ଶାହ ଦିଲ୍ଲୀରେ ୩ ଘଣ୍ଟା କଲେ ମନ୍ଥନ, ମମତାଙ୍କୁ ମାତ୍ ଦେବା ପାଇଁ ହେଲା ଚିନ୍ତନ
Advertisement
Article Detail0/zeeodisha/odisha829449

ଶାହ ଦିଲ୍ଲୀରେ ୩ ଘଣ୍ଟା କଲେ ମନ୍ଥନ, ମମତାଙ୍କୁ ମାତ୍ ଦେବା ପାଇଁ ହେଲା ଚିନ୍ତନ

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାହ ଓ ନଡ୍ଡା ପ୍ରତି ମାସରେ ଅତି କମରେ ଦୁଇଥର ରାଲି କରିବା ପାଇଁ ବଙ୍ଗଳା ଯିବେ, ଯାହା ଦ୍ୱାରା ମମତା ବାନାର୍ଜୀ (Mamata Banerjee) ଓ ତାଙ୍କ ଟିଏମସି (TMC) କୁ ମାତ୍ ଦିଆଯାଇପାରିବ ।

ଶାହ ଦିଲ୍ଲୀରେ ୩ ଘଣ୍ଟା କଲେ ମନ୍ଥନ, ମମତାଙ୍କୁ ମାତ୍ ଦେବା ପାଇଁ ହେଲା ଚିନ୍ତନ

ନୂଆଦିଲ୍ଲୀ: West Bengal Assembly Polls 2021: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହାସହ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ସେପଟେ ରାଜ୍ୟରେ ​​ବିଜେପି (BJP) ନିଜର ଗେରୁଆ ଝଣ୍ଡା ଉଡ଼ାଇବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି । ଏହି କ୍ରମରେ ଶୁକ୍ରବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ବଙ୍ଗଳା ନିର୍ବାଚନରେ ​​ବିଜେପିର ରାଜନୈତିକ ରଣନୀତି ଉପରେ ମାନସ ମନ୍ଥନ କରାଯାଇଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah), ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda), ଦଳର ସାଧାରଣ ସମ୍ପାଦକ (ବଙ୍ଗଳା) କୈଲାଶ ବିଜୟଭାର୍ଗିଆ (Kailash Vijayvargiya) ଆଦି ନେତା ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ:-ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମିଳିବ କ୍ଷତିପୂରଣ, ଘୋଷଣା କଲା ଭାରତ ବାୟୋଟେକ୍

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାହ ଓ ନଡ୍ଡା ପ୍ରତି ମାସରେ ଅତି କମରେ ଦୁଇଥର ରାଲି କରିବା ପାଇଁ ବଙ୍ଗଳା ଯିବେ, ଯାହା ଦ୍ୱାରା ମମତା ବାନାର୍ଜୀ (Mamata Banerjee) ଓ ତାଙ୍କ ଟିଏମସି (TMC) କୁ ମାତ୍ ଦିଆଯାଇପାରିବ । 'ଇଣ୍ଡିଆନ୍ ଏକ୍ସପ୍ରେସ'ର ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମଧ୍ୟ  ରାଜ୍ୟରେ ରାଲି କରିବାକୁ ଯାଇପାରନ୍ତି ।

ଅଧିକ ପଢ଼ନ୍ତୁ:-'ମମତା ବୁଝି ସାରିଲେଣି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ଟିଏମସି ପାଖରେ ନାହିଁ କୌଣସି ବିକଳ୍ପ'

ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ବାନାର୍ଜୀଙ୍କ ବିରୋଧରେ ବିକାଶ ନାମରେ ଲୋକଙ୍କୁ ଧୋକା ଦେଇଥିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ତାଙ୍କର 'ଜିଦ୍' ଯୋଗୁଁ ଅନେକ ଲୋକ ବାସହୀନ ରହିବାକୁ ବାଧ୍ୟ ହେଉଛନ୍ତି । ଉତ୍ତର ୨୪ ପରଗନା ଜିଲ୍ଲାରେ ବିଜେପି ପାଇଁ ଘରେ ଘରେ ଯାଇ ପ୍ରଚାର କରୁଥିବାବେଳେ ଶେଖୱାତ ଏହା କହିଛନ୍ତି । ତାଙ୍କ କହିବାନୁସାରେ, ମମତା ବାନାର୍ଜୀ ସରକାର ଗତ ଦଶ ବର୍ଷ ମଧ୍ୟରେ ବିକାଶ ନାମରେ ଲୋକଙ୍କୁ ଠକିଛନ୍ତ ।