• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ମନ କୀ ବାତ୍
  • ଆମର ସଂସ୍କୃତି ହଜାରେ ବର୍ଷର ପୁରୁଣା: ପ୍ରଧାନମନ୍ତ୍ରୀ
  • ମାଘ ମାସରେ ନଦୀରେ ସ୍ନାନ କଲେ ପୁଣ୍ୟ ମିଳିଥାଏ
  • ନଦୀ ସହ ଆମର ପରମ୍ପରା ଜଡ଼ିତ ରହିଛି: ପ୍ରଧାନମନ୍ତ୍ରୀ
  • ମାଘ ମାସ ପୁଣ୍ୟର ମାସ ହୋଇଥାଏ: ପ୍ରଧାନମନ୍ତ୍ରୀ
  • ଜଳ ଆମର ଜୀବନ, ଆସ୍ଥା ଓ ବିକାଶର ମାଧ୍ୟମ
  • ଗ୍ରୀଷ୍ମ ଋତୁ ଆସୁଛି, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା
  • ଜଳର ସଂରକ୍ଷଣ ପାଇଁ ଆମକୁ ପ୍ରୟାସ କରିବାକୁ ହେବ
  • ଏଥର ହରିଦ୍ୱାରରେ କୁମ୍ଭମେଳା ହେବାକୁ ଯାଉଛି
  • ଗାଁର ନଦୀ, ନାଳ ଓ ପୋଖରୀକୁ ସଫା ରଖନ୍ତୁ: ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗରେ ବିଜେପିକୁ ମିଳିବ କେତେ ଆସନ? ସେନେଇ କରାଯାଇଛି 'ଆଭ୍ୟନ୍ତରୀଣ ସର୍ଭେ'

କେବଳ ଏତିକି ନୁହେଁ, ଜାନୁଆରୀ ୯ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ଏହି ରିପୋର୍ଟର ଯାଞ୍ଚ କରିବେ ଓ ପ୍ରଦେଶ ନେତୃତ୍ୱ ସହ ନିର୍ବାଚନ ଦାୟିତ୍ୱ ସମ୍ଭାଳୁ ଥିବା ନେତାଙ୍କ ସହ ଆଲୋଚନା କରିବେ ।

ପଶ୍ଚିମବଙ୍ଗରେ ବିଜେପିକୁ ମିଳିବ କେତେ ଆସନ? ସେନେଇ କରାଯାଇଛି 'ଆଭ୍ୟନ୍ତରୀଣ ସର୍ଭେ'

କୋଲକାତା: West Bengal Assembly Polls 2021:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଛି ବିଜେପି (BJP) । ଏଥିପାଇଁ ଦଳର ଶୀର୍ଷ ନେତୃତ୍ୱ ଲଗାତର ବଙ୍ଗଳା ଗସ୍ତ କରୁଛନ୍ତି । ଏହି କ୍ରମରେ ଆସନ୍ତା ବିଧାନସଭା ନିର୍ବାଚନ (West Bengal Assembly Polls 2021) ରେ ​​କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ବଙ୍ଗଳାରେ ୨୦୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ବଙ୍ଗଳାରେ ବିଜେପିକୁ କେତେ ଆସନ ମିଳିବ ସେନେଇ କରାଯାଇଥିବା 'ଆଭ୍ୟନ୍ତରୀଣ ସର୍ଭେ'ରେ ଗେରୁଆ ବ୍ରିଗେଡ୍ ଅଳ୍ପ ପଛରେ ରହିଥିବାର ନଜରକୁ ଆସିଛି । ଏଭଳି ପରିସ୍ଥିତିରେ ଜାନୁଆରୀ ୩୦ରେ ବଙ୍ଗଳା ଗସ୍ତରେ ଆସୁଥିବା ଶାହଙ୍କୁ ପରବର୍ତ୍ତୀ ସମୟରେ କଣ କରାଯିବ ସେନେଇ ଏକ ରିପୋର୍ଟ ହସ୍ତାନ୍ତର କରାଯିବ ।

ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ

କେବଳ ଏତିକି ନୁହେଁ, ଜାନୁଆରୀ ୯ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ଏହି ରିପୋର୍ଟର ଯାଞ୍ଚ କରିବେ ଓ ପ୍ରଦେଶ ନେତୃତ୍ୱ ସହ ନିର୍ବାଚନ ଦାୟିତ୍ୱ ସମ୍ଭାଳୁ ଥିବା ନେତାଙ୍କ ସହ ଆଲୋଚନା କରିବେ । ଏହି ରିପୋର୍ଟ ଶାହଙ୍କ ପାଖରେ ଯିବା ପରେ ସେ ଏହାର ଯାଞ୍ଚ କରିବେ ଓ ଏହାକୁ ସିଲ୍ କରିବେ । ତେବେ ଏହି ଲକ୍ଷ୍ୟ ପୂରଣ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ରାଜ୍ୟ ନେତାମାନେ ମନେ କରୁଛନ୍ତି । କାରଣ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ୧୮ଟି ଆସନ ଜିତିଛି ।

ଅଧିକ ପଢ଼ନ୍ତୁ:-'କୋରୋନା ଟିକା ଲଗାଇବି ନାହିଁ'

ଶୁଭେନ୍ଦୁ ଅଧିକାରୀ ଖଦଡ଼ାରେ ପାର୍ଟିର ବୈଠକରେ କହିଛନ୍ତି ଲୋକସଭା ନିର୍ବାଚନରେ ​​ବିଜେପି ୧୨୦ଟି ଆସନରେ ଆଗୁଆ ରହିଥିଲା । ତେଣୁ କ୍ଷମତାକୁ ଆସିବା ପାଇଁ ଆମକୁ ଆଉ ୩୦ଟି ଆସନ ଆବଶ୍ୟକ ହେବ । ବଙ୍ଗଳାରେ କ୍ଷମଦା ଦଖଲ କରିବାକୁ ମ୍ୟାଜିକ ନମ୍ୱର ହେଉଛି ୧୪୮ । ଦଳର 'ଆଭ୍ୟନ୍ତରୀଣ ସର୍ଭେ' ଅନୁଯାୟୀ ବିଜେପି ୧୫୦ରୁ ୧୬୦ଟି ଆସନ ଜିତିପାରେ । ଅଧିକ ଶକ୍ତି ସହିତ ମୈଦାନରେ ଓହ୍ଲାଇଲେ ୨୦୦ଟି ଆସନ ମଧ୍ୟ ମିଳିବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-LIC ର ଖାସ୍ ପଲିସି! ଥରେ ଜମା କରନ୍ତୁ ଟଙ୍କା, ଆଜୀବନ ପାଆନ୍ତୁ ପେନସନର ଗ୍ୟାରେଣ୍ଟି…

ତେବେ ଗତ ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଏବଂ ଯାଦୁକୁ ଅଣଦେଖା କରାଯାଇପାରିବ ନାହିଁ । କାରଣ ବଙ୍ଗଳାର ସ୍ଥିତି କେବେ କେମିତି ପରିବର୍ତ୍ତନ ହୋଇଯିବ, ତାହା କୁହାଯାଇପାରିବ ନାହିଁ । ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ମଧ୍ୟ କିଛି ଦିନ ପୂର୍ବରୁ ବିଜେପି ନେତାଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ବିଜେପି ୯୯ ଅଙ୍କ ଅତିକ୍ରମ କରେ ତେବେ ସେ କାମ ଛାଡିଦେବେ । ଏପରି ପରିସ୍ଥିତିରେ ଏହି ସର୍ଭେ ଏବଂ ସମୀକ୍ଷା ରିପୋର୍ଟ କେତେ ସଠିକ୍ ପ୍ରମାଣିତ ହେବ ତାହା ସମୟ କହିବ ।