ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହାରା ପାଲଟିଥିଲା ଭାରତ, ଆଜି ଏପରି ଋଣ ସୁଝୁଛି ପୋଲାଣ୍ଡ
Advertisement
Article Detail0/zeeodisha/odisha1112671

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହାରା ପାଲଟିଥିଲା ଭାରତ, ଆଜି ଏପରି ଋଣ ସୁଝୁଛି ପୋଲାଣ୍ଡ

ପୋଲାଣ୍ଡ ସରକାର (Polish government) ଙ୍କ ଏହି ସାହାଯ୍ୟ ଯୋଗୁଁ ସୋସିଆଲ ମିଡିଆରେ ଅନେକ ଭାରତୀୟ ୟୁଜର୍ସ ପୋଲାଣ୍ଡ ପ୍ରଶାସନର ପ୍ରଶଂସା କରୁଛନ୍ତି । କିନ୍ତୁ ଏକ ସମୟ ଥିଲା ଯେତେବେଳେ ପୋଲାଣ୍ଡ ପାଇଁ ଭାରତ (India) ସାହାଯ୍ୟର ଦ୍ୱାର ଖୋଲିଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହାରା ପାଲଟିଥିଲା ଭାରତ, ଆଜି ଏପରି ଋଣ ସୁଝୁଛି ପୋଲାଣ୍ଡ

ନୂଆଦିଲ୍ଲୀ: Ukraine-Russia War, Poland Helps Indian Students: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ପରିସ୍ଥିତି ଖରାପରୁ ଅତି ଖରାପ ହେବାକୁ ଲାଗୁଛି । ବୋମା ମାଡ଼ରେ ପରିସ୍ଥିତି ଏପରି ହୋଇଯାଇଛି ଯେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି । ଏହି ସଙ୍କଟ ଯୋଗୁଁ ୟୁକ୍ରେନରେ ଫସି ରହିଥିବା ହଜାର ହଜାର ଭାରତୀୟଙ୍କ ଜୀବନ ମଧ୍ୟ ବିପଦରେ ପଡିଛି । ପୋଲାଣ୍ଡ (Poland) ଓ ହଙ୍ଗେରୀ (Hungary) ଭଳି ଦେଶରୁ ସେମାନେ ବହୁତ ସାହାରା ପାଉଛନ୍ତି । ଏହି ସମସ୍ତ ଭାରତୀୟ ୟୁକ୍ରେନ ଛାଡି ଏହି ଦେଶରେ ଆଶ୍ରୟ ନେଉଛନ୍ତି ।

ପୋଲାଣ୍ଡ ସରକାର (Polish government) ଙ୍କ ଏହି ସାହାଯ୍ୟ ଯୋଗୁଁ ସୋସିଆଲ ମିଡିଆରେ ଅନେକ ଭାରତୀୟ ୟୁଜର୍ସ ପୋଲାଣ୍ଡ ପ୍ରଶାସନର ପ୍ରଶଂସା କରୁଛନ୍ତି । କିନ୍ତୁ ଏକ ସମୟ ଥିଲା ଯେତେବେଳେ ପୋଲାଣ୍ଡ ପାଇଁ ଭାରତ (India) ସାହାଯ୍ୟର ଦ୍ୱାର ଖୋଲିଥିଲା । ଏହା ହେଉଛି ସେହି ସମୟ ଯେତେବେଳେ ଭାରତ ସ୍ୱାଧୀନ ହୋଇନଥିଲା ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ (Second World War) ର ସମୟ ଚାଲିଥିଲା । ପ୍ରକୃତରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ (World War II) ସମୟରେ ଉଭୟ ହିଟଲର (Hitler) ଓ ସୋଭିଏତ୍ ସଂଘ (Soviet Union) ପୋଲାଣ୍ଡ (Poland) ଉପରେ ଆକ୍ରମଣ କରିଥିଲେ । ଏହା ପୋଲାଣ୍ଡର ଅବସ୍ଥାକୁ ବହୁତ ଖରାପ କରିଦେଇଥିଲା । ପଶ୍ଚିମ ସୀମାରେ ହିଟଲରଙ୍କ ଆକ୍ରମଣର ୧୬ ଦିନ ପରେ ରେଡ୍ ଆର୍ମି ମଧ୍ୟ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା ​​। ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା ଯେ ସବୁକିଛି ଧ୍ୱଂସ ହୋଇଯାଇଥିଲା । ତା’ପରେ ଅନେକ ପିଲା ଅନାଥ ହୋଇଯାଇଥିଲା । ସେମାନଙ୍କୁ ସାହାଯ୍ୟ କରିବାକୁ କୌଣସି ଦେଶ ଆଗକୁ ଆସୁ ନଥିଲେ । କିନ୍ତୁ ଗୁଜୁରାଟ (Gujarat) ର ଜାମନଗର (Jamnagar) ଏପରି ମାନବିକତା ଦେଖାଇଲା ଯେ ସେହି ପିଲାମାନଙ୍କର ଭବିଷ୍ୟତ ସବୁଦିନ ପାଇଁ ଉଜ୍ଜ୍ୱଳ ହୋଇଗଲା ।

