ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀ Farmers) ଙ୍କୁ ସ୍ମାର୍ଟଫୋନ (Smartphones) କିଣିବା ପାଇଁ ଉତ୍ସାହିତ କରିବା ଯାହାଦ୍ୱାରା କୃଷକମାନେ ଏହାକୁ କୃଷି ସମ୍ୱନ୍ଧୀୟ ସୂଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ ।
Trending Photos
ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ (Farmers) ଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ କୃଷକମାନଙ୍କ ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି, ଯାହା ଅଧୀନରେ ଚାଷୀଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ଏହି କ୍ରମରେ ଗୁଜୁରାଟ ସରକାର (Gujarat Government) ସ୍ମାର୍ଟଫୋନ୍ (Smartphones) କିଣିବା ପାଇଁ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।
ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀ Farmers) ଙ୍କୁ ସ୍ମାର୍ଟଫୋନ (Smartphones) କିଣିବା ପାଇଁ ଉତ୍ସାହିତ କରିବା ଯାହାଦ୍ୱାରା କୃଷକମାନେ ଏହାକୁ କୃଷି ସମ୍ୱନ୍ଧୀୟ ସୂଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ । ସରକାର ଚାହୁଁଛନ୍ତି ଯେ ସମୟ ସହିତ କୃଷକମାନେ ମଧ୍ୟ ସ୍ମାର୍ଟ ହୋଇ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଏହାର ଲାଭ ଉଠାନ୍ତୁ । ଏଠାରେ କହି ରଖୁଛୁ ଯେ କୃଷି ସମ୍ବନ୍ଧୀୟ ଅନେକ ଆପ୍ ସରକାରଙ୍କ ଦ୍ୱାରା ଜାରି କରାଯାଇଛି ଯେଉଁଥିରେ ବିଭିନ୍ନ ଫସଲ ଚାଷ, ସରକାରୀ ଯୋଜନା ଏବଂ ପାଣିପାଗ ସୂଚନା କୃଷକମାନଙ୍କୁ ଦିଆଯାଉଛି । ଯଦି ଚାଷୀଙ୍କ ପାଖରେ ସ୍ମାର୍ଟଫୋନ୍ ଥାଏ, ତେବେ ସେ ଘରେ ବସି ମୋବାଇଲରେ ଏହି ସମସ୍ତ ସୂଚନା ପାଇପାରିବେ ।
ସ୍ମାର୍ଟଫୋନ୍ ପାଇଁ ଆର୍ଥିକ ସହାୟତା ପାଇଁ ଜାରି କରାଯାଇଛି ବିଜ୍ଞପ୍ତି
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନଭେମ୍ବର ୨୦ରେ ରାଜ୍ୟ କୃଷି, କୃଷକ କଲ୍ୟାଣ ଏବଂ ସହଯୋଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ସରକାରୀ ପ୍ରସ୍ତାବ (GR) ରେ କୁହାଯାଇଛି ଯେ ଗୁଜୁରାଟରେ ଜମିର ମାଲିକ ଥିବା କୌଣସି କୃଷକ ସ୍ମାର୍ଟଫୋନର ମୋଟ ମୂଲ୍ୟର ୧୦ ପ୍ରତିଶତ (୧,୫୦୦ରୁ ଅଧିକ ନାହିଁ) ର ସହାୟତା ପାଇଁ i-Khedut ୱେବସାଇଟରେ ଆବେଦନ କରିପାରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସହାୟତା କେବଳ ସ୍ମାର୍ଟଫୋନ୍ ପାଇଁ ଉପଲବ୍ଧ ଓ ଏହା ସଂଯୁକ୍ତ ଉପକରଣ ଯେପରିକି ପାୱାର ବ୍ୟାକଅପ୍ ଡିଭାଇସ୍, ଇୟରଫୋନ୍ କିମ୍ବା ଚାର୍ଜର ଇତ୍ୟାଦି ପାଇଁ ଉପଲବ୍ଧ ନୁହେଁ ।
ସ୍ମାର୍ଟଫୋନ୍ ଅନୁଦାନ ପାଇଁ ଯୋଗ୍ୟତା / ସର୍ତ୍ତଗୁଡିକ କ’ଣ?
