PAN-Aadhaar Link Deadline: ଆଜି ହିଁ ସାରନ୍ତୁ ଏହି କାମ, ଆଧାର ସହ ପାନ୍ ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ, ନଚେତ୍ ଗଣିବେ ଏତିକି ଫାଇନ୍
Advertisement

PAN-Aadhaar Link Deadline: ଆଜି ହିଁ ସାରନ୍ତୁ ଏହି କାମ, ଆଧାର ସହ ପାନ୍ ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ, ନଚେତ୍ ଗଣିବେ ଏତିକି ଫାଇନ୍

PAN-Aadhaar Link Deadline: ଆଜି ଶେଷ ହେଉଛି ଯାଉଛି ଜୁନ୍ ମାସ (June Month)। ଆପଣ ପାନ୍ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ କରାଇ ନାହାଁନ୍ତି କି (PAN-Aadhaar Link Deadline)? ଯଦି କରାଇ ନାହାଁନ୍ତି ,ତେବେ ଆପଣ ଆଜି ହିଁ କରାଇ ନିଅନ୍ତୁ । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

PAN-Aadhaar Link Deadline: ଆଜି ଶେଷ ହେଉଛି ଯାଉଛି ଜୁନ୍ ମାସ (June Month)। ଆପଣ ପାନ୍ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ କରାଇ ନାହାଁନ୍ତି କି (PAN-Aadhaar Link Deadline)? ଯଦି କରାଇ ନାହାଁନ୍ତି ,ତେବେ ଆପଣ ଆଜି ହିଁ କରାଇ ନିଅନ୍ତୁ । କାହିଁକିନା, ପାନ୍ କାର୍ଡ (PAN Card) ସହ ଆଧାର କାର୍ଡ (Aadhaar Card) ଲିଙ୍କ୍ (Link)କରିବାର ଶେଷ ତାରିଖ ହେଉଛି ଜୁନ୍ ଆଜି( ଜୁନ୍ ୩୦) ତାରିଖ ।  ନଚେତ୍ ଆଗକୁ ଆପଣ ଅନେକ ଅସୁବିଧାରେ ପଡିପାରନ୍ତି । ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଆଧାର ସହ ପାନ୍ ଲିଙ୍କ୍ ପାଇଁ ଶେଷ ତାରିଖ ଦିଆଯାଇଥିଲା କିନ୍ତୁ ପରେ ଏହାର ସମୟସୀମାକୁ ବଢାଇ ଦିଆଯାଇଥିଲା । ଯାହାର ଶେଷ ତାରିଖ ହେଉଛି ଜୁନ୍ ୩୦ ଅଟେ। 

ଏହାବି ପଢନ୍ତୁ:  Puri News: ସରିଲା ଛାଉଣୀ କାର୍ଯ୍ୟ, ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

ଏହାବି ପଢନ୍ତୁ: Sachin Tendulkar Net Worth 2023: ଏତେ କୋଟି ସମ୍ପତ୍ତିର ମାଲିକ ସଚିନ ତେନ୍ଦୁଲକର

ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନ କରନ୍ତି ତେବେ ପାନ୍ କାର୍ଡ ଆପଣଙ୍କର ଅଚଳ ହୋଇପାରେ। ପାନ୍ କାର୍ଡ ଡିଆକ୍ଟିଭେଟ୍ ବା ଅଚଳ ହେବା ପରେ ଆପଣ କୌଣସି ପ୍ରକାର ନିବେଶ କରିପାରିବେ ନାହିଁ । ଯେପରିକି, ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟରେ ନିବେଶ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାଠୁ ନେଇ ଅନ୍ୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପାନ୍ କାର୍ଡ ଏକ ଜରୁରୀ ଦସ୍ତାବିଜ୍ ହୋଇଗଲାଣି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯଦି ନିର୍ଦ୍ଧାରିତ ସମୟ ଭିତରେ ଆଧାର ସହ ପାନ୍ ଲିଙ୍କ ନକରନ୍ତି ତେବେ ପରମୁହୁର୍ତ୍ତରେ ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ୍ ଗଣିବାକୁ ପଡିବ । ଯଦି ଆପଣ ଡିଆକ୍ଟିଭେଟ୍ ହୋଇଯାଇଥିବା ପାନକାର୍ଡକୁ ବ୍ୟବହାର କରନ୍ତି ତେବେ ସେ ବାବଦକୁ ମଧ୍ୟ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ଏପରି କଲେ ବ୍ୟବହାରକାରୀଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।

ଏହିପରି କରନ୍ତୁ ପାନ୍-ଆଧାର ଲିଙ୍କ୍:

-ପ୍ରଥମେ ଆୟକର ବିଭାଗ ଅଫିସିଆଲ୍ ୱେବସାଇଟ୍ www.incometax.gov.in ପରିଦର୍ଶନ କରି ଏହାକୁ ଲଗ୍ ଇନ୍ କରନ୍ତୁ।
-କୁଇକ୍ ଲିଙ୍କ୍ ବିଭାଗକୁ ଯାଆନ୍ତୁ ଏବଂ ଲିଙ୍କ୍ ଆଧାର ଉପରେ କ୍ଲିକ୍ କରନ୍ତୁ।
-ଆପଣଙ୍କ ସ୍କ୍ରିନ ଉପରେ ଏକ ନୂଆ ୱିଣ୍ଡୋ ଖୋଲିବ।
-ଏଠାରେ ଆପଣଙ୍କର ପ୍ୟାନ୍ ନମ୍ବର, ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ।
-"I validate my Aadhaar details" ବିକଳ୍ପ ଉପରେ ଚୟନ କରନ୍ତୁ।
-ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଆପଣ ଏକ OTP ଗ୍ରହଣ କରିବେ।
-ଏହାକୁ ପୁରଣ କରନ୍ତୁ ଏବଂ ଏହା ପରେ "Validate" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
-ଜରିମାନା ଭରିବା ପରେ, ଆପଣଙ୍କର ପାନ୍ କାର୍ଡ ଆଧାର କାର୍ଡ ସହିତ ଲିଙ୍କ୍ ହେବ। 

ସୂଚନାଥାଉକି, ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର ସହ ପାନ୍ ଲିଙ୍କ୍‌ କରିବା ସମ୍ପୂର୍ଣ୍ଣ ମାଗଣା ଥିଲା। ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍‌ ୩୦ ମଧ୍ୟରେ ଯେଉଁମାନେ ଆଧାର ସହ ପାନ୍‌ ଲିଙ୍କ କରିଛନ୍ତି ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା । ବର୍ତ୍ତମାନ ତାହା ପରିବତ୍ତନ ହୋଇ ୧୦୦୦ ଟଙ୍କାରେ ପହଞ୍ଚିଛି । ତେବେ ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ ।