'କୋରୋନା ଟିକାରେ 'ବିଷ' ମିଶାଇବା ପାଇଁ ଲାଞ୍ଚ ଦେଉଛି WHO'
Advertisement
Article Detail0/zeeodisha/odisha801895

'କୋରୋନା ଟିକାରେ 'ବିଷ' ମିଶାଇବା ପାଇଁ ଲାଞ୍ଚ ଦେଉଛି WHO'

Obrempongnana.wordpress.com ର ଏକ ଖବର ଅନୁଯାୟୀ ଆଣ୍ଡ୍ରି ରାଜୋଏଲିନା କହିଛନ୍ତି ଯେ ଲୋକମାନେ ସତର୍କ ରୁହନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଯାହା ଆମକୁ ସାହାଯ୍ୟ କରିବ ବୋଲି ଚିନ୍ତା କରି ଆମେ ଯୋଗ ଦେଇଥିଲୁ, ତାହା ଆମକୁ ସାହାଯ୍ୟ କରୁନାହିଁ ।

'କୋରୋନା ଟିକାରେ 'ବିଷ' ମିଶାଇବା ପାଇଁ ଲାଞ୍ଚ ଦେଉଛି WHO'

ଆଣ୍ଟାନାନୌରିଭୋ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ସଙ୍କଟ ଜାରି ରହିଛି । ଏହି ସମୟରେ ଏହି ମହାମାରୀକୁ ରୋକିବା ପାଇଁ ଔଷଧ ବା ଭ୍ୟାକ୍ସିନ (COVID-19 Vaccine) ପ୍ରସ୍ତୁତିରେ ଲାଗିଛନ୍ତି ସାରା ଦୁନିଆର ବୈଜ୍ଞାନିକମାନେ । ଏହା ମଧ୍ୟରେ ମାଡାଗାସ୍କ (Madagascar) ର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନା (Andry Rajoelina) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଷୟରେ ଏକ ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ WHO ତାଙ୍କୁ କୋରୋନା ଭୂତାଣୁର ଔଷଧରେ ସ୍ୱଳ୍ପ ବିଷାକ୍ତ ମିଶ୍ରଣ କରିବା ପାଇଁ ୨୦,୦୦୦,୦୦୦ ଡଲାରର ପ୍ରଲୋଭନ ଦେଇଛି । ଏହା ମଧ୍ୟ କହିଛି ଯେ WHO ତାଙ୍କୁ କହିଛି ଯେ ୟୁରୋପୀୟମାନେ ସେମାନଙ୍କ ଔଷଧକୁ ହ୍ୟାକ୍ କରିନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଏସବୁ ପଦରେ ସପ୍ତମ ବେତନ ଆୟୋଗ ଅନୁଯାୟୀ ମାସକୁ ମିଳିବ ୧.୭୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା

Obrempongnana.wordpress.com ର ଏକ ଖବର ଅନୁଯାୟୀ ଆଣ୍ଡ୍ରି ରାଜୋଏଲିନା କହିଛନ୍ତି ଯେ ଲୋକମାନେ ସତର୍କ ରୁହନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଯାହା ଆମକୁ ସାହାଯ୍ୟ କରିବ ବୋଲି ଚିନ୍ତା କରି ଆମେ ଯୋଗ ଦେଇଥିଲୁ, ତାହା ଆମକୁ ସାହାଯ୍ୟ କରୁନାହିଁ । ସେ କହିଛନ୍ତି, "ମୋର ଦେଶ ମାଡାଗାସ୍କର କୋରୋନା ଭୂତାଣୁର ଚିକିତ୍ସା ଖୋଜି ନେଇଛି । କିନ୍ତୁ ମୋର ଆଫ୍ରିକୀୟ ବନ୍ଧୁମାନଙ୍କୁ ମାରିବା ପାଇଁ ଏହି ଚିକିତ୍ସା ଦ୍ରବ୍ୟରେ ବିଷାକ୍ତ ପଦାର୍ଥ ମିଶ୍ରଣ କରିବାକୁ ୟୁରୋପୀୟମାନେ ୨୦,୦୦୦,୦୦୦ ଡଲାର ପ୍ରସ୍ତାବ ଦେଇଛନ୍ତି । ମୁଁ ସମସ୍ତ ଆଫ୍ରିକୀୟମାନଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ କୋରୋନା ଭୂତାଣୁ ଟିକା ବ୍ୟବହାର କରନ୍ତୁ ନାହିଁ । କାରଣ ସେମାନେ କୋରୋନା ଚିକିତ୍ସା କରୁନାହାଁନ୍ତି ବରଂ ଜୀବନ ନେଉଛନ୍ତି । ଆମର ଟିକା ହଳଦିଆ । ତେଣୁ କେହିଁ ସବୁଜ ଟିକା ବ୍ୟବହାର କରିବା ଉଚିତ୍ ନୁହେଁ । ଇଉରୋପୀୟମାନେ ଆମର ଟିକାର ପ୍ରତିକାରକୁ ହ୍ୟାକ୍ କରିଛନ୍ତି ଏବଂ ସେମାନେ ଏଥିରେ ବିଷ ମିଶାଉଛନ୍ତି ।"

ଅଧିକ ପଢ଼ନ୍ତୁ:-ପୁଣି ସଙ୍କଟରେ ଗେହଲଟ ସରକାର!

ରାଜୋଏଲିନା ଆହୁରି କହିଛନ୍ତି ଯେ, ଦୟାକରି ଏହି ବାର୍ତ୍ତା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଠାନ୍ତୁ । କାରଣ ସେମାନେ ଆମର ଟିକାର ଉପାୟକୁ ହ୍ୟାକ୍ କରିଛନ୍ତି ଏବଂ ମୁଁ ଚାହୁଁଛି ସମସ୍ତେ ଏହା ବିଷୟରେ ଜାଣନ୍ତୁ ।