ସ୍ମାର୍ଟଫୋନ୍ ପାଇଁ ଆବେଦନ କରୁଥିବା ଚାଷୀଙ୍କ ପାଇଁ କିଛି ଯୋଗ୍ୟତା ମଧ୍ୟ ସ୍ଥିର କରାଯାଇଛି । ଯାହା ନିମ୍ନଲିଖିତ ଅଟେ-
୧. କୃଷକ ଗୁଜୁରାଟର ମୂଳ ବାସିନ୍ଦା ହେବା ଆବଶ୍ୟକ ।
୨. ସ୍ମାର୍ଟଫୋନ୍ ଅନୁଦାନ ଯୋଜନା ପାଇଁ ରାଜ୍ୟର ସମସ୍ତ ଭୂମିଧାରୀ କୃଷକ ଏହି ଯୋଜନା ପାଇଁ ଯୋଗ୍ୟ ହେବେ ।
୩. ଯେଉଁଥିରେ ମିଳିତ ହୋଲ୍ଡିଂ ଫର୍ମରେ କେବଳ ଜଣେ ହିତାଧିକାରୀ ଯୋଗ୍ୟ ହେବେ ।
୪. ଆବେଦନ ମଞ୍ଜୁର ହେବା ପରେ ହିତାଧିକାରୀ କୃଷକମାନଙ୍କୁ ସ୍ମାର୍ଟଫୋନ୍ କ୍ରୟ ବିଲ୍, ମୋବାଇଲ୍ IMEI ନମ୍ବର, ବାତିଲ୍ ହୋଇଥିବା ଚେକ୍ ଇତ୍ୟାଦିର ଏକ କପି ପ୍ରଦାନ କରିବାକୁ ପଡିବ ।
୫. ଜଣେ କୃଷକ ସ୍ମାର୍ଟଫୋନ୍ ପାଇଁ ଥରେ ମାତ୍ର ସବସିଡି ପାଇବାକୁ ହକଦାର ହେବେ ।
ସ୍ମାର୍ଟଫୋନ୍ କିଣିବା ଦ୍ୱାରା କୃଷକମାନେ ଏହି ସୁବିଧା ପାଇବେ
ସ୍ମାର୍ଟଫୋନ୍ କିଣିବା ପାଇଁ ଗୁଜରାଟ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଯାହା ଦ୍ୱାରା କୃଷକମାନେ ଅନେକ ସୁବିଧାର ଲାଭ ପାଇବେ । ଯାହା ଏହିପରି ଅଟେ-
୧. ସ୍ମାର୍ଟଫୋନରୁ ଚାଷୀଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ସୂଚନା ଉପଲବ୍ଧ ହେବ ।
୨. ସ୍ମାର୍ଟଫୋନ୍ ସାହାଯ୍ୟରେ ଫସଲରେ ସମ୍ଭାବ୍ୟ କୀଟପତଙ୍ଗ ଓ ଏହାର ପ୍ରତିରୋଧ ବିଷୟରେ ଜାଣିପାରିବେ, ଯାହା ଫସଲର ସୁରକ୍ଷା ପାଇଁ ସହାୟକ ହେବ ।
୩. ସ୍ମାର୍ଟଫୋନ୍ ସାହାଯ୍ୟରେ କୃଷି ବିଭାଗର ବିଭିନ୍ନ ଯୋଜନା ବିଷୟରେ ସୂଚନା ଚାଷୀଙ୍କ ନିକଟରେ ପହଞ୍ଚିବ ।
୪. ସ୍ମାର୍ଟଫୋନ ସାହାଯ୍ୟରେ ଆଧୁନିକ କୃଷି କୌଶଳ ଓ ବିଶେଷଜ୍ଞଙ୍କ ମତାମତ ଇତ୍ୟାଦି ବିଷୟରେ ସୂଚନା ପାଇବା ସହଜ ହେବ ।
୫. ସ୍ମାର୍ଟଫୋନ୍ ମାଧ୍ୟମରେ କୃଷକମାନେ ରାଜ୍ୟ ସମେତ ଦେଶର ବିଭିନ୍ନ ମାଣ୍ଡିର ମୂଲ୍ୟ ବିଷୟରେ ସୂଚନା ପାଇପାରିବେ, ଯାହା ଫସଲ ବିକ୍ରୟକୁ ସହଜ କରିବ ।
୬. ଜି.ଆର. କହିଛି ଯେ ସ୍ମାର୍ଟଫୋନ୍ ଗୁଡିକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଅନଲାଇନ୍ ଆବେଦନ କରିବା ପାଇଁ ବ୍ୟବହାର କରାଯାଇପାରିବ, ଯେପରିକି କ୍ୟାମେରା, ଇମେଲ୍, ପାଠ୍ୟ ଏବଂ ମଲ୍ଟିମିଡିଆ ସେବା, ଜିପିଏସ୍, ୱେବ୍ ବ୍ରାଉଜର, ଇଣ୍ଟରନେଟ୍ ସଂଯୋଗ କୃଷକମାନେ ବ୍ୟବହାର କରିପାରିବେ ।
ସ୍ମାର୍ଟଫୋନ୍ ପାଇଁ କିପରି କରିବେ ଆବେଦନ
ସ୍ମାର୍ଟଫୋନ୍ କିଣିବା ପାଇଁ ରାଜ୍ୟର ଚାଷୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥିପାଇଁ ଆପଣ ରାଜ୍ୟ କୃଷି, କୃଷକ କଲ୍ୟାଣ ଏବଂ ସହଯୋଗ ବିଭାଗ i-Khedut ର ପୋର୍ଟାଲ ଭିଜିଟ୍ କରି ଆବେଦନ କରିପାରିବେ । I-Khedut ପୋର୍ଟାଲ ପରିଦର୍ଶନ କରିବାକୁ ସିଧାସଳଖ ଲିଙ୍କ୍ ହେଉଛି- https://ikhedut.gujarat.gov.in/public/frm_Applicant_Corner.aspx ।
ଏହା ବି ପଢ଼ନ୍ତୁ:-ସ୍ୱାଭାବିକ ହେବ ଶୀତ; ୫ ଡିଗ୍ରୀ ଯାଏଁ ଖସିବ ପାରଦ, ମଧ୍ୟମ କୁହୁଡି ସମ୍ଭାବନା
ଏହା ବି ପଢ଼ନ୍ତୁ:-ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ID କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା
ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା- ମାର୍ଚ୍ଚ ସୁଦ୍ଧା ୭ ଲକ୍ଷ ଲୋକଙ୍କ ହୋଇପାରେ ମୃତ୍ୟୁ
ଏହା ବି ପଢ଼ନ୍ତୁ:-ଆଜିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍, ରାତି ୮ଟାରେ ଭାରତ-ଫ୍ରାନ୍ସ ମଧ୍ୟରେ ମୁକାବିଲା
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