ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ସହିତ ମହଙ୍ଗ ରିଲିଫ୍ (DR) କୁ ପୁନଃ ଆରମ୍ଭ କରିଛନ୍ତି । ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ (Central Govt Employees) ଓ ୬୧ ଲକ୍ଷ ପେନସନଭୋଗୀ (Central Govt Pensioners) ଙ୍କ ପାଇଁ ଖୁସିର ଏହି ଡବଲ୍ ଡୋଜ୍ ଜାନୁୟାରୀରୁ ହିଁ ମିଳିବା ଆରମ୍ଭ ହୋଇଯିବ ।

ଅଧିକ ପଢ଼ନ୍ତୁ:-ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାର ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାଦ୍ୱାରା କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ୪ ପ୍ରତିଶତ ଡିଏ ବୃଦ୍ଧି ପରେ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୧ ପ୍ରତିଶତକୁ ବୃଦ୍ଧି ପାଇବ । ଯଦିଓ ଏହି ଭତ୍ତା ଜାନୁଆରୀରୁ ଆରମ୍ଭ ହେବ, କିନ୍ତୁ ଏହାର ସରକାରୀ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀମାନେ ଉତ୍ସାହର ସହିତ ସରକାରଙ୍କ ଏହି ସରକାରୀ ଘୋଷଣାକୁ ଅପେକ୍ଷା କରିଛନ୍ତି ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

କ୍ୟାବେନିଟ ମାର୍ଚ୍ଚ ୨୦୨୦ରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫର ଅତିରିକ୍ତ କିସ୍ତି ଜାନୁଆରୀ ୧,୨୦୨୦ରୁ ଜାରି କରିବାର ମଞ୍ଜୁରୀ ଦେଇଥିଲା । ସେତେବେଳେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ବେସିକ ବେତନ/ ପେନ୍‌ସନ୍‌ରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ ।

ଖବର ମୁତାବକ, କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ବର୍କର୍ସ ସଙ୍ଗଠନ (Association of Employees Confederation of Central Government Employees and Workers) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଗରେ ବର୍ତ୍ତମାନର ସରକାରୀ ରାଜକୋଷର ଏକ ହିସାବ ରଖିଛନ୍ତି  ଏବଂ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତ ସରକାରୀ କର୍ମଚାରୀ ଓ  ପେନସନଭୋଗୀଙ୍କୁ ବର୍ତ୍ତମାନ ୨୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ଦିଆଯାଉ । ଆସୋସିଏସନ କହିଛି ଯେ କୋଭିଡ ସମୟରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଛନ୍ତି । ଡ୍ୟୁଟିରେ ଥିବାବେଳେ ଅନେକ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏସବୁକୁ ଧ୍ୟାନରେ ରଖି ଅର୍ଥମନ୍ତ୍ରୀ ଜାନୁଆରୀ ୨୦୨୦ରୁ ୨୮ ପ୍ରତିଶତ ହାରରେ ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କୁ ସେମାନଙ୍କର ମହଙ୍ଗା ଭତ୍ତା ପ୍ରଦାନ କରିବା ଉଚିତ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର ରାଜ୍ୟମାନଙ୍କୁ କହିଛି- ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡାରୁ ବାର୍ଡ ଫ୍ଲୁ ହେବାର ଭୟ ନାହିଁ, ହଟାନ୍ତୁ ପ୍ରତିବନ୍ଧକ

ବାସ୍ତବରେ, ଏପ୍ରିଲ୍ ୨୦୨୦ରେ ଅର୍ଥ ମନ୍ତ୍ରଣାଳୟ ଏହି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ରୋକି ଦେଇଥିଲା । କୋରୋନା ସଂକ୍ରମଣ ଯୋଗୁଁ ହୋଇଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସରକାର ଏହା ଉପରେ ରୋକ ଲଗାଇଥିଲେ । କିନ୍ତୁ ବର୍ତ୍ତମାନ ଆଶା କରାଯାଉଛି ଯେ ଏହି ଭତ୍ତା ଜୁଲାଇରୁ ଦିଆଯାଇପାରେ ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (Dearness Allowance) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି ।