ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି BJP: ଶିବସେନା
Advertisement

ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି BJP: ଶିବସେନା

ଏହି ପ୍ରସଙ୍ଗରେ ବିଜେପିକୁ ପ୍ରଶ୍ନ କରି ଶିବସେନା ଲେଖିଛି ଯେ, "ଗୋସ୍ୱାମୀ ଜାତୀୟ ସୁରକ୍ଷା ସହ ଜଡିତ ଅନେକ ଗୋପନୀୟ ବିଷୟ ପ୍ରକାଶ କରିଛନ୍ତି, କାହିଁକି ବିଜେପି ଏହା ଉପରେ 'ତାଣ୍ଡବ' କରୁନାହିଁ? ଚୀନ୍ ଲଦାଖରେ ପ୍ରବେଶ କରି ଭାରତୀୟ ଜମି ଦଖଲ କରିନେଇଛି । ଚୀନ୍ ପଛକୁ ଯିବାକୁ ପ୍ରସ୍ତୁତ ନୁହେଁ, ଏହା ଉପରେ 'ତାଣ୍ଡବ' କାହିଁକି ହେଉନାହିଁ? ଲୋକମାନଙ୍କୁ ଜଣାନ୍ତୁ ପ୍ରକୃତରେ କିଏ ଯେଉଁମାନେ ଗୋସ୍ୱାମୀଙ୍କୁ ଗୋପନୀୟ ତଥ୍ୟ ଦେଇ ଜାତୀୟ ସୁରକ୍ଷା ସହ ଖେଳ କରିଥିଲେ । ଗୋସ୍ୱାମୀଙ୍କ ଦ୍ୱାରା ୪୦ ଯବାନଙ୍କ ସହିଦ ହେବା ଉପରେ ଖୁସି ବ୍ୟକ୍ତ କରିବା, ଏହି ଦେଶ, ଭଗବାନ ଏବଂ ଧର୍ମ ପ୍ରତି ଅପମାନ ।"

ନିର୍ବାଚନ ଜିତିବା ପାଇଁ ପୁଲୱାମାରେ ୪୦ ଯବାନଙ୍କ ରକ୍ତ ଝରାଇଛି BJP: ଶିବସେନା

ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ୍ ଭିଡିଓ (Amazon Prime Video) ରେ ପ୍ରସାରିତ ୱେବ୍ ସିରିଜ୍ (Web Series) ତାଣ୍ଡବ (Tandava) କୁ ନେଇ ବର୍ତ୍ତମାନ ଅନେକ ସହରରେ ବିରୋଧ ଦେଖିବାକୁ ମିଳୁଛି । ସେପଟେ ଶିବସେନା (Shiv Sena) 'ସାମନା' (Saamana) ରେ ଏହି ପ୍ରକରଣକୁ ନେଇ ବିଜେପି (BJP) କୁ ଟାର୍ଗେଟ କରିଛି । ଅର୍ଣ୍ଣବ ଗୋସ୍ବାମୀ (Arnab Goswami) ଚାଟ୍ ଲିକ୍ ମାମଲାକୁ ନେଇ ଶିବସେନା ବଡ ଅଭିଯୋଗ ଆଣି ଲେଖିଛି ଯେ, "ପୁଲୱାମା (Pulwama) ରେ ଆମର ଯବାନଙ୍କୁ ହତ୍ୟା, ଦେଶ ଭିତରେ କରାଯାଇଥିବା ଏକ ରାଜନୈତିକ ଷଡଯନ୍ତ୍ର ଥିଲା । ଲୋକସଭା ନିର୍ବାଚନ (Lok Sabha Election 2019) ରେ ​​ଜିତିବା ପାଇଁ ୪୦ ଯବାନଙ୍କ ରକ୍ତ ଝରାଯାଇଛି । ଏହାପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ କରାଯାଇଥିଲା । ବର୍ତ୍ତମାନ ଅର୍ଣ୍ଣବ ଗୋସ୍ୱାମୀଙ୍କ ହ୍ୱାଟସଆପ୍ ଚାଟ୍ ବାହାରକୁ ଆସିଛି, ଏହା ସେହି ଅଭିଯୋଗକୁ ଆହୁରି ଦୃଢ କରିଥାଏ । ଏସବୁ ଦେଖି ଶ୍ରୀ ରାମ ମଧ୍ୟ ନିଜ କପାଳକୁ ପିଟୁଥିବେ । କିନ୍ତୁ ଭାରତୀୟ ଜନତା ପାର୍ଟି ଏଥିରେ 'ତାଣ୍ଡବ' ଛାଡନ୍ତୁ, ଭାଙ୍ଗ୍ରା ମଧ୍ୟ କରିନାହିଁ ।"

