ୱାର୍ଲ୍ଡମିଟର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନା ଭୂତାଣୁରେ ୨ ଲକ୍ଷ ୧୧ ହଜାର ୫୫୩ ଲୋକ ସଂକ୍ରମିତ ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave Of Coronavirus) ତାଣ୍ଡବ କରୁଛି । ବିଗତ କିଛି ଦିନ ଧରି ଦେଶରେ କୋରୋନା ମାମଲା (COVID-19 Cases) ରେ ହ୍ରାସ ଦେଖାଦେଇଥିଲା । କିନ୍ତୁ ହଠାତ ଦୁଇ ଦିନ ହେବ ପୁଣି କୋରୋନା ସଂକ୍ରମିତ (Corona Positive) ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ପୁଣିଥରେ କୋଭିଡ-19 ର ୨ ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଥିବାବେଳେ ୩୮୪୨ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହାପୂର୍ବରୁ ବୁଧବାର (ମେ ୨୬) ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୨.୦୮ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୪,୧୫୭ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ:-କୋଟି କୋଟି ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI!
ୱାର୍ଲ୍ଡମିଟର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନା ଭୂତାଣୁରେ ୨ ଲକ୍ଷ ୧୧ ହଜାର ୫୫୩ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩୮୪୨ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏହା ପରେ ଭାରତରେ ବର୍ତ୍ତମାନ ଯାଏ ସମୁଦାୟ ୨ କୋଟି ୭୩ ଲକ୍ଷ ୬୭ ହଜାର ୯୩୫ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏହାସହ ୩ ଲକ୍ଷ ୧୫ ହଜାର ୨୬୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଅଧିକ ପଢ଼ନ୍ତୁ:-ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା
ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨ ଲକ୍ଷ ୮୨ ହଜାର ୭୧୫ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି, ଏହା ପରେ କୋଭିଡ-19ରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୨୬ ହଜାର ୧୪କୁ ବୃଦ୍ଧି ପାଇଛି । ଏହା ସହିତ ସମଗ୍ର ଦେଶରେ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ସାରା ଦେଶରେ ୨୪,୨୬,୬୫୮ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତରଙ୍କ ମୃତ୍ୟୁ, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ
ଦିଲ୍ଲୀ-ମହାରାଷ୍ଟ୍ରରେ କମ୍ ହେଉଛି କୋରୋନା ମାମଲା
କୋରୋନା ଭୂତାଣୁର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଧୀରେ ଧୀରେ ମହାମାରୀର ତାଣ୍ଡବ କମିବାରେ ଲାଗିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୭୫୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏହି ସମୟ ମଧ୍ୟରେ ୪୫୩ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ଦିଲ୍ଲୀରେ ପଜିଟିଭ ହାର ୨ ପ୍ରତିଶତକୁ ହ୍ରାସ ପାଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୪୯୧ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୧୩୦ ଜଣଙ୍କର ମୃତ୍ୟୁ ଘଟିଛି ।