ଜାମନଗରର ମହାରାଜା ଦିଗବିଜୟ ସିଂ (Maharaja Jamsaheb Digvijay Singh Jadeja), ରଞ୍ଜିତ ସିଂ ଜାଡେଜା (Ranjit Singh Jadeja) ସେହି ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ । ସେଠାରେ ପ୍ରାୟ ଏକହଜାର ପିଲା ଥିଲେ, ନା ଖାଇବାକୁ କିଛି ଥିଲା, ନା ରହିବାକୁ ସ୍ଥାନ ନଥିଲା । ଏଭଳି ସମୟରେ ରାଜା ଦିଗବିଜୟ ସିଂ ସେହି ସମସ୍ତ ପିଲାଙ୍କୁ ଆଶ୍ରୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ସମସ୍ତ ପିଲାଙ୍କୁ ଗୁଜୁରାଟର ଜାମନଗରକୁ ଆଣିଥିଲେ । ସେଠାରେ ସେ ନିଜ ଖର୍ଚ୍ଚରେ ସେମାନଙ୍କୁ ସାହାଯ୍ୟ କଲେ । ସେମାନଙ୍କ ଅଧ୍ୟୟନ ପାଇଁ ଗୁଜୁରାଟରେ ଏକ କ୍ୟାମ୍ପସ ମଧ୍ୟ ନିର୍ମାଣ କରାଯାଇଥିଲା ।

ବିଶେଷ କଥା ହେଲା ଯେ ନା'କୁ ମାତ୍ର କ୍ୟାମ୍ପସ ଗୁଜୁରାଟରେ ଥିଲା, କିନ୍ତୁ ପୁରା ସଂସ୍କୃତି ପୋଲାଣ୍ଡର ଥିଲା । ଅର୍ଥାତ୍ ସେହି ସମୟରେ ମଧ୍ୟ ରାଜା ଅନୁଭବ କରିଥିଲେ ଯେ କୌଣସି ଲୋକ ନିଜ ଦେଶର ସଂସ୍କୃତିକୁ ବହୁତ ଭଲପାଏ ଓ କେବେବି ସେମାନଙ୍କ ଉପରେ ଆମର ସଂସ୍କୃତିକୁ ଆପଣାଇବା ପାଇଁ ବାଧ୍ୟ କରିବା ଠିକ୍ ନୁହେଁ । ଏଭଳି ପରିସ୍ଥିତିରେ ଜାମନଗରର ରାଜା ସେହି ପିଲାମାନଙ୍କୁ ଏପରି ପରିବେଶ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ଯାହା ଦ୍ୱାରା ସେମାନେ ନିଜ ଦେଶର ନିକଟତର ରହିବେ । ଏହି କାରଣରୁ ସେହି ବିଦ୍ୟାଳୟରେ ପୋଷାକଠାରୁ ଆରମ୍ଭ କରି ଭାଷା ପର୍ଯ୍ୟନ୍ତ ସବୁକିଛି ପୋଲାଣ୍ଡର ରଖାଯାଇଥିଲା ।

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୋଧରେ କ'ଣ ରହିଛି ପୁଟିନଙ୍କ 5-T ପ୍ଲାନ? ଜାଣନ୍ତୁ ଲଗାତର ବୋମା ବର୍ଷା କରିବାର କାରଣ

ଏହା ବି ପଢ଼ନ୍ତୁ:-ଏପରି କେଉଁ ଜିନିଷ ଅଛି ଯାହା ଶୁଖିଲା ପରେ ୧ କିଲୋ, ଓଦା ହେଲେ ୨ କିଲୋ ଏବଂ ଯଦି ଜଳା ଯାଏ ତେବେ ଏହା ୩ କିଲୋ ହୁଏ?

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଦୁଇ ଭାଇ, ଭିଡିଓ ସେୟାର କରି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ବରୁଣ

ଏହା ବି ପଢ଼ନ୍ତୁ:-SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା

 

ସୂଚନାଯୋଗ୍ୟ, କୁହାଯାଏ ଏହି ପିଲାମାନେ ୧୯୪୨ରୁ ୧୯୪୬ ପର୍ଯ୍ୟନ୍ତ ଭାରତରେ ରହୁଥିଲେ । ଏହି ଚାରି ବର୍ଷରେ ପୋଲାଣ୍ଡର ଚିତ୍ର ବହୁତ ବଦଳି ଯାଇଥିଲା । ଯୁଦ୍ଧ ଯୋଗୁଁ ସବୁକିଛି ଶେଷ ହୋଇଯାଇଥିଲା । କିନ୍ତୁ ଯେତେବେଳେ ଚାରି ବର୍ଷ ପରେ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବା ଆରମ୍ଭ କଲା, ସେତେବେଳେ ରାଜା ଦିଗବିଜୟ ସିଂ ନିଜେ ସେହି ସମସ୍ତ ପିଲାମାନଙ୍କୁ ନିଜ ଦେଶରେ ଛାଡି ଆସିଥିଲେ । ତାଙ୍କ ସାହାଯ୍ୟର ଏପରି ପ୍ରଭାବ ଥିଲା ଯେ ପୋଲାଣ୍ଡର ଅନେକ ବିଦ୍ୟାଳୟ ତାଙ୍କ ନାମରେ ନାମିତ ହୋଇଛି, ଏକ କୋଠା ମଧ୍ୟ ତାଙ୍କ ନାମରେ ରଖାଯାଇଛି ।