ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha730333

ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍

ସେହିପରି ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ବୃଦ୍ଧି ଘଟିଛି । ଆଜି ରୁପା ଦରରେ ୮୯୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୮,୦୧୦ ଟଙ୍କା ଥିଲା ।

ପୁଣି କମିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ପୁଣି କମିଲା ସୁନା ଦର । ଦିଲ୍ଲୀ ସମେତ ଭୁବନେଶ୍ୱରର ସୁନା ମାର୍କେଟରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଅନ୍ୟପଟେ କୋରୋନା ସଙ୍କଟ ମଧ୍ୟରେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ-ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ସୋମବାର ଦିଲ୍ଲୀ(Delhi)ର ସର୍ରାଫା ବଜାରରେ ସୁନା ଦରରେ ହ୍ରାସ ଦେଖାଦେଇଛି । ଆଜି ୧୦ ଗ୍ରାମ ସୁନା ଦର(Gold Rate)ରେ ୧୦ ଟଙ୍କା ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ(Gold Price) ୫୫,,୦୯୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୫୫,୧୦୦  ଟଙ୍କା ଥିଲା । ସେହିପରି ଦିଲ୍ଲୀର ସର୍ରାଫା ବଜାରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କା ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ଦର ୫୧,୧୫୦ ଟଙ୍କାରେ ପହଞ୍ଚିଛି ।  ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୫୧,୧୬୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...

ଅଧିକ ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ

ସେହିପରି ଆଜି ଦେଶରେ ରୁପା ମୂଲ୍ୟ(Silver Price)ରେ ବୃଦ୍ଧି ଘଟିଛି । ଆଜି ରୁପା ଦରରେ ୮୯୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୬୮,୦୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼

ଅଧିକ ପଢ଼ନ୍ତୁ:-ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ସୁନା ମୂଲ୍ୟ(Gold Rate)ରେ ହ୍ରାସ ଘଟିଛି । ଆଜି ସୁନା ମୂଲ୍ୟରେ ୩୪୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୩୨୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୫,୬୬୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୩୧୦ ଟଙ୍କା ବଢିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୧,୦୧୦ ଟଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ ! ନ ହେଲେ ବୁଡ଼ି ଯାଇପାରେ ଆପଣଙ୍କ ଟଙ୍କା

ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ଦର(Silver Price)ରେ ବି ବୃଦ୍ଧି ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୮୯୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୯୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୦୧୦ ଟଙ୍କା ଥିଲା ।