ଅଧିକ ପଢ଼ନ୍ତୁ:-ପୁଣି ନମ୍ୱର ୧ ନବୀନ: ସର୍ଭେରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ସିଏମ

ଏହି ପ୍ରସଙ୍ଗରେ ବିଜେପିକୁ ପ୍ରଶ୍ନ କରି ଶିବସେନା ଲେଖିଛି ଯେ, "ଗୋସ୍ୱାମୀ ଜାତୀୟ ସୁରକ୍ଷା ସହ ଜଡିତ ଅନେକ ଗୋପନୀୟ ବିଷୟ ପ୍ରକାଶ କରିଛନ୍ତି, କାହିଁକି ବିଜେପି ଏହା ଉପରେ 'ତାଣ୍ଡବ' କରୁନାହିଁ? ଚୀନ୍ ଲଦାଖରେ ପ୍ରବେଶ କରି ଭାରତୀୟ ଜମି ଦଖଲ କରିନେଇଛି । ଚୀନ୍ ପଛକୁ ଯିବାକୁ ପ୍ରସ୍ତୁତ ନୁହେଁ, ଏହା ଉପରେ 'ତାଣ୍ଡବ' କାହିଁକି ହେଉନାହିଁ? ଲୋକମାନଙ୍କୁ ଜଣାନ୍ତୁ ପ୍ରକୃତରେ କିଏ ଯେଉଁମାନେ ଗୋସ୍ୱାମୀଙ୍କୁ ଗୋପନୀୟ ତଥ୍ୟ ଦେଇ ଜାତୀୟ ସୁରକ୍ଷା ସହ ଖେଳ କରିଥିଲେ । ଗୋସ୍ୱାମୀଙ୍କ ଦ୍ୱାରା ୪୦ ଯବାନଙ୍କ ସହିଦ ହେବା ଉପରେ ଖୁସି ବ୍ୟକ୍ତ କରିବା, ଏହି ଦେଶ, ଭଗବାନ ଏବଂ ଧର୍ମ ପ୍ରତି ଅପମାନ ।"

ଅଧିକ ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ସେ ଆହୁରି ମଧ୍ୟ ଲେଖିଛି ଯେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ହାସ୍ୟ-ବ୍ୟଙ୍ଗର  ବିଷୟ ପାଲଟିଛି । ପ୍ରତ୍ୟେକ ଦିନ ରଙ୍ଗଢଙ୍ଗ ରଚି ଜନତାଙ୍କ ମନୋରଞ୍ଜନ କରିବାର ପ୍ରୟୋଗ ସେମାନେ ଜାରି ରଖିଛନ୍ତି, କିନ୍ତୁ ସେମାନଙ୍କର ଛଳନା ପ୍ରୟୋଗଗୁଡିକ ଜନସାଧାରଣ ପସନ୍ଦ କରନ୍ତି ନାହିଁ । 'ତାଣ୍ଡବ' ୱେବ୍ ସିରିଜ୍ ବର୍ତ୍ତମାନ ରିଲିଜ୍ ହୋଇଛି । କୁହାଯାଏ ଯେ ଏହି ସିରିଜ ବର୍ତ୍ତମାନର ରାଜନୀତିର ବାସ୍ତବତା ଉପରେ ଆଧାରିତ । ଦିଲ୍ଲୀର ରାଜନୀତି, ବିଶ୍ୱବିଦ୍ୟାଳୟରେ ରାଜନୈତିକ ଲଢ଼େଇ, ଏପରି କିଛି ବିଷୟ ଏଥିରେ ଦେଖାଯାଇଛି । ଇତି ମଧ୍ୟରେ ଏହି ୱେବ୍ ସିରିଜରେ ହିନ୍ଦୁ ଦେବୀ-ଦେବତା ପ୍ରସଙ୍ଗରେ କିଛି ଆପତ୍ତିଜନକ ସଂଳାପକୁ ବିଜେପି ହଙ୍ଗାମା ସୃଷ୍ଟି କରିଛି । ଭଗବାନ ଶଙ୍କର ଏବଂ ନାରଦଙ୍କ ସମ୍ୱାଦରେ ଶ୍ରୀ ରାମଙ୍କ ଉଲ୍ଲେଖ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ କରିବା ଉପରେ 'ତାଣ୍ଡବ' ବିଜେପି ଆରମ୍ଭ କରିଛି । ହିନ୍ଦୁ ଦେବୀ-ଦେବତା ପ୍ରସଙ୍ଗରେ ଶିବସେନା କୌଣସି ଅପମାନଜନକ ସଂଳାପକୁ କେବେ ମଧ୍ୟ ବରଦାସ୍ତ କରି ନାହିଁ ।

ଅଧିକ ପଢ଼ନ୍ତୁ:-ପିଏମ କିସାନ ସମ୍ମାନ ନିଧି: ଚାଷୀଙ୍କୁ ୬,୦୦୦ ବଦଳରେ ମିଳିବ ୧୦,୦୦୦ ଟଙ୍କା!

ଏମଏଫ ହୁସେନ୍ ନିଃସନ୍ଦେହରେ ଜଣେ ମହାନ ଚିତ୍ରକାର ଥିଲେ, କିନ୍ତୁ ହିନ୍ଦୁ ଦେବତାଙ୍କ ଯେପରି ଚିତ୍ର ତିଆରି କରିଥିଲେ, ତାହା ଉପରେ ଶିବସେନା ବିରୋଧ କରିଥିଲା । ବିବାଦ ଏତେ ବଢ଼ିଯାଇଥିଲା ଯେ ଏମଏଫ ହୁସେନଙ୍କୁ ଦେଶ ଛାଡିବାକୁ ପଡିଥିଲା । ଅର୍ଥାତ୍ ହିନ୍ଦୁ ଦେବତାଙ୍କ ଅପମାନକୁ ନେଇ କୌଣସି ପରିସ୍ଥିତିରେ ଆପୋଷ ବୁଝାମଣା କରିବା ସମ୍ଭବ ନୁହେଁ, କିନ୍ତୁ ଭାରତୀୟ ଜନତା ପାର୍ଟି  ଯେଉଁ 'ତାଣ୍ଡବ' ଆରମ୍ଭ କରିଛି, ସେଥିରେ ସତ୍ୟତାର ଅଂଶ କେତେ ରହିଛି, ତାହା ଉପରେ ସନ୍ଦେହ ରହିଛି । କାରଣ ଯିଏ 'ତାଣ୍ଡବ'କୁ ବିରୋଧ କରୁଛି, ଭାରତ ମାତାଙ୍କୁ ଅପମାନିତ କରୁଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କ ସଂପର୍କରେ ବିଜେପି କାହିଁକି ଚୁପଚାପ୍ ବସିଛି? ବୋଲି ଶିବସେନା ପ୍ରଶ୍ନ ଉଠାଇଛି